ଲକଡାଉନ୍ କଟକଣା କୋହଳ ହେବା ପରେ କଟକରେ ସ୍ବାଭାବିକ ହେଉଛି ଜୀବନ ଯାତ୍ରା

କଟକରେ ମଦ ଦୋକାନ ଖୋଲିବ ବୋଲି ସ୍ପଷ୍ଟ କରିଛି ନଗର ନିଗମ । ଲାଇସେନ୍ସ ନବୀକରଣ ପାଇଁ ଅବକାରୀ ବିଭାଗ କାର୍ଯ୍ୟାଳୟରେ ବ୍ୟାବସାୟୀଙ୍କ ଲାଇନ ଲାଗିଥିଲା । ଦୋକାନ ଖୋଲିବା ପୂର୍ବରୁ ମଦ ଦୋକାନ ଆଗରେ ଗ୍ରାହକଙ୍କ ଭିଡ ଜମିଥିଲା ।

ଲକଡାଉନ୍ କଟକଣା କୋହଳ ହେବା ପରେ କଟକରେ ସ୍ବାଭାବିକ ହେଉଛି ଜୀବନ ଯାତ୍ରା
କଟକରେ ଗୋଟେ ସେଲୁନ୍ ଆଜି ଖୋଲିଛି ଓ ଲୋକଙ୍କ ବାଳ କାଟିବା କାମ ଆରମ୍ଭ କରିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଗ୍ରୀନ ଜୋନରେ ଥିବା କଟକ ସହରରେ ଲକଡ଼ାଉନ ନିୟମକୁ କୋହଳ କରାଯିବା ଯୋଗୁଁ ଦେଢ ମାସ ପରେ ପୁଣି ଥରେ ଚଳଚଞ୍ଚଳ ହୋଇ ଉଠିଛି ଏହି ଐତିହାସିକ ସହର । କଟକର ଛକଗୁଡ଼ିକରେ ଲାଗିଥିବା ବ୍ୟାରିକେଡ଼କୁ ଉଠାଇ ଦିଆଯାଇଛି ଓ ପୂର୍ବ ଭଳି ପୋଲିସର ଯାଞ୍ଚ ମଧ୍ୟ ନାହିଁ । ଫଳରେ ସହରରେ ନିର୍ଦ୍ବନ୍ଦରେ ଯାନବାହନ ଚଳାଚଳ ଆରମ୍ଭ ହୋଇଛି । ସହରରେ ବ୍ୟବସାୟୀ ପ୍ରତିଷ୍ଠାନଗୁଡିକ ସର୍ତ୍ତମୂଳକ ଭାବେ କଟକଣା ମୁକ୍ତ ହୋଇଥିବାରୁ ବ୍ୟବସାୟୀମାନେ ମଧ୍ୟ ନିଜ ନିଜ ଦୋକାନ ଖୋଲିବା ଆରମ୍ଭ କରିଛନ୍ତି ।

“ଦେଢ ମାସର ଲଗଡ଼ାଉନ ମଧ୍ୟରେ ମୁଁ ମାତ୍ର ଦୁଇ ଥର ଘରୁ ବାହାରକୁ ବାହାରିଛି । କିଛି ଜରୁରୀ କାମ ଥିବାରୁ ଗତ ସପ୍ତାହରେ ଥରେ ବାହାରିଥିଲି ଓ ଆଜି କିଛି କିଣା କିଣି ପାଇଁ ଆସିଛି । ଗତ ସପ୍ତାହ ଅପେକ୍ଷା ଆଜି ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆମ ସହର ଗ୍ରୀନ ଜୋନରେ ଥିବାରୁ ଏହା ସମ୍ଭବ ହୋଇଛି । ଆମେ ସଚେତନ ରଖିଲେ ହିଁ ଏହା ଆଗକୁ ଜାରି ରହିପାରିବ,” କହିଛନ୍ତି ରାଣୀହାଟର ଏକ କପଡା ଦେକାନକୁ ଆସିଥିବା କଟକ ବାସିନ୍ଦା ପ୍ରସନ୍ନ ମହାନ୍ତି ।

