ସମ୍ବଲପୁରରେ ଇଷ୍ଟ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର ଖୋଲିବାକୁ ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମା’ ସମଲେଶ୍ବରୀଙ୍କ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ବେଳେ ପ୍ରତି ଦିନ ପୂଜକମାନେ ପୂର୍ବବତ୍ ରୀତିନୀତିରେ ପୂଜା କରୁଛନ୍ତି । କିଛି ଭକ୍ତ ମନ୍ଦିର ନିକଟକୁ ଆସି ମନ୍ଦିର ଚୂଡ଼ାରେ ଲାଗିଥିବା ମା’ଙ୍କ ଧ୍ବଜାକୁ ଚାହିଁ ନିଜର ଭକ୍ତି ଜଣାଉଛନ୍ତି ।

ସମ୍ବଲପୁରର ଇଷ୍ଟ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର

ସମ୍ବଲପୁରର ଇଷ୍ଟ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର

  • Share this:
News18 Odia Digital

ସମ୍ବଲପୁର: ଲକଡାଉନ ଯୋଗୁଁ ସମ୍ବଲପୁରର ଇଷ୍ଟ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ବେଳେ ପୂଜକମାନଙ୍କ ଦ୍ବାରା ପ୍ରତି ଦିନ ରୀତିନୀତିରେ ମା’ଙ୍କର ପୂଜାର୍ଚ୍ଚନା କରାଯାଉଛି । ପାଳିଆ ପୂଜକମାନେ ପ୍ରତି ଦିନ ବିଧିପୂର୍ବକ ମା’ଙ୍କର ନିତ୍ୟ ପୂଜା ଓ ଆଳତୀ କରୁଛନ୍ତି ।

ଅନଲକ-୧ରେ ଧର୍ମାନୁଷ୍ଠାନ ଖୋଲିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ ମଧ୍ୟ ରାଜ୍ୟ ସରକାର ଜୁନ ୩୦ ତାରିଖ ପର୍ଯ୍ୟନ୍ତ କଟକଣା ଲଗାଇଥିବାରୁ ଖୋଲି ନାହିଁ ଇଷ୍ଟ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିର । ପ୍ରତି ଦିନ ଭକ୍ତଙ୍କ ଗହଳିରେ ପରିପୂର୍ଣ୍ଣ ରହୁଥିବା ଏହି ମନ୍ଦିର ପରିସର ଏବେ ଖାଁ ଖାଁ । ମା’ ସମଲେଶ୍ବରୀଙ୍କ ନିତ୍ୟ ପୂଜା ପୂର୍ବ ପରି ସମ୍ପୂର୍ଣ୍ଣ ବିଧି ସହିତ କରାଯାଉଛି । ସକାଳ ସାଢ଼େ ଚାରିଟାରୁ ପାଞ୍ଚଟା ମଧ୍ୟରେ ମନ୍ଦିରର ପୂଜକମାନେ ମନ୍ଦିର ଦ୍ବାର ଖୋଲି ପୂଜାର୍ଚ୍ଚନା କରିବା ସହ ଭୋଗ ଲାଗି କରିବା ପରେ ପୁଣି ମନ୍ଦିର ଦ୍ବାରକୁ ବନ୍ଦ କରି ଦେଉଛନ୍ତି । ଏହା ପରେ ପରି ପୁଣି ମଧ୍ୟାହ୍ନ ଓ ସନ୍ଧ୍ୟାରେ ରୀତିନୀତିରେ କରାଯାଉଛି ପୂଜାର୍ଚ୍ଚନା ।

ସକାଳେ ଓ ସନ୍ଧ୍ୟାରେ ପ୍ରତିଦିନ ମାଙ୍କର ଆଳତି ମଧ୍ୟ କରାଯାଉଛି । ତେବେ ମନ୍ଦିରର ବାହାର ଗେଟ ସମ୍ପୂର୍ଣ୍ଣ ବନ୍ଦ୍‌ ରହୁଛି । ଗେଟରେ କରୋନା ମୁକାବିଲା ପାଇଁ ମନ୍ଦିର ବନ୍ଦ ରହିଥିବା ନେଇ ଶ୍ରୀ ଶ୍ରୀ ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ତରଫରୁ ସର୍ବସାଧାରଣଙ୍କ ସୂଚନା ପାଇଁ ଏକ ବ୍ୟାନର ଲଗାଯାଇଛି ।

