କାମ ପାଇଁ ଗୋଟେ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇ ପାରିବେ ଶ୍ରମିକ; ବାଧା ଦେଲେ ଆକ୍ସନ୍ ହେବ

ଉଭୟ ରାଜ୍ୟର ସହମତିରେ ଏକ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବି ଶ୍ରମିକମାନେ ଯାଇ