କଟକଣା କୋହଳ ହେବା ପରେ ଆଜି ନିଜ ଗାର୍ମେଣ୍ଟ ସୋ’ରୁମ ଖୋଲିଥିବା ଦୋଳମୁଣ୍ଡାଇର ରାଜେନ୍ଦ୍ର ଗୁପ୍ତା କହିଛନ୍ତି: ‘‘ବ୍ୟବସାୟ କରିବା ସମୟରେ ସରକାରଙ୍କ ସମସ୍ତ ନିୟମ ମୁଁ ପାଳନ କରିବି । କିନ୍ତୁ ଏହି ଭଳି ଏକ ଅଭାବନୀୟ ପରିସ୍ଥିତିରେ ବ୍ୟବସାୟ ହେବା ନେଇ ମୋ’ର ଆଶା ନାହିଁ ।’’

କଟକ ମହାନଗର ନିଗମ (ସି.ଏମ.ସି.) କମିଶନର ଅନନ୍ୟା ଦାସ


ତେବେ ମଦ ଦୋକାନ ଗୁଡିକୁ ଖୋଲିବା ପାଇଁ ଅନୁମତି ମିଳିଥିଲେ ମଧ୍ୟ ଲକଡ଼ାଉନ ଯୋଗୁଁ କୌଣସି ବ୍ୟବସାୟୀ ସେମାନଙ୍କ ଲାଇସେନ୍ସକୁ ନବୀକରଣ କରି ପାରିନଥିଲେ । ଏବେ ମଦ ବ୍ୟବସାୟୀମାନେ ନିଜ ଦେକାନ ଖୋଲିବା ପୂର୍ବରୁ ଅବକାରୀ ବିଭାଗରୁ ନିଜ ଲାଇସେନ୍ସ ନବୀକରଣ କରାଉଛନ୍ତି । ଆଜି ସକାଳ ୯ଟା ବେଳୁ ହିଁ ମଦ ଦେକାନ ଆଗରେ ଗ୍ରାହକଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।

ଗ୍ରୀନ ଜୋନରେ ଲକଡ଼ାଉନ ନିୟମକୁ କୋହଳ କରିବା ନେଇ ଗତ କାଲି ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଆସିବା ପରେ ସି.ଏମ.ସି. ମଧ୍ୟ ନିଜର ଏକ ବିଜ୍ଞପ୍ତି ପ୍ରକାଶ କରିଛି । ଏହା ଅନୁଯାୟୀ କେବଳ ମାର୍କେଟ କମ୍ପ୍ଲେକ୍ସ ଓ ସପିଂ ମଲକୁ ବାଦ ଦେଲେ ସହରର ଅନ୍ୟ ସମସ୍ତ ସ୍ଥାନରେ ଥିବା ସମସ୍ତ ଦେକାନ ଖୋଲି ପାରିବ । କିନ୍ତୁ ସେଠାରେ ସାମାଜିକ ଦୂରତା ନିୟମକୁ ପାଳନ କରିବା ସହ ଦୋକାନରେ ସାନିଟାଇଜର ରଖିବା ଓ ଉଭୟ ଗ୍ରାହକ ଓ ବ୍ୟବସାୟୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

“ଔଷଧ ଓ ସଉଦା ଭଳି ଅତ୍ୟାବଶ୍ୟକ ଦେକାନ ଖୋଲିବା ଉପରେ ସମୟର କୌଣସି କଟକଣା ନାହିଁ, କିନ୍ତୁ ଅଣ-ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନଗୁଡିକ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହା ବ୍ୟତୀତ ସେଲୁନ ଓ ସ୍ପା’ ଭଳି ଦୋକାନକୁ ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ସେଠାରେ ଗ୍ରାହକ ଓ ବ୍ୟବସାୟୀଙ୍କୁ ସର୍ଜିକାଲ ବା ଏନ-୯୫ ମାସ୍କ ପିନ୍ଧିବା ବାଧ୍ୟତାମୁଳକ କାରାଯାଇଛି । ତେବେ ସାମାଜିକ ଦୂରତା ନିୟମକୁ ପାଳନ କରି ଲାଇସେନ୍ସ ପ୍ରାପ୍ତ ମଦ ଦୋକାନଗୁଡିକୁ ଖୋଲିବା ପାଇଁ ଅନୁମତି ଦିଆଯାଇଛି,” କହିଛନ୍ତି ସିଏମସି କମିଶନର ଅନନ୍ୟା ଦାସ ।
First published: May 4, 2020, 9:59 PM IST
corona virus btn
corona virus btn
Loading