News18 Odia Digital
ଭୁବନେଶ୍ୱର: କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାରମାନଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟ ମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରାଯାଇଛି । ଏହା ଦ୍ବାରା ରାଜ୍ୟର ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକୃତ ହୋଇଛନ୍ତି ବୋଲି ସରକାର କହିଛନ୍ତି । ଏହି ସହାୟତାରେ ପ୍ରତ୍ଯେକ ଭୂମିହୀନ ଚାଷୀଙ୍କ ପାଇଁ କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତ ଭାବେ ୧,୦୦୦ ଟଙ୍କା ମୁଖ୍ୟ ମନ୍ତ୍ରୀଙ୍କ କୋଭିଡ ସହାୟତା ଅନ୍ତର୍ଭୁକ୍ତ ଅଛି ।
‘‘ଚାଷୀ, ଶ୍ରମିକ ଓ ମଜଦୁରମାନଙ୍କ ପରି ଖଟିଖିଆ ବର୍ଗ ହେଉଛନ୍ତି ଆମ ଅର୍ଥନୀତି ନାଭିକେନ୍ଦ୍ର । ଏ ସମସ୍ତଙ୍କ ତ୍ୟାଗ ହିଁ ଆମ ଅର୍ଥନୀତି କୁ ସମୃଦ୍ଧ କରିଥାଏ । କୃଷି କ୍ଷେତ୍ରର ସବୁ ସଫଳତା ପଛରେ ଭୂମିହୀନ ଚାଷୀର ତ୍ୟାଗ ଓ ପରିଶ୍ରମ ରହିଛି । ଆମେ ତା’ର ତ୍ୟାଗକୁ ସମ୍ମାନ କରୁ । ତା’ ସ୍ଵାର୍ଥର ସୁରକ୍ଷା ପାଇଁ ଆମର ଲଢେଇ ଜାରି ରହିଛି,’’ ବୁଧବାର ଦିନ ଏହି ଅବସରରେ ଉଦବୋଧନ ଦେଇ କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅମିତାଭ୍ ବଚ୍ଚନ ଓ ଜୟା ବଚ୍ଚନଙ୍କ ପ୍ରେମ କାହାଣୀର ସାକ୍ଷୀ ୧୦ଟି ଫଟୋ; ଦୀର୍ଘ ଦିନ ଡେଟିଂ କରିବା ପରେ ବାହା ହୋଇଥିଲେଏମ୍.ଏସ୍. ସ୍ୱାମୀନାଥନ୍ କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ସବୁବେଳେ ଦାବି କରି ଆସିଛନ୍ତି ବୋଲି କହି ପଟ୍ଟନାୟକ କହିଛନ୍ତି ଯେ ତାହା ପୂରଣ ହେବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଲଢ଼େଇ ଜାରି ରହିବ । କୃଷିଜାତ ଦ୍ରବ୍ୟର ମୂଲ୍ୟ ଏହାର ଉତ୍ପାଦନରେ ବ୍ୟୟ ହୋଇଥିବା ଅର୍ଥର ଅନ୍ୟୁନ ଦେଢ଼ ଗୁଣକୁ ସର୍ବନିମ୍ନ ସମର୍ଥନ ମୂଲ୍ୟ (MSP) କରିବାକୁ ସ୍ବାମୀନାଥନ୍ କମିଟି ସୁପାରିଶ କରିଥିଲେ । ସେହି କଥାକୁ ଓଡ଼ିଶା ବିଧାନସଭାରେ ୨୦୧୭ ଓ ପୁଣି ୨୦୧୮ ମସିହାରେ ସର୍ବ ସମ୍ମତି କ୍ରମେ ଗୃହୀତ ପ୍ରସ୍ତାବକୁ ବିଚାରକୁ ନେଇ ଧାନର ସର୍ବନିମ୍ନ ସମର୍ଥନ ମୂଲ୍ୟକୁ କ୍ୱିଣ୍ଟାଲ୍ ପିଛା ୨,୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ବିଜୁ ଜନତା ଦଳ ଦାବି କରିଆସୁଛି ।
