ଆଜି ବି ହେଲାନି ରାଜ୍ୟରେ ମଦର ହୋମ ଡେଲିଭରି; ଦୋକାନ ଆଗରେ ଲାଗିଲା ଖୁବ୍ ଭିଡ଼

ଦୋକାନ ଆଗରେ ଲାଇନ୍ ଲଗେଇଥିବା ଲୋକେ ହୋମ୍ ଡେଲିଭରି ବିଷୟରେ ଏମିତି କହୁଥିଲେ: ମଦର ହୋମ୍ ଡେଲିଭରି ହେଲେ ଘରେ ବାପା, ମା, ଭାଇ ଓ ଭଉଣୀଙ୍କ ଆଗରେ କ’ଣ ମଦ ପିଇବୁ?

ଆଜି ବି ହେଲାନି ରାଜ୍ୟରେ ମଦର ହୋମ ଡେଲିଭରି; ଦୋକାନ ଆଗରେ ଲାଗିଲା ଖୁବ୍ ଭିଡ଼
ଭୁବନେଶ୍ୱରରେ ଏକ ମଦ ଦୋକାନ ସାମନାରେ ଲାଗିଥିବା ଭିଡ଼
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା l ଆଜି ବି ହୋଇପାରିଲାନି ରାଜ୍ୟରେ ମଦର ହୋମ ଡେଲିଭରି l ଅନଲାଇନ ମଦ ଦେବାକୁ କାଉଣ୍ଟର ଖୋଲୁ ଖୋଲୁ ଲାଗିଗଲା ଲୋକଙ୍କ ଅସମ୍ଭାଳ ଭିଡ଼ l ପରିସ୍ଥିତି ଏଭଳି ହେଲା ଯେ ପୋଲିସ ଆସି କାଉଣ୍ଟରଗୁଡ଼ିକୁ ବନ୍ଦ କଲା l

ମଦର ହୋମ ଡେଲିଭରି ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଏବେ ବୁମେରାଂ ହେବାରେ ଲାଗିଛି l ଜୋମାଟେ ଏବଂ ସ୍ଵିଗି ଦ୍ଵାରା ଅନଲାଇନ ମଦ ବିକ୍ରିକୁ ମଦ ଦୋକାନୀମାନେ ବିରୋଧ କରିବାରୁ ରବିବାର ଦିନ ତମାମ ମଦ କାଉଣ୍ଟର  ବନ୍ଦ ଥିଲା l ସୋମବାର ଠାରୁ ନିଜ ଡେଲିଭରି ବୟ ମାଧ୍ୟମରେ ମଦର ହୋମ ଡେଲିଭରି କରିବାକୁ ବ୍ୟବସାୟୀମାନେ କାଉଣ୍ଟର ଖୋଲିବା ପରେ ପରେ ଆରମ୍ଭ ହୋଇଯାଇଥିଲା ଭିଡ଼ l ମଦ ନେବାକୁ ଠେଲାପେଲା ହୋଇ ମଦ କାଉଣ୍ଟର ଆଗରେ ଭିଡ଼ ଲଗାଇଥିଲେ ଲୋକେ l

ଅନେକ ଲୋକ ହୋମ୍‌ ଡେଲିଭରି ବିଷୟରେ ଏମିତି କହୁଥିଲେ: ମଦର ହୋମ୍‌ ଡେଲିଭରି ହେଲେ ଘରେ ବାପା, ମା, ଭାଇ ଓ ଭଉଣୀଙ୍କ ଆଗରେ କଣ ମଦ ପିଇବୁ?

ନିଜ ପସନ୍ଦର ମଦ ପାଇ ଖୁବ୍ ଖୁସି ଜଣେ ବ୍ୟକ୍ତି


ସୋମବାର ସକାଳୁ ସକାଳୁ ବାପୁଜୀ ନଗର, ଚିନ୍ତାମଣିଶ୍ଵର, କଟକରୋଡ ଓ ସିଆରପି ଛକରେ ଖୋଲିଥିଲା ମଦ କାଉଣ୍ଟର l ଖୋଲିବା ମାତ୍ରେ ହିଁ କାଉଣ୍ଟର ଆଗରେ ଲାଗିଯାଇଥିଲା ଅସମ୍ଭାଳ ଭିଡ଼ l ଶେଷରେ ପୋଲିସ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବା ସହ କାଉଣ୍ଟରଗୁଡିକୁ ବନ୍ଦ କରିଥିଲା l

‘‘କଣ କରିବୁ? ଲୋକେ ମାନୁନାହାଁନ୍ତି l  ସମସ୍ତେ ଚାହୁଁଛନ୍ତି ହାତାହାତି ମଦ ନେବାକୁ,’’ କହିଛନ୍ତି କଟକ ରୋଡର ମଦ ଦୋକାନୀ ଅବିନାଶ ପତି । ‘‘କିଛି ଲୋକ କାଳେ କାଉଣ୍ଟରରୁ ମଦ ସରିଯିବ ଭାବି କାଉଣ୍ଟର ଆଗରେ ଭିଡ଼ ଲଗାଇଛନ୍ତି,’’ ସେ କହିଛନ୍ତି l

ମଦର ହୋମ ଡେଲିଭରି ନେଇ ମଦ ଦୋକାନୀଙ୍କ ସଙ୍ଘ ସ୍ପଷ୍ଟ କହିଛି ଯେ ଜୋମାଟୋ ଓ ସ୍ଵିଗି ଦ୍ଵାରା ଅର୍ଡ଼ର ରଖିବେନି ମଦ ଦୋକାନୀମାନେ l ଜୋମାଟୋ ଓ ସ୍ଵିଗି ମଦ ନେବାର ୭ ଦିନ ପରେ ମଦ ଦୋକାନକୁ ପେମେଣ୍ଟ କରିବେ l ଦୋକାନୀମାନେ ଏହା ସପକ୍ଷରେ ନାହାନ୍ତି l ‘‘ତେଣୁ ନିଜେ ଯେତିକି ପାରିବୁ ସେତିକି ନିଜ ଡେଲିଭରି ବୟଙ୍କ ଦ୍ଵାରା କରିବୁ,’’ କହିଛନ୍ତି ଠିପି ଖୋଲା ମଦ ବ୍ୟବସାୟୀ ସଙ୍ଘର ସଭାପତି ପ୍ରଭାତ ଦାସ l

ମଦ କାଉଣ୍ଟର ଆଗରେ ଲୋକଙ୍କ ଭିଡ଼ ପରେ ପୋଲିସ ସୁରକ୍ଷା ମାଗିଛନ୍ତି ମଦ ଦୋକାନୀମାନେ l ଏ ନେଇ ଡିସିପିଙ୍କ ସହ ମଦ ଦୋକାନୀ ଓ ଅବକାରୀ ଏସପି ଆଲୋଚନା କରିଛନ୍ତି l ଅବକାରୀ ଏସପି  ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ‘‘ଅଫଲାଇନରେ ମିଳିବନି ମଦ l କେବଳ ଅନଲାଇନରେ ଆବେଦନ କଲେ ମଦ ଘରେ ଘରେ ହୋମ ଡେଲିଭରି କରାଯିବ l’’

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 25, 2020, 7:33 PM IST
corona virus btn
corona virus btn
Loading