News18 Odia Digital
ଭୁବନେଶ୍ୱର: ଲକଡାଉନର ବଡ ପ୍ରଭାବ ପଡିଛି ରାଜ୍ୟର ସମସ୍ତ ଦୁଗ୍ଧ ଚାଷୀଙ୍କ ଉପରେ l ଗାଁଠୁ ସହର ସବୁଠି ହୋଟେଲ, ରେସ୍ତୋରାଁ ଓ ମିଠା ଦୋକାନରେ ତାଲା ଝୁଲୁଛି l ଦୋକାନ ବଜାର ବନ୍ଦ ଥିବାରୁ ମିଠା ବ୍ୟବସାୟ ବନ୍ଦ ରହିଛି l ଏହାର ସିଧା ପ୍ରଭାବ ପଡିଛି ରାଜ୍ୟର ଦୁଗ୍ଧ ଚାଷୀଙ୍କ ଉପରେ l
ରାଜ୍ୟରେ ଦୈନିକ ଉତ୍ପାଦନ ହେଉଛି ପାଖାପାଖି ୬୫ ଲକ୍ଷ ଲିଟର କ୍ଷୀର l ସେଥିରୁ ମିଠା ତିଆରି ପାଇଁ ଆବଶ୍ୟକ ହେଉଥାଏ ପାଖାପାଖି ୪୫ ଲକ୍ଷ ଲିଟର କ୍ଷୀର l ସେହି ତୁଳନାରେ ଦେଖିଲେ ଭୁବନେଶ୍ଵର ଓ ଏହାର ଆଖପାଖ ଅଞ୍ଚଳର ମିଠା ଦୋକାନରେ ମିଠା ପାଇଁ ଆବଶ୍ୟକ ହେଉଥାଏ ଦୈନିକ ୮ ଲକ୍ଷ ଲିଟର କ୍ଷିର l କିନ୍ତୁ ଏବେ ଲକଡାଉନ ଯୋଗୁ ସମସ୍ତ ଦୋକାନ ବଜାର, ହୋଟେଲ୍ ଓ ମିଠା ଦୋକାନ ବନ୍ଦ ଥିବାରୁ ଏହି କ୍ଷୀର ବିକ୍ରୀ ହୋଇ ପାରୁ ନାହିଁ ।
ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଓ ବାଲିପାଟଣା ବ୍ଳକର ଫିରଫିରା, ଖମଙ୍ଗ, ତରଡପଡ଼ା, ବଳଭଦ୍ରପୁର, ବିଶ୍ଵନାଥପୁର ଓ ଜଗନ୍ନାଥପୁର ଆଦି ଗ୍ରାମର ଶତାଧିକ ଚାଷୀ ଏବେ କ୍ଷୀର ବିକ୍ରି କରି ନ ପାରି ଚିନ୍ତାରେ ପଡିଛନ୍ତି l
ଏହା ବି ପଢ଼ନ୍ତୁ:ମମତା ପଶ୍ଚିମ ବଙ୍ଗର ପ୍ରବାସୀ ଶ୍ରମିକଙ୍କ ଟ୍ରେନକୁ ଅନୁମତି ଦେଉନାହାନ୍ତି: ଅମିତ ଶାହା‘‘ଆମର ଏହି ସବୁ ଅଞ୍ଚଳରୁ କ୍ଷୀର ଓ ଛେନା ଯାଇ ରାଜଧାନୀ ଭୁବନେଶ୍ଵରରେ ମିଠା ପ୍ରସ୍ତୁତ ହୁଏ l କିନ୍ତୁ ଏବେ ମିଠା ଦୋକାନ ବନ୍ଦ ଥିବାରୁ ୨୭ ଟଙ୍କା ପ୍ରତି ଲିଟର କ୍ଷୀରକୁ ୨୦ ଟଙ୍କାରେ ବ୍ୟବସାୟୀଙ୍କୁ ବାଧ୍ୟରେ ବିକ୍ରି କରି କ୍ଷତି ସହୁଛୁ,’’ କହିଛନ୍ତି ବାଲିପାଟଣା ବ୍ଳକର ଗାରେଡି ପାଞ୍ଚଣ ଗ୍ରାମର ଦୁଗ୍ଧ ଚାଷୀ ବୁଦ୍ଧନାଥ ବେହେରା l
ଗୋଟିଏ ପଟେ କ୍ଷୀର ବିକ୍ରି ହୋଇପାରୁ ନ ଥିବା ବେଳେ ଚୋକଡ଼ର ବର୍ଦ୍ଧିତ ଦର ଦୁଗ୍ଧ ଚାଷୀଙ୍କୁ ବେଶୀ ବାଧୁଛି l ପୂର୍ବରୁ ଚୋକଡ଼ ବସ୍ତା ପିଛା ୧,୦୩୦ ଟଙ୍କା ଥିଲା, କିନ୍ତୁ ଏବେ ୧,୩୦୦ ଟଙ୍କା ହେଲାଣି l ‘‘ଏଭଳି ଅବସ୍ଥାରେ ଗାଈକୁ ଚୋକଡ଼ ଦେବାରେ ଆମେ ଅକ୍ଷମ ମଣିଲୁଣି,’’ କହିଛନ୍ତି ଦୁଗ୍ଧ ଚାଷୀ ବେଣୁଧର ବେହେରା l
ଏହା ବି ପଢ଼ନ୍ତୁ:ବିଶାଖାପାଟଣାରେ ବିଷାକ୍ତ ଷ୍ଟାଇରିନ୍ ଗ୍ୟାସ୍ ଲିକ୍ ହେବା ପରେ ଆସିଥିବା ହୃଦୟବିଦାରକ ଛବିଉତ୍କଳ ମିଷ୍ଠାନ୍ନ ବ୍ୟବସାୟୀ ସମିତି କହିଛି ଯେ ଲକଡାଉନ ଯୋଗୁଁ ଅଧିକ କ୍ଷତି ହୋଇଛି ଦୁଗ୍ଧ ଚାଷୀଙ୍କର l ତେଣୁ ରାଜ୍ୟ ସରକାର ଦୁଗ୍ଧ ଚାଷୀଙ୍କ କ୍ଷତି ଭରଣା ପ୍ରତି ଦୃଷ୍ଟି ଦିଅନ୍ତୁ l ‘‘ସବୁ ମିଠା ଦୋକାନଗୁଡିକ ଖୋଲିବା ପରେ ସ୍ଥିତି ସୁଧୁରିଯିବ ବୋଲି ଆଶା ଅଛି,’’ କହିଛନ୍ତି ଉତ୍କଳ ମିଷ୍ଠାନ ବ୍ୟବସାୟୀ ସମିତିର ରାଜ୍ୟ ସଭାପତି ବିମ୍ବାଧର ବେହେରା l
ଭୁବନେଶ୍ଵର ଏବେ ବି ରେଡ୍ ଜୋନ ଥିବାବେଳେ ଧୀରେ ଧୀରେ କିଛି ମିଠା ବ୍ୟବସାୟୀ ଦୋକାନ ଖୋଲିଲେଣି l କିନ୍ତୁ କ୍ଷୀର ଓ ଛେନା ନ ଥିବାରୁ ରସଗୋଲା, ଛେନାପୋଡ଼, ରସ ମଲେଇ ଓ ଛେନା ଗଜା ଭଳି ମିଠା ତିଆରି ହୋଇ ପାରୁନି l
ଏହା ବି ପଢ଼ନ୍ତୁ: ସୁରତ ଫେରନ୍ତାଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଖାଦ୍ୟ ରୁଚୁନି; ଭିଡିଓ ବନେଇ ଅଭିଯୋଗ କଲେନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।