ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର Corona ଟିକା ୭୦% ପ୍ରଭାବ ଦେଖାଉଛି: ଲାନସେଟ୍ ଜର୍ଣ୍ଣାଲ୍
ସିମ୍ପାଜୀଙ୍କ ଠାରେ ଏକ ଭୂତାଣୁ ଯୋଗୁଁ ସେମାନଙ୍କୁ ଥଣ୍ଡା ଧରିଥାଏ । ଏହି ଭୂତାଣୁ ମଣିଷ ଶରୀରରେ କିଛି କ୍ଷତି କରିପାରେନି । ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ଟିକାରେ ଏହି ଭୂତାଣୁକୁ ବ୍ୟବହାର କରାଯାଇଛି, ଯାହା ସାର୍ସ କୋଭ୍-ଟୁ ପ୍ରୋଟିନ୍ ଶ୍ରେଣୀଭୁକ୍ତ ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: December 9, 2020, 11:05 PM IST
ନୂଆ ଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣର(Coronavirus) ମୁକାବିଲା କରିବା ପାଇଁ ବିଭିନ୍ନ ଟିକା କମ୍ପାନି ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଫାଇଜର୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକା ବ୍ରିଟେନରେ ଲୋକଙ୍କୁ ଦିଆଯିବା ଆରମ୍ଭ ହୋଇ ସାରିଥିବା ବେଳେ ଏବେ ଚର୍ଚ୍ଚାକୁ ଆସିଛି ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର କୋଭିଡ୍-୧୯ ଟିକା । ଅନ୍ତରୀଣ ଅନୁଧ୍ୟାନରେ ଏହି ଟିକା ୭୦ ପ୍ରତିଶତ ପ୍ରଭାବ ଦେଖାଉଥିବା କହିଛି ଲାନସେଟ୍ ଜର୍ଣ୍ଣାଲ୍ ।
ସ୍ବାସ୍ଥ୍ୟ ଜଗତର ପ୍ରଖ୍ୟାତ ପତ୍ରିକା ଲାନସେଟରେ ପ୍ରଥମ ଥର ପାଇଁ କୋଭିଡ୍ ଟିକା ଉପରେ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି ଯେ କ୍ଲିନିକାଲ୍ ଟ୍ରାଏଲରେ ଏହି ଟିକା ହାରାହାରି ୭୦ ପ୍ରତିଶତ ପ୍ରଭାବ ଦେଖାଇଛି । କ୍ଲିନିକାଲ୍ ଟ୍ରାଏଲରେ ଯେଉଁମାନଙ୍କୁ ପ୍ରଥମେ ଦୁଇଟି ଫୁଲ୍ ଡୋଜ୍ ଦିଆ ଯାଇଥିଲା, ସେମାନଙ୍କ କ୍ଷେତ୍ରରେ ୬୨ ପ୍ରତିଶତ ପ୍ରଭାବ ଦେଖାଇଛି । କିନ୍ତୁ ଯେଉଁମାନଙ୍କୁ ପ୍ରଥମେ ଅଧା ଡୋଜ୍ ଏବଂ ପରେ ପୂରା ଡୋଜ୍ ଦିଆଯାଇଛି ସେମାନଙ୍କ କ୍ଷେତ୍ରରେ ୯୦ ପ୍ରତିଶତ ପ୍ରଭାବ ଦେଖାଇଛି, ଯାହାକି ହାରାହାରି ୭୦ ପ୍ରତିଶତ ।
ଏହା ବି ପଢ଼ନ୍ତୁ | ଏ ଥର ଓଡ଼ିଶାରେ ବିଳମ୍ବରେ ହେବ ମାଟ୍ରିକ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା; ପୂର୍ବ ଭଳି ଅଫଲାଇନରେ ହେବ
ଲାନସେଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏହି ତଥ୍ୟ କ୍ଲିନିକାଲ୍ ଟ୍ରାଏଲର ଆନ୍ତରୀଣ ଅନୁଧ୍ୟାନର ଏକ ରିପୋର୍ଟ । ଯୁବ ଗୋଷ୍ଠୀ, ବୟସ୍କ ଓ ବିଭିନ୍ନ ସଂପ୍ରଦାୟର ଲୋକଙ୍କ ଉପରେ ଏହାର ଡୋଜ୍ ଓ ବୁଷ୍ଟର ଟାଇମ୍ ନେଇ ସମ୍ପୂର୍ଣ୍ଣ ତଥ୍ୟ ପରେ ପ୍ରକାଶ ପାଇବ ।
