ଲିଙ୍ଗରାଜ ମନ୍ଦିରର କିଛି ସେବାୟତ କୋଭିଡ ପଜିଟିଭ ହେଲେ; ବନ୍ଦ ହେଲା ସାହାଣ ମେଲା ଦର୍ଶନ
କରୋନା ସଂକ୍ରମଣ ଜନିତ ସ୍ଥିତି ଲମ୍ବା ସମୟ ପର୍ଯ୍ୟନ୍ତ କାଏମ୍ ରହିଲେ ତା’ର ପ୍ରଭାବ କ’ଣ ହେବ ତାକୁ ନେଇ ବଢି଼ଛି ଆଶଙ୍କା । କୋଭିଡ କଟକଣା ଭିତରେ ମହାପ୍ରଭୁଙ୍କ ରୁକୁଣା ରଥ ଯାତ୍ରା ପାଇଁ ସବୁ ପ୍ରସ୍ତୁତି ସରିଥିବା ବି.ଏମ୍.ସି. ସ୍ପଷ୍ଟ କରିଛି।
ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର
- News18 Odia
- Last Updated: April 19, 2021, 6:01 PM IST
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର କିଛି ସେବାୟତ କୋଭିଡ ପଜିଟିଭ ହୋଇଥିବା କାରଣରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ମନ୍ଦିର ସର୍ବସାଧାରଣ ଦର୍ଶନ ପାଇଁ ବନ୍ଦ ରହିଥିବା ବେଳେ ଦର୍ଶନ ନେଇ ହତାଶ ହୋଇଛନ୍ତି ସଂଖ୍ୟାଧିକ ଭକ୍ତ । ହେଲେ ମନ୍ଦିରର ନୀତିକାନ୍ତି ନିୟମ ଅନୁସାରେ ସମ୍ପନ୍ନ ହୋଇଛି ବୋଲି ବ୍ରାହ୍ମଣ ନିଯୋଗ ସମିତି ସ୍ପଷ୍ଟ କରିଛି ।
କରୋନା ସଂକ୍ରମଣ ଜନିତ ସ୍ଥିତି ଲମ୍ବା ସମୟ ପର୍ଯ୍ୟନ୍ତ କାଏମ୍ ରହିଲେ ତା’ର ପ୍ରଭାବ କ’ଣ ହେବ ତାକୁ ନେଇ ବଢି଼ଛି ଆଶଙ୍କା । କୋଭିଡ କଟକଣା ଭିତରେ ମହାପ୍ରଭୁଙ୍କ ରୁକୁଣା ରଥ ଯାତ୍ରା ପାଇଁ ସବୁ ପ୍ରସ୍ତୁତି ସରିଥିବା ବି.ଏମ୍.ସି. ସ୍ପଷ୍ଟ କରିଛି।
ଏହା ବି ପଢ଼ନ୍ତୁ | ହୋଲି ଖେଳୁ ଖେଳୁ ମଥାରେ ଲଗେଇଦେଲା ସିନ୍ଦୂର; ବାସ୍, ହୋଲି ପର ଦିନ ହୋଇଗଲା ବାହାଘର
ଏହା ବି ପଢ଼ନ୍ତୁ | ସାପ ଓ ନେଉଳ ମଧ୍ୟରେ ଘମାଘୋଟ ଲଢ଼େଇ… କିଏ ଜିତିବ? VIDEO ଭାଇରାଲ୍ ହେଲା; ଦେଖନ୍ତୁ
‘‘କୋଭିଡ ଯୋଗୁଁ ପ୍ରଭୁ ଲିଙ୍ଗରାଜଙ୍କ ପାଇଁ ଭକ୍ତଙ୍କ ଦର୍ଶନ ବାରଣ ହୋଇଛି ବୋଲି ଜାଣି ନ ଥିଲୁ । ବଡ଼ ଆଶା ନେଇ ଆସିଥିଲୁ । ପୁଣି କେବେ ପ୍ରଭୁଙ୍କ ଦର୍ଶନ ମିଳିବ କିଏ ଜାଣେ?’’ କହିଛନ୍ତି ସେହିଭଳି କଟକ ସିଡିଏ ବାସିନ୍ଦା କମଳ ବଦ୍ରୀନାଥ । ତେଲେଙ୍ଗାନାରୁ ଆସିଥିବା କେ. ରାଙ୍ଗାରେଡ୍ଡୀ କହିଛନ୍ତି, ‘‘ବହୁ ଦିନ ବ୍ୟବଧାନରେ ଲିଙ୍ଗରାଜ ମନ୍ଦିର ଖୋଲିଲା । ବହୁତ ଆଶା ନେଇ ଆସିଥିଲୁ ଦର୍ଶନ ପାଇଁ । ଏବେ ମନ ଦୁଃଖରେ ଫେରୁଛୁ ।’’
