କରୋନା ମୁକାବିଲା: ହାତ ନ ଧୋଇ, ମାସ୍କ ନ ପିନ୍ଧି ଲିଙ୍ଗରାଜ ମନ୍ଦିର ଭିତରକୁ ପ୍ରବେଶ ମନା

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭକୁ ଛୁଇଁବାକୁ ଭକ୍ତମାନଙ୍କୁ ବାରଣ କରାଯାଇଛି । ଏହା ଚାରି ପାଖରେ କରାଯାଇଛି ବ୍ୟାରିକେଡ । ଅଧିକ ଜ୍ବର ବା ଥଣ୍ଡା ହୋଇଥିଲେ ମନ୍ଦିରକୁ ନ ଆସିବାକୁ କୁହାଯାଉଛି ।

କରୋନା ମୁକାବିଲା: ହାତ ନ ଧୋଇ, ମାସ୍କ ନ ପିନ୍ଧି ଲିଙ୍ଗରାଜ ମନ୍ଦିର ଭିତରକୁ ପ୍ରବେଶ ମନା
ଲିଙ୍ଗରାଜ ମନ୍ଦିର
  • News18 Odia
  • Last Updated: March 16, 2020, 11:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ କରୋନା ଭାଇରସର ଗୋଟିଏ ପଜିଟିଭ୍ ମାମଲା ଆସିବା ପରେ ସରକାରଙ୍କ ବିଭିନ୍ନ ସଂସ୍ଥା କଡ଼ା ଅନୁଶାସନାତ୍ମକ ନିୟମ ଲାଗୁ କରିଛନ୍ତି । ଏହି ପଦକ୍ଷେପଗୁଡ଼ିକରୁ ବାଦ୍ ପଡ଼ିନାହାନ୍ତି ମନ୍ଦିରମାଳିନୀ ସହର ଭୁବନେଶ୍ବରର ଦେବାଳୟମାନେ । ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା ହାତକୁ ନେଇ ଭକ୍ତମାନଙ୍କୁ ସଚେତନ କରିବା ଓ ସୁରକ୍ଷିତ ରଖିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଲାଗିଛି କଟକଣା । କଟକଣା ନ ମାନିଲେ ମନ୍ଦିକୁ ପ୍ରବେଶ ନିଷେଧ କରିଛି ପ୍ରଶାସନ ।

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭକୁ ଛୁଇଁବାକୁ ଭକ୍ତମାନଙ୍କୁ ବାରଣ କରାଯାଇଛି । ଏହା ଚାରି ପାଖରେ କରାଯାଇଛି ବ୍ୟାରିକେଡ । ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ପ୍ରଶାସନ ପକ୍ଷରୁ ଦିଆଯାଉଛି ହ୍ୟାଣ୍ଡୱାସ୍ । ମାସ୍କ ପିନ୍ଧି ଦର୍ଶନ ପାଇଁ ଯିବାକୁ ଭକ୍ତମାନଙ୍କୁ କୁହାଯାଉଛି । ଗର୍ଭଗୃହକୁ ଏକା ସାଙ୍ଗରେ ଏକାଧିକ ଲୋକଙ୍କ ପ୍ରବେଶ ଉପରେ ବି ଲଗାଯାଇଛି କଟକଣା । ପ୍ରତ୍ୟେକ ଦିନ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ପରିଚୟ ଓ ଠିକଣାର ତାଲିକା ରଖାଯାଉଛି ।

‘‘ଅଧିକ ଜ୍ବର ବା ଥଣ୍ଡା ହୋଇଥିଲେ ମନ୍ଦିରକୁ ଆସନ୍ତୁ ନାହିଁ,’’ ପରାମର୍ଶ ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ ।

ମନ୍ଦିରକୁ ପ୍ରବେଶ ପୂର୍ବରୁ ସାବୁନରେ ହାତ ଧୋଉଛନ୍ତି ଭକ୍ତମାନେ ।


ଲିଙ୍ଗରାଜ ମନ୍ଦିରକୁ ଖାଲି ରାଜ୍ୟ ନୁହେଁ ରାଜ୍ୟ ବାହାରୁ ପ୍ରତ୍ୟହ ହଜାର ହଜାର ଭକ୍ତ ଆସନ୍ତି । ଆଜି ରାଜଧାନୀରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭକ୍ତମାନଙ୍କ ଭିତରେ ଭୟ ପଶିଯାଇଛି । ତେବେ ଅନେକ ଭକ୍ତ ନିଜ ଆଡୁ ସତର୍କତା ଅବଲମ୍ବନ କରୁଥିବା ଦେଖିବାକୁ ମିଳୁଛି । ସୋମବାର ଉତ୍ତର ପ୍ରଦେଶର ମନ୍ତ୍ରୀ ଅନୀଲ ରାଜବୀର ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଆସିଥିବା ବେଳେ ମନ୍ଦିର ପ୍ରଶାସନ ରେଜିଷ୍ଟରରେ ଦସ୍ତଖତ କରିଥିଲେ । ସାନିଟାଇଜରରେ ହାତ ଧୋଇବା ସହ ମାସ୍କ ପିନ୍ଧି ମନ୍ଦିର ଭିତରକୁ ଯାଇଥିଲେ ।

‘‘ସାରା ଦେଶ କେରୋନା କବଳରେ ଥିବାବେଳେ ଓଡ଼ିଶା ସରକାରଙ୍କର ଏଭଳି ପଦକ୍ଷେପ ପ୍ରଶଂସନୀୟ,’’ କହିଛନ୍ତି ଅନୀଲ ରାଜଭିର। ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିବା ବେଳେ ସେଠି ମଧ୍ୟ ଏହି ପ୍ରକାରର ବିଶେଷ ବ୍ୟବସ୍ଥା ଦେଖି ଖୁସି ହୋଇଥିଲା ସେ । ‘‘ସବୁ ରାଜ୍ୟ ସରକାର ଏମିତି ପଦକ୍ଷେପ ଗ୍ରହଣ କରିବା ଉଚିତ,’’ ସେ କହିଛନ୍ତି।

କେରୋନା ଭୟ ସମସ୍ତଙ୍କୁ ଘାରିଥିବା ବେଳେ ନିଜେ ହିଁ ସତର୍କ ରହିଲେ କରୋନା ଭୂତାଣୁ ଠାରୁ ସୁରକ୍ଷିତ ରହିହେବ ବୋଲି ରାଜ୍ୟ ସରକାର ବାର୍ତ୍ତା ଦେଉଛନ୍ତି ।
First published: March 16, 2020, 11:29 PM IST
corona virus btn
corona virus btn
Loading