ଏହା ବି ପଢ଼ନ୍ତୁ | EPFOରୁ ଖୁସି ଖବର! ଆସନ୍ତା ମାସ ଚାକିରି କରୁଥିବା ଲୋକଙ୍କ PF ଖାତାକୁ ଅଧିକ ଟଙ୍କା ଆସିବଜୁନ୍ ଦ୍ୱିତୀୟ ସପ୍ତାହରେ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି କ୍ରମେ ଭିନ୍ନ ଭିନ୍ନ ଫସଲ ପାଇଁ ଭିନ୍ନ ଭିନ୍ନ ଏମ୍.ଏସ୍.ପି. ଧାର୍ଯ୍ୟ କରାଯାଇ ଧାନର ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟାଲ୍ ପିଛା ୧,୯୪୦ ଟଙ୍କାକୁ ବୃଦ୍ଧି କରାଯିବା ପରେ ଏହାକୁ ନେଇ ବିଜେଡି ଅସନ୍ତୋଷ ପ୍ରକାଶ କରିଥିଲା । ଖରିଫ ଧାନରେ କ୍ୱିଣ୍ଟାଲ ପିଛା ମାତ୍ର ୭୨ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହେବାକୁ କଂଗ୍ରେସ ଓ ବିଜେଡି ଭିନ୍ନ ଢଙ୍ଗରେ ସମାଲୋଚନା କରିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ୯୮ ଦିନ ଧରି ଚାଲିବ କରୋନାର ୩ୟ ଲହର, ସାଙ୍ଘାତିକ ହେବ, ଆସିଲା ନୂଆ ତଥ୍ୟମୁଖ୍ୟ ମନ୍ତ୍ରୀଙ୍କ କୋଭିଡ ସହାୟତା ବାବଦରେ ମିଳିଥିବା ୧,୦୦୦ ଟଙ୍କା ଲେଖାଏଁ ସହାୟତା ସବୁ ଭୂମିହୀନ ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ସିଧାସଳଖ ଜମା କରାଯାଇଛି । କାଳିଆ ଯୋଜନାରେ ଚାଷୀମାନେ ତିନିଟି କିସ୍ତିରେ ୧୨,୫୦୦ ଟଙ୍କା ପାଇଥାନ୍ତି । ବଳରାମ ଯୋଜନାରେ ମଧ୍ୟ ଭୂମିହୀନ ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ଆନୁଷଙ୍ଗିକ କାର୍ଯ୍ୟ ପାଇଁ କୃଷି ଋଣ ସହାୟତା ଯୋଗାଇ ଦିଆଯାଉଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ସାନ ପିଲାଙ୍କର ଏତେ ଅନଲାଇନ୍ ପାଠ କାହିଁକି, ମୋଦି ସାହାବ୍?’’ VIDEOରେ ମୋଦିଙ୍କୁ ପଚାରୁଛି କୁନି ଝିଅଟିଏହି ଅବସରରେ ମୁଖ୍ୟ ମନ୍ତ୍ରୀ ତିନି ଜଣ ଭୂମିହୀନ ଚାଷୀଙ୍କ ସହିତ କାଳିଆ ଯୋଜନାର ସୁଫଳ ବିଷୟରେ ବି ଆଲୋଚନା କରିଥିଲେ । ନିଜ ସଫଳତା ସମ୍ପର୍କରେ ବର୍ଣ୍ଣନା କରି ମାଳତି ମେଲେକା ନାମକ ଚାଷୀ କହିଥିଲେ ଯେ କାଳିଆ ଯୋଜନାରେ ପାଇଥିବା ସହାୟତାକୁ ସେ ଛତୁ ଚାଷରେ ବିନିଯୋଗ କରି ଲାଭବାନ ହୋଇଛନ୍ତି । ସୁନ୍ଦରଗଡର ସୂରଥ ମାଝୀ କାଳିଆ ଯୋଜନା ସହାୟତାରେ ଜାଲ କିଣି ମାଛ ଧରିବା ସହ ଚାଷ କରି କେମିତି ଉପକୃତ ହୋଇଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ । ଭଦ୍ରକର ଗଣେଶ ଦାସ କାଳିଆ ଯୋଜନା ସହାୟତାରେ ମାଛ ଓ ଶୁଖୁଆ ବେପାର କରି ଭଲରେ ପରିବାର ଚଳାଉଛନ୍ତି ବୋଲି କହିଥିଲେ ।
ମୁଖ୍ୟ ମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । କୃଷକ ମାନଙ୍କ ସ୍ଵାର୍ଥର ସୁରକ୍ଷା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ଼ ନେତୃତ୍ଵର ସେ ଉଚ୍ଚ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ କାଳିଆ ଯୋଜନା ଓ ଭୂମିହୀନ ଚାଷୀ ମାନଙ୍କ ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ମଧ୍ୟ ପ୍ରଦର୍ଶନ କରଯାଇଥିଲା । ମୁଖ୍ୟ ମନ୍ତ୍ରୀଙ୍କ ସଚିବ (5T) ଭି. କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।