ଏହା ବି ପଢ଼ନ୍ତୁ | Gold Price: ଏବେ କରନ୍ତୁ ସୁନାରେ ନିବେଶ; ୧ରୁ ୫ ମାସରେ ମିଳିବ ଭଲ ଲାଭ; ଦେଖନ୍ତୁ ପଛ ରେକର୍ଡ଼
ସାଧାରଣ ଦର୍ଶନ ବନ୍ଦ ରହିଥିଲେ ବି କିନ୍ତୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ନିୟମିତ ଚାଲୁ ରହିଥିବା ଦେଖିବାକୁ ମିଳିଥିଲା । ବ୍ରାହ୍ମଣ ନିଯୋଗ ସମିତିର ସହ-ସାଧାରଣ ସମ୍ପାଦକ ଟୁଟୁ ପଣ୍ଡା କହିଛନ୍ତି, ‘‘ନୀତିଗତ ନିଷ୍ପତ୍ତି କାରଣରୁଏହି ସାଧାରଣ ଦର୍ଶନକୁ ବାରଣ କରାଯାଇଛି । ତେବେ ମହାପ୍ରଭୁଙ୍କ ନୀତିକାନ୍ତି ଯେଭଳି ପ୍ରଭାବିତ ନ ହୁଏ ତା’ ଉପରେ ଗୁରୁତ୍ବ ଦିଆଯାଇଛି ।’’ ଅନ୍ୟ ଜଣେ ସେବାୟତ ଅବକାଶ ପୂଜାପଣ୍ଡା କହିଛନ୍ତି, ‘‘ସ୍ଥିତି କେବେ ସୁଧୁରିବ ସେ ନେଇ ଭଗବାନଙ୍କ ଉପରେ ଆମେ ଛାଡ଼ିଦେବାକୁ ଏକ ପ୍ରକାର ବାଧ୍ୟ ହୋଇଛୁ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅଭିନେତ୍ରୀ ବାଣୀ କପୁର୍: ଗ୍ରାଜୁଏସନ୍ ପରେ ହୋଟେଲ୍ରେ କାମ କଲେ, ତା’ ପରେ ମଡେଲିଂ, ଏବେ ଅଭିନୟ
ବି.ଏମ୍.ସି. କହିଛି ଯେ ମଙ୍ଗଳବାର ନୀତିଗତ ଭାବେ ଅନୁଷ୍ଠିତ ହେବ ରୁକୁଣା ରଥ ଯାତ୍ରା । ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ‘‘ପୂର୍ବ ନିଷ୍ପତ୍ତି ଅନୁସାରେ ମଙ୍ଗଳବାର ଅନୁଷ୍ଠିତ ହେବ ରୁକୁଣା ରଥ ଯାତ୍ରା । ଏଥିରେ କୋଭିଡ କଟକଣା ଅନୁପାଳନ ଉପରେ ଗୁରୁତ୍ବ ଦିଆଯିବ । କେବଳ ଆର୍.ଟି.ପି.ସି.ଆର୍. ନେଗେଟିଭ ଥିବା ସେବାୟତ ଓ ପୋଲିସ କର୍ମଚାରୀଙ୍କୁ ଏଥିରେ ଭାଗନେବା ପାଇଁ ଅନୁମତି ମିଳିବ ।’’
ମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି ଯେ ପୂର୍ବ ନିଷ୍ପତ୍ତି ଅନୁସାରେ ରୁକୁଣା ରଥ ଯାତ୍ରାରେ କୋଭିଡ କଟକଣା ଅନୁପାଳନ ହେବା ସହିତ ରଥ ଉପରେ ସର୍ବାଧିକ ୨୫ ଓ ତଳେ ସର୍ବାଧିକ ୧୦୦ ଜଣ ରହିବା ପାଇଁ ଅନୁମତି ମିଳିଛି । ଏହି ନିୟମକୁ କଡ଼କଡି଼ ଭାବେ ପାଳନ କରାଯିବ । ରଥ ଯାତ୍ରାର ସବୁ ନୀତିକାନ୍ତି ପରମ୍ପରା ଅନୁସାରେ ସମ୍ପାଦିତ ହେବ ବୋଲି କୁହାଯାଇଛି ।






