ନବୀନଙ୍କ ଆହ୍ୱାନ ଗ୍ରହଣ କରି ମୋଟ ୬୨,୦୦୦ ଟଙ୍କାର ଘର ଭଡ଼ା ଛାଡ଼ କଲେ ଜଣେ ଘର ମାଲିକ

ଭୁବନେଶ୍ୱର ରସୁଲଗଡ଼ର ବାସିନ୍ଦା ପ୍ରଶାନ୍ତ କୁମାର ଶ୍ରୀଚନ୍ଦନ ରାୟ ନିଜ ସହୃଦୟତା ଓ ବଦାନ୍ୟତାର ପରିଚୟ ଦେଇ ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ନବୀନଙ୍କ ଆହ୍ୱାନ ଗ୍ରହଣ କରି ମୋଟ ୬୨,୦୦୦ ଟଙ୍କାର ଘର ଭଡ଼ା ଛାଡ଼ କଲେ ଜଣେ ଘର ମାଲିକ
ନିଜ ଦୋକାନରେ ଜଣେ ଗ୍ରାହକଙ୍କ ସହ କଥା ହେଉଛନ୍ତି ଘର ମାଲିକ ପ୍ରଶାନ୍ତ କୁମାର ଶ୍ରୀଚନ୍ଦନ ରାୟ ।
  • News18 Odia
  • Last Updated: April 10, 2020, 2:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଘର ମାଲିକମାନଙ୍କୁ କରୋନା ଭାଇରସ୍‌ ସଂକଟ ଯୋଗୁଁ ଘର ଭଡ଼ା କୋହଳ କରିବାକୁ ଅନୁରୋଧ କରିଥିଲେ । ସେହି ଅନୁରୋଧ ଉପରେ ଅନେକ ଘର ମାଲିକ ଏବେ ବି ବିଚାର କରୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଜଣେ ଘର ମାଲିକ ନିଜ ଭଡାଟିଆମାନଙ୍କ ପାଇଁ ୬୨,୦୦୦ ଟଙ୍କା ଛାଡ଼ କରି ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।

ଏହି ଘର ମାଲିକ ହେଉଛନ୍ତି ରସୁଲଗଡ଼ର ପ୍ରଶାନ୍ତ କୁମାର ଶ୍ରୀଚନ୍ଦନ ରାୟ । ନିଜ ସହୃଦୟତା ଓ ବଦାନ୍ୟତାର ପରିଚୟ ଦେଇ ସେ ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ରାୟଙ୍କ ନିଜ ଘର ରାଜଧାନୀର ରସୁଲଗଡ଼ରେ । ତାଙ୍କର ଟ୍ରକ ଓ ଦୋକାନ ପରି କିଛି ବ୍ୟବସାୟ ଅଛି । ମାସକୁ ତାଙ୍କୁ ଘର, ଦୋକାନ ଓ ହୋଟେଲ ଭଡାରୁ ଏକ ଲକ୍ଷ ୧୦ ହଜାର ଟଙ୍କା ଆୟ ହୁଏ । ସେ କେତେକ ସରକାରୀ ଚାକିରିଆ ଓ ବେସରକାରୀ ଚାକିରୀଆ, ଦୋକାନୀ ଓ ଛାତ୍ରଛାତ୍ରୀଙ୍କୁ ନିଜ ଘର ଭଡ଼ା ଦେଇଛନ୍ତି । ଲକଡାଉନ୍‌ ଯୋଗୁଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ଶୁଣିବା ପରେ ସେ ନିଜର ଛାଡ କରିଛନ୍ତି ପ୍ରଶାନ୍ତ।

‘‘ମୋ’ର ୨୬ଟି ଘର ଲାଗିଛି ଭଡ଼ାରେ । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ଶୁଣିବା ପରେ ମୁଁ ସବୁ ଘର ଭଡ଼ା ଛାଡ଼ କରିବା ପାଇଁ ନିଷ୍ପତ୍ତି ନେଇଛି । ଯଦି ଲକଡାଉନ ଆଗକୁ ଜାରି ରହେ ତେବେ ଆଉ ଗୋଟିଏ ମାସର ଘର ଭଡ଼ା ଛାଡ଼ କରିବି,’’ କହିଛନ୍ତି ପ୍ରଶାନ୍ତ ।

ତାଙ୍କର ଜଣେ ଭଡାଟିଆ ସଞ୍ଜୟ ମୁଦୁଲି କହିଛନ୍ତି ଯେ କରୋନା ଭାଇରସ୍‌ ଜନିତ ମହାମାରୀ ଯୋଗୁଁ ଜୀବନ ଯାତ୍ରା ଠପ ହୋଇଯାଇଛି । ‘‘ଏବେ ରୋଜଗାର ବୋଲି କିଛି ନାହିଁ । ଯାହା ବି ଅର୍ଥ ଅଛି ତାହା ବି ମାସ ମୁଣ୍ଡକୁ ସରିଯିବ। ହେଲେ ପ୍ରଶାନ୍ତ ବାବୁଙ୍କ ଏ ବଦାନ୍ୟତା ଯୋଗୁଁ ଦୁଃଖ କିଛି ଲାଘବ ହେବ । ତାଙ୍କର ଏହି ସହୃଦୟତା ଅନ୍ୟ ଘର ମାଲିକଙ୍କୁ ପ୍ରଭାବିତ କରିବ ବୋଲି ଆଶା କରୁଛି,’’ କହିଛନ୍ତି ମୁଦୁଲି ।

ଦିଲ୍ଲୀ ସମେତ କେତେକ ରାଜ୍ୟର ସରକାର ଭଡ଼ାଟିଆମାନଙ୍କ ଠାରୁ ଭଡ଼ା ନ ନେବା ପାଇଁ ଘର ମାଲିକମାନଙ୍କୁ ଅନୁରୋଧ କରିଥିଲେ । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ତିନି ମାସର ଘର ଭଡ଼ା ଏବେ ଭଡାଟିଆମାନଙ୍କୁ ନ ମାଗିବା ପାଇଁ ଅନୁରୋଧ କରିଛନ୍ତି । ଏପରି ସ୍ଥଳେ ପ୍ରଶାନ୍ତଙ୍କ କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା ମିଳୁଛି ।

ରାଜଧାନୀ ଭୁବନେଶ୍ୱରରେ ଅନେକ ଘର ମାଲିକ ଅଛନ୍ତି ଯେଉଁମାନେ ନିଜ ଘର ଭଡ଼ାରେ ଲଗାଇ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । କରୋନା ଭଳି ମହମାରୀକୁ ରାଜ୍ୟ ତଥା ଦେଶ ମୁକାବିଲା କରୁଥିବା ସମୟରେ ଅନେକ ଭଡ଼ାଟିଆ ନିଜ ରୋଜଗାର ହରେଇ ପରିବାର ପାଳନ କରିବାରେ ଭୀଷଣ ଅସୁବିଧାର ସାମନା କରୁଛନ୍ତି । ସେଇଥି ପାଇଁ ନବୀନ ପଟ୍ଟନାୟକ ଘର ମାଲିକମାନଙ୍କ ଉଦ୍ଦେଶ୍ୟରେ ଅପୀଲ୍‌ କରିଥିଲେ ।
First published: April 10, 2020, 2:53 PM IST
corona virus btn
corona virus btn
Loading