ଏହା ବି ପଢ଼ନ୍ତୁ | ‘ଧନ କୁବେର’ ଅଭୟକାନ୍ତ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କ ପାରିବାରିକ-ଆର୍ଥିକ ଲିଙ୍କର ଖୋଳତାଡ଼ କରୁଛି ଭିଜିଲାନ୍ସ SIT
ସିମ୍ପାଜୀଙ୍କ ଠାରେ ChAdOx1 ଭୂତାଣୁ ଯୋଗୁଁ ଏକ ପ୍ରକାର ଥଣ୍ଡା ହୋଇଥାଏ । ଏହି ଭୂତାଣୁ ମଣିଷ ଶରୀରରେ କିଛି କ୍ଷତି କରିପାରି ନ ଥାଏ । ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ଟିକାରେ ଏହି ଭୂତାଣୁକୁ ବ୍ୟବହାର କରାଯାଇଛି, ଯାହା ସାର୍ସ କୋଭ୍-ଟୁ ପ୍ରୋଟିନ୍ ଶ୍ରେଣୀଭୁକ୍ତ । ମଣିଷ ଶରୀରରେ ଏହାକୁ ଛାଡ଼ିବା ମାତ୍ରେ ଏହା ଇମ୍ୟୁନ୍ ସିଷ୍ଟମକୁ ଯାଇଥାଏ ଓ କରୋନା ଭୂତାଣୁ ବିରୋଧରେ ଲଢ଼ିଥାଏ ବୋଲି ଜଣାପଡ଼ିଛି ।
ଭାରତରେ ଦୁଇଟି କରୋନା ଭାଇରସ୍ (Coronavirus) ଟିକା କୋଭିସିଲ୍ଡ ଓ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ସଂପୃକ୍ତ କମ୍ପାନୀଗୁଡ଼ିକ ପକ୍ଷରୁ କରାଯାଇଥିବା ଆବେଦନକୁ ଏ ପର୍ଯ୍ୟନ୍ତ ମଞ୍ଜୁରୀ ମିଳି ନାହିଁଯ ବାସ୍ତବରେ ଏହି ଆବେଦନର ବିଚାର ଏ ଯାଏଁ ହୋଇନାହିଁ ବୋଲି ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ | ଚାଲିଗଲା ଶିଶୁ କାଳିଆ, ଏକା ହୋଇଗଲା ତା’ ଭାଇ ଜଗା; ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ୧୪ ମାସ ଚିକିତ୍ସାରେ ଥିଲା
ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ସହ ମିଶି କୋଭିସିଲ୍ଡ ନାମକ ଟିକା ପ୍ରସ୍ତୁତ କରୁଥିବା ପୁଣେର କମ୍ପାନୀ ସିରମ୍ ଇନଷ୍ଟିଚ୍ୟୁଟ୍ ଓ କୋଭାକ୍ସିନ୍ ନାମକ ଟିକା ପ୍ରସ୍ତୁତ କରୁଥିବା ଭାରତ ବାୟୋଟେକ୍ ପକ୍ଷରୁ ଭାରତରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ଭାରତ ସରକାରଙ୍କଠାରେ ଆବେଦନ କରାଯାଇଥିଲା ।
ଏହି ପ୍ରସଙ୍ଗରେ ବୁଧବାର ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କର ଏକ ବୈଠକ ବସିଥିଲେ ବି ଦୁଇ କମ୍ପାନୀଙ୍କୁ ଏଥି ପାଇଁ ମଞ୍ଜୁରୀ ମିଳି ନାହିଁ । ହାଇଦ୍ରାବାଦ ଯାଇ ଦୁଇଟି ଫାର୍ମା କମ୍ପାନିରେ କୋଭିଡ୍ ଟିକାର ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି ୬୪ ଦେଶର ରାଷ୍ଟ୍ରଦୂତ ।