ଜେଲ୍ରେ ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ; ଭେଟିବାକୁ ଆସିଲେ ପତ୍ନୀ ରାବିଡ଼ି ଦେବୀ, ପୁଅ ତେଜସ୍ୱୀ ଓ ମିସା
ପାଞ୍ଚ ଦିନ ତଳେ ଲାଲୁଙ୍କ ସାନ ଝିଅ ଚନ୍ଦା ଲାଲୁଙ୍କୁ ଦେଖିବାକୁ ଜେଲ୍ ହସପିଟାଲରେ ପହଞ୍ଚିଥିଲେ । ପିତାଙ୍କ ଅବସ୍ଥା ଦେଖି ଚନ୍ଦା କାନ୍ଦି ପକାଇଥିଲେ । ଲାଲୁ ତାଙ୍କୁ ଶାନ୍ତ୍ୱନା ଦେଇ କହିଥିଲେ ଯେ ସେ ଜଲଦି ଠିକ୍ ହେଇଯିବେ । ଏବେ ଲାଲୁଙ୍କୁ ୭୨ ବର୍ଷ ବୟସ ।

ପତ୍ନୀ ରାବିଡ଼ି ଦେବୀଙ୍କ ସହ ଲାଲୁ ପ୍ରସାଦ ଯାଦବ (ପିଟିଆଇ ଫାଇଲ୍ ଫଟୋ)
- News18 Odia
- Last Updated: January 22, 2021, 2:52 PM IST
ରାଞ୍ଚି: ଚାରା ସ୍କାମରେ (fodder scam) ଦୋଷୀ ସାବ୍ୟସ୍ତ ହୋଇ ଝାଡ଼ଖଣ୍ଡ (Jharkhand) ରାଜଧାନୀ ରାଞ୍ଚିରେ ଜେଲରେ ଥିବା ଆରଜେଡି ସଭାପତି ତଥା ପୂର୍ବ ବିହାର (Bihar) ମୁଖ୍ୟ ମନ୍ତ୍ରୀ ଓ ପୂର୍ବ ରେଳ ମନ୍ତ୍ରୀ ଲାଲୁ ଯାଦବଙ୍କ (Lalu Prasad Yadav) ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଛି । ଏହି ଖବର ପାଇ ତାଙ୍କ ପରିବାର ସଦସ୍ୟଙ୍କ ଚିନ୍ତା ବଢ଼ିଛି । ଲାଲୁଙ୍କ ବଡ଼ ଝିଅ ତଥା ରାଜ୍ୟ ସଭା ସାଂସଦ ମିସା ଭାରତୀ (Misa Bharti) ତାଙ୍କ ଅବସ୍ଥା ଜାଣିବା ପାଇଁ ରାଞ୍ଚିରେ ପହଞ୍ଚିଛନ୍ତି ।
ଲାଲୁଙ୍କ ସାନ ପୁଅ ତେଜସ୍ୱୀ ଯାଦବ (Tejashwi Yadav), ଯିଏ ଏବେ ବିହାରର ବିରୋଧୀ ଦଳ ନେତା ଅଛନ୍ତି ଓ ପୂର୍ବରୁ ଉପ-ମୁଖ୍ୟ ମନ୍ତ୍ରୀ ଥିଲେ, ସେ ମଧ୍ୟ ନିଜ ମା’ ତଥା ପୂର୍ବ ମୁଖ୍ ମନ୍ତ୍ରୀ ରାବିଡ଼ି ଦେବୀଙ୍କ (Rabri Devi) ସହ ଏକ ଚାର୍ଟାର୍ଡ ବିମାନ ଯୋଗେ ରାଞ୍ଚିରେ ପହଞ୍ଚିଛନ୍ତି । ଝାଡ଼ଖଣ୍ଡର ଆରଜେଡି ସଭାପତି ଅଭୟ କୁମାର ଏହି ସୂଚନା ଦେଇଛନ୍ତି । ଲାଲୁଙ୍କ ପରିବାର ସଦସ୍ୟମାନଙ୍କ ବ୍ୟତୀତ ତାଙ୍କ ନିକଟତମ ଆରଜେଡି ନେତା ଭୋଲା ଯାଦବ ମଧ୍ୟ ରାଞ୍ଚି ଆସିଛନ୍ତି ।
ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ ପରୀକ୍ଷା ଫି ଛାଡ଼ ହେଲା; ଆଦେଶ ଦେଲେ CM ନବୀନ; ୬ ଲକ୍ଷରୁ ଅଧିକ ପିଲା ଲାଭ ପାଇବେ

ପୁଅ ତେଜସ୍ୱୀ ଯାଦବଙ୍କ ସହ ରାବ୍ରି ଦେବୀ (ଫାଇଲ୍ ଫଟୋ)
