ଭୁବନେଶ୍ୱର: ଅନ୍ତଃ ହେଲା ଅପେକ୍ଷା; କାଲିଠାରୁ ମିଳିବ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ
ଅଗ୍ନିଶମ ବିଭାଗ ପକ୍ଷରୁ ସମ୍ପୂର୍ଣ ମନ୍ଦିରକୁ ସାନିଟାଇଜ କାରାଯାଇଛି । ମନ୍ଦିର ପ୍ରାଙ୍ଗଣରେ ଆଣ୍ଟିଜେନ ଟେଷ୍ଟିଂ ସେଣ୍ଟର ମଧ୍ୟ ଖୋଲାଯାଇଛି । ଏହା ସହ ସେବାୟତ ଓ ପୋଲିସ ପ୍ରସାଶନଙ୍କର କୋଭିଡ ଟେଷ୍ଟ ମଧ୍ୟ ଆରମ୍ଭ ହୋଇଛି ।

ଅନ୍ତଃ ହେଲା ଅପେକ୍ଷା; କାଲିଠାରୁ ମିଳିବ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ
- News18 Odia
- Last Updated: December 26, 2020, 7:09 PM IST
ଦୀର୍ଘ ୯ ମାସର ବ୍ୟବଧାନ ପରେ ଆସନ୍ତା କାଲି ଅର୍ଥାତ ରବିବାର ଦିନ ଲିଙ୍ଗରାଜ ମନ୍ଦିର ଖୋଲିବ। ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ୨୭ ତାରିଖରୁ ନେଇ ୩୧ ଡିସେମ୍ବର ପର୍ଯ୍ୟନ୍ତ ସେବାୟତଙ୍କ ପରିବାର ବର୍ଗ ଦର୍ଶନ କରିବେ । ସେଥିପାଇଁ ମନ୍ଦିର ନିକରେ ବିଏମ୍ସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ସମ୍ପୂର୍ଣ ମନ୍ଦିରକୁ ସାନିଟାଇଜ କାରାଯାଇଛି । ମନ୍ଦିର ପ୍ରାଙ୍ଗଣରେ ଆଣ୍ଟିଜେନ ଟେଷ୍ଟିଂ ସେଣ୍ଟର ମଧ୍ୟ ଖୋଲାଯାଇଛି । ଏହା ସହ ସେବାୟତ ଓ ପୋଲିସ ପ୍ରସାଶନଙ୍କର କୋଭିଡ ଟେଷ୍ଟ ମଧ୍ୟ ଆରମ୍ଭ ହୋଇଛି । ମନ୍ଦିର ବାହାରେ ସ୍ୱତନ୍ତ୍ର ବ୍ୟାରିକେଡ଼ିଙ୍ଗ ସାଙ୍ଗକୁ ଥର୍ମାଲ ସ୍କ୍ରିନିଂ ଓ ହାତ ଧୋଇବାର ବ୍ୟବସ୍ଥା ହୋଇଛି । ଆସନ୍ତାକାଲି ସକାଳ ୫ଟା ରୁ ମୁଖ୍ୟଦ୍ୱାର ଖୋଲି ନୀତିକାନ୍ତି ସହ ପହିଲି ଭୋଗ ଲାଗି ହେବା ପରେ ଆରମ୍ଭ ହେବ ସେବାୟତଙ୍କ ପରିବାରଙ୍କ ଦର୍ଶନ ।

ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ଆଣ୍ଟିଜେନ ଟେଷ୍ଟିଂ ସେଣ୍ଟରରେ ଜଣେ ସେବାୟତ କୋଭିଡ ଟେଷ୍ଟ କରୁଥିବାର ଦୃଶ୍ୟ
"ଯାହା ହଉ ମନ୍ଦିର ସଭିଁଙ୍କ ପାଇଁ ପୁଣି ଖୋଲିଲା । ନୀତିକାନ୍ତି କେବେ ବନ୍ଦ ହୋଇନାହିଁ । ଆମ ପରିବାର ଲୋକେ କାଲି ଦର୍ଶନ କରିବେ । ସମସ୍ତଙ୍କ ଭଲ ପାଇଁ କୋଭିଡ ଟେଷ୍ଟ ହେଉଛି । ଭଲ କଥା । ସମସ୍ତେ ଭଲରେ ଦର୍ଶନ କରନ୍ତୁ ତାହା ହିଁ କାମନା," କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ।
" ଅନେକ ଦିନ ଧରି ମନ୍ଦିର ବାହାରୁ ଦର୍ଶନ କରୁଥିଲୁ । ଏବେ ଖୁବ ଶୀଘ୍ର ବାବାଙ୍କୁ ପାଖରୁ ଦେଖିହେବ ସେଥିପାଇଁ ଖୁସି ଲାଗୁଛି । ନୂଆ ବର୍ଷରେ ବାବାଙ୍କୁ ଦର୍ଶନ କରିବାକୁ ନିଶ୍ଚିତ ଆସିବୁ," କହିଛନ୍ତି ଜଣେ ଭକ୍ତ ଅର୍ପିତା ।
ଦୀର୍ଘ ୯ ମାସର ବ୍ୟବଧାନ ପରେ ବାବା ଲିଙ୍ଗରାଜଙ୍କ ଦର୍ଶନ କୁ ନେଇ ସଭିଏଁ ବେଶ ଆନନ୍ଦିତ । ଅନ୍ୟପଟେ ଜାନୁଆରୀ ୩ ତାରିଖରୁ ଭୁବନେଶ୍ୱରର ସମସ୍ତ ମନ୍ଦିର ମଧ୍ୟ ଖୋଲିବ ।