ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»WHO ପରେ ଓଡ଼ିଶାର କୋଭିଡ୍ ପରିଚାଳନାକୁ ପ୍ରଶଂସା କଲା ପ୍ରସିଦ୍ଧ ମେଡିକାଲ ପତ୍ରିକା ‘ଦି ଲ୍ୟାନସେଟ୍’

WHO ପରେ ଓଡ଼ିଶାର କୋଭିଡ୍ ପରିଚାଳନାକୁ ପ୍ରଶଂସା କଲା ପ୍ରସିଦ୍ଧ ମେଡିକାଲ ପତ୍ରିକା ‘ଦି ଲ୍ୟାନସେଟ୍’

କୋଭିଡ ମହାମାରୀର ଦ୍ବିତୀୟ ଲହର ପାଇଁ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟମାନେ ପ୍ରସ୍ତୁତ ନ ଥିବାରୁ ସେଠାରେ ଅକ୍ସିଜେନ୍ ସଙ୍କଟ ଦେଖାଯିବା ସହିତ ହସପିଟାଲଗୁଡ଼ିକରେ ବେଡ୍ ଅଭାବ ହୋଇଥିଲା ବୋଲି କହିଛି ଏହି ବିଶ୍ୱସ୍ତରୀୟ ପତ୍ରିକା ।

WHO ପରେ ଓଡ଼ିଶାର କୋଭିଡ୍ ପରିଚାଳନାକୁ ପ୍ରଶଂସା କଲା ପ୍ରସିଦ୍ଧ ମେଡିକାଲ ପତ୍ରିକା ‘ଦି ଲ୍ୟାନସେଟ୍’
‘ଦି ଲ୍ୟାନସେଟ୍’ ପତ୍ରିକାର କଭର୍; (ଡାହାଣ) ଅକ୍ସିଜେନ୍ ସିଲିଣ୍ଡର୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କରୋନା ମହାମାରୀ ସହ ସାରା ଦେଶ ମୁକାବିଲା କରୁଥିବା ବେଳେ ପ୍ରସିଦ୍ଧ ଅନ୍ତର୍ଜାତୀୟ ମେଡିକାଲ ଜର୍ଣ୍ଣାଲ୍ ‘ଦି ଲ୍ୟାନସେଟ୍’ରେ ପ୍ରକାଶିତ ଏକ ସମ୍ପାଦକୀୟରେ ଓଡ଼ିଶାର କୋଭିଡ୍‌ ପରିଚାଳନାକୁ ପ୍ରଶଂସା କରାଯାଇଛି । ଏହି ସମ୍ପାଦକୀୟରେ କୋଭିଡ୍ ଯୋଗୁଁ ଭାରତର ଦୁରବସ୍ଥା ସହ ଏହାର ମୁକାବିଲାରେ ପ୍ରଗତି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରକାଶ ପାଇଛି ।

କୋଭିଡ ମହାମାରୀର ଦ୍ବିତୀୟ ଲହରୀର ମୁକାବିଲା ପାଇଁ ଓଡ଼ିଶାର ପ୍ରସ୍ତୁତି ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଭଲ ଥିଲା ବୋଲି ଏହି ସମ୍ପାଦକୀୟରେ କୁହାଯାଇଛି । ବିଶେଷ କରି ଅକ୍ସିଜେନ୍ ଉତ୍ପାଦନ କରିବା ଓ ଏହାକୁ ଅନ୍ୟ ରାଜ୍ୟକୁ ପଠାଇବାରେ ଓଡ଼ିଶା ସକ୍ଷମ ହୋଇଥିବା ତଥ୍ୟକୁ ‘ଦି ଲ୍ୟାନସେଟ୍’ରେ ପ୍ରଶଂସା ମିଳିଛି । ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ସରକାର ଏଥି ପାଇଁ ପ୍ରସ୍ତୁତ ନ ଥିବା ଦର୍ଶାଇ ତ୍ରୁଟିପୂର୍ଣ୍ଣ କୋଭିଡ ପରିଚାଳନା ପାଇଁ କେନ୍ଦ୍ର ସରକାରଙ୍କୁ ସମାଲୋଚନା ମଧ୍ୟ କରିଛି ଏହି ବିଶ୍ୱସ୍ତରୀୟ ପତ୍ରିକା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଗର୍ଭରେ ଥିବା ଶିଶୁ ପାଇଁ କରୋନା ଭାଇରସ୍ କେତେ ବିପଦଜନକ ହୋଇପାରେ? ଜାଣନ୍ତୁ

‘‘କୋଭିଡ ମହାମାରୀର ଦ୍ବିତୀୟ ଲହର ପାଇଁ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟ ସରକାର ପ୍ରସ୍ତୁତ ନ ଥିବାରୁ ସେହି ରାଜ୍ୟଗୁଡ଼ିକରେ ଅକ୍ସିଜେନ୍‌ ସଙ୍କଟ ଦେଖାଯିବା ସହିତ ହସପିଟାଲଗୁଡ଼ିକରେ ବେଡ୍‌ ଅଭାବ ଦେଖା ଦେଇଛି । ଅକ୍ସିଜେନ୍‌ ଉତ୍ପାଦନ ଓ ଯୋଗାଣ ପାଇଁ କେରଳ ଓ ଓଡି଼ଶା ପରି ରାଜ୍ୟମାନେ ଭଲ ଭାବରେ ପ୍ରସ୍ତୁତ ରହିଥିଲେ ଓ ଅନ୍ୟ ରାଜ୍ୟକୁ ରପ୍ତାନି କରିବା ପାଇଁ ଏହି ଦ୍ୱିତୀୟ ଲହରୀରେ ପର୍ଯ୍ୟାପ୍ତ ମେଡିକାଲ ଅମ୍ଳଜାନ ଉତ୍ପାଦନ କରିବାରେ ସକ୍ଷମ ହୋଇଥିଲେ,’’ କହିଛି ‘ଦି ଲ୍ୟାନସେଟ୍’ର ସମ୍ପାଦକୀୟ ।

ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

ରାଜ୍ୟ ସରକାରଙ୍କ କୋଭିଡ କମିଟିର ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା


ଏହା ବି ପଢ଼ନ୍ତୁ | ଦେଶରେ ସାର୍ବଜନୀନ ଟିକାକରଣ ହେଉ, ରାଜ୍ୟମାନଙ୍କୁ ଟିକା ମାଗଣା ମିଳୁ: ସୁପ୍ରିମ କୋର୍ଟରେ ମମତା ସରକାର

ଏହି ସ୍ୱନାମଧନ୍ୟ ପତ୍ରିକାରେ ରାଜ୍ୟର ଅକ୍ସିଜେନ୍ ଉତ୍ପାଦନ ଓ ଯୋଗାଣକୁ ପ୍ରଶଂସାକୁ ମିଳିଥିବାରୁ ଖୁସି ପ୍ରକାଶ କରିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ କମିଟିର ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା । ‘‘ନିଶ୍ଚିତ ଭାବରେ ଆମେ ଖୁସି ପ୍ରକାଶ କରିବୁ, କିନ୍ତୁ ଆମେ କାହାର ସାର୍ଟିଫିକେଟ୍ ପାଇଁ କାମ କରୁନାହୁଁ । ଆମ ଲୋକଙ୍କ ପାଇଁ କାମ କରୁଛୁ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଠାରୁ ଆରମ୍ଭ କରି ‘ଦି ଲ୍ୟାନସେଟ୍’ ଓ କେନ୍ଦ୍ର ସରକାର ପର୍ଯ୍ୟନ୍ତ ଓଡ଼ିଶାର କୋଭିଡ ପରିଚାଳନା ମଡେଲ୍ ପାଇଁ ଆମକୁ ପ୍ରଶଂସା କରିଛନ୍ତି । ବିଶ୍ବ ସମ୍ପ୍ରଦାୟ ଆମ ପ୍ରସ୍ତୁତି ଓ ଆମ ଯୋଜନାରୁ ଶିଖୁଛନ୍ତି । ଏହା ନିହାତି ଭାବେ ଗର୍ବର ବିଷୟ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

କୋଭିଡର ଏହି ଦ୍ବିତୀୟ ଲହରରେ ଅକ୍ସିଜେନ୍ ଆବଶ୍ୟକତା ଅନେକ ମାତ୍ରାରେ ବଢି଼ଯାଇଥିବା ବେଳେ ଦେଶକୁ ଏହି ସଞ୍ଜିବନୀ ଯୋଗାଣ କରିବାରେ ଓଡ଼ିଶା ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛି । ଏପ୍ରିଲ୍‌ ୨୨ ତାରିଖରୁ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ଆରମ୍ଭ ହୋଇଥିଲା । ତାହା ଆଜି ପର୍ଯ୍ୟନ୍ତ ନିରନ୍ତର ଭାବେ ଚାଲିଛି ।



ଗତ ୧୮ ଦିନ ମଧ୍ୟରେ ରାଜ୍ୟରୁ ମୋଟ ୯,୪୬୫ ମେଟ୍ରିକ୍ ଟନ୍ ତରଳ୍ ଅକ୍ସିଜେନକୁ ୫୧୬ଟି ଟ୍ୟାଙ୍କର୍ ଯୋଗେ ଦେଶର ୧୧ଟି ରାଜ୍ୟକୁ ଯୋଗାଣ ହୋଇ ସାରିଛି । ଅକ୍ସିଜେନ୍ ଟ୍ୟାଙ୍କରଗୁଡ଼ିକ ଶିଳ୍ପ ସଂସ୍ଥାମାନଙ୍କରୁ ବିନା ବାଧାରେ ଅନ୍ୟ ରାଜ୍ୟକୁ ପଠାଯିବା ସୁନିଶ୍ଚିତ କରିବାକୁ ଏକ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶା ପୋଲିସ ପକ୍ଷରୁ ଗଠିତ ହୋଇଥିବା ଏହି କମିଟି ଗତ ୧୮ ଦିନ ହେଲା ଅକ୍ସିଜେନ୍ ଯୋଗାଣ ନେଇ ନିରନ୍ତର କାର୍ଯ୍ୟ ଜାରି ରଖିଛି ।
Published by: Anand ST Das
First published: May 10, 2021, 11:53 PM IST