ପାଞ୍ଚ ଦିନ ତଳେ ଲାଲୁଙ୍କ ସାନ ଝିଅ ଚନ୍ଦା ଯାଦବ ତାଙ୍କୁ ଦେଖିବାକୁ ନିଜ ପତିଙ୍କ ସହ ରାଞ୍ଚିର ହସପିଟାଲରେ ପହଞ୍ଚିଥିଲେ । ପିତାଙ୍କ ଅବସ୍ଥା ଦେଖି ଚନ୍ଦା କାନ୍ଦି ପକାଇଥିଲେ । ହେଲେ ଲାଲୁ ତାଙ୍କୁ ଶାନ୍ତ୍ୱନା ଦେଇ କହିଥିଲେ ଯେ ସେ ଜଲଦି ଠିକ୍ ହେଇଯିବେ । ଏବେ ଲାଲୁଙ୍କୁ ୭୨ ବର୍ଷ ବୟସ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ସେକ୍ସ ପାଇଁ ସାଇବର୍ ଠକେଇର ଶିକାର ହେଲେ ଇଞ୍ଜିନିଅର୍, ହରେଇଲେ ₹୯୪,୦୦୦
ଗୁରୁବାର ସନ୍ଧ୍ୟାରେ ରାପିଡ୍ ଆଣ୍ଟିଜେନ୍ କିଟ୍ ପରୀକ୍ଷଣରେ ଲାଲୁ ଯାଦବଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା । ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟାରେ RIMSରେ ଭର୍ତ୍ତି ହୋଇଥିବା ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା । ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ଡାକ୍ତରଙ୍କ ଏକ ଟିମ୍ ତୁରନ୍ତ ତାଙ୍କୁ ନଜରରେ ରଖି ଚିକିତ୍ସା ଆରମ୍ଭ କରିଥିଲେ । ରାତି ପ୍ରାୟ ୧୦ଟା ବେଳେ ତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ହୋଇଥିଲା ।
ଏହା ବି ପଢ଼ନ୍ତୁ | କି ବର୍ବରତା! ଅନୁଗୁଳରେ ଗାଁ ଦାଣ୍ଡରେ ପେଟ୍ରୋଲ୍ ଢାଳି ଜିଅନ୍ତା ଜାଳି ମାରିଦେଲେ ଯୁବକଙ୍କୁ
ସୂତ୍ରଙ୍କ ଅନୁସାରେ ବିଳମ୍ବିତ ରାତିରେ ଲାଲୁ ପ୍ରସାଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସାମାନ୍ୟ ସୁଧାରିବା ପରେ ସେ ଶୋଇପଡିଥିଲେ । ଡାକ୍ତରଙ୍କ ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଛି । ଲାଲୁ ଜଣେ ଉଚ୍ଚସ୍ତରୀୟ କଏଦୀ ହୋଇଥିବାରୁ ରାଞ୍ଚିର ହୋଟୱାର ଜେଲ୍ ପ୍ରଶାସନ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।
ଝାଡ଼ଖଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରୀ ବନ୍ନା ଗୁପ୍ତା ବି ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପାଇଁ ରିମ୍ସ ଯାଇଥିଲେ । ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ ଫୁସଫୁସରେ ସଂକ୍ରମଣ ବଢ଼ିଯାଇଛି ଓ ଏହା ନିମୋନିଆର ଲକ୍ଷଣ ହୋଇପାରେ ।