ମା’ ସମଲେଶ୍ବରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ


‘‘ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମା’ ସମଲେଶ୍ବରୀଙ୍କ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ବେଳେ ପ୍ରତି ଦିନ ଆମେ ପୂର୍ବରୁ ଯେମିତି ରୀତିନୀତିରେ ପୂଜା କରୁଥିଲୁ ସେଭଳି କରି ଆସୁଛୁ । ମନ୍ଦିରରେ ଥିବା ପାର୍ଶ୍ବ ଦେବାଦେବୀଙ୍କର ମଧ୍ୟ ପୂଜାର୍ଚ୍ଚନା କରାଯାଉଛି । ଜୈଷ୍ଠ ପୂର୍ଣ୍ଣିମା ଦିନ ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ମା’ଙ୍କ ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ବାର ନିକଟରେ ଥବା ଭୈରବ ବାବାଙ୍କ ଜଳାଭିଷେକ କରାଯାଇଥିଲା,’’ କହିଛନ୍ତି ମା’ ସମଲେଶ୍ବରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ ।

ମନ୍ଦିର ବନ୍ଦ ରହିଥିବା ସମୟରେ ମଧ୍ୟ କିଛି ଭକ୍ତ ମନ୍ଦିର ନିକଟକୁ ଆସି ମନ୍ଦିର ଚୂଡ଼ାରେ ଲାଗିଥିବା ମା’ଙ୍କ ଧ୍ବଜାକୁ ଚାହିଁ ନିଜର ଭକ୍ତି ଜଣାଉଛନ୍ତି । କିଛି ଭକ୍ତ ପ୍ରତି ଦିନ ଆସି ଦ୍ବାର ମୁହଁରୁ ମା’ଙ୍କୁ ପ୍ରଣାମ ଜଣାଇ ମନ୍ଦିରକୁ ଚାହିଁ ଫେରୁଥିବାର ଦେଖା ଯାଉଛି ।

‘‘ଇଷ୍ଟ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିରକୁ ମୁଁ ଦୀର୍ଘ ବର୍ଷ ଧରି ପ୍ରତି ଦିନ ଆସି ମା’ଙ୍କୁ ଦର୍ଶନ କରିଥାଏ । କିନ୍ତୁ ଲକଡାଉନ ଯୋଗୁଁ ମନ୍ଦିର ବନ୍ଦ ଥିବାରୁ ମୁଁ ପ୍ରତି ଦିନ ଆସି ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ବାର ନିକଟରୁ ମନ୍ଦିର ଚୂଡ଼ାରେ ଲାଗିଥିବା ମା’ଙ୍କ ଧ୍ବଜାକୁ ଦର୍ଶନ କରି ଫେରୁଛି,’’ କହିଛନ୍ତି ସହରର ଜଣେ ବରିଷ୍ଠ ନାଗରିକ ।

ଖାଁ ଖାଁ ରହିଛି ପୂରା ମନ୍ଦିର ପରିସର । କେବଳ ସକାଳେ ଓ ସନ୍ଧ୍ୟାରେ ଆଳତି ବେଳେ ଘଣ୍ଟିର ଶବ୍ଦି ହିଁ କିଛି ସମୟ ପାଇଁ ଶୁଭିଛି । ଭକ୍ତମାନେ ଅପେକ୍ଷା କରିଛନ୍ତି କେବେ ହଟିବ ଲକଡାଉନ ଓ ସର୍ବ ସାଧାରଣଙ୍କ ପାଇଁ ଖୋଲିବ ମନ୍ଦିର ଆଉ ଦର୍ଶନ ମିଳିବ ଇଷ୍ଟ ଦେବୀ ମା’ ସମଲେଶ୍ବରୀଙ୍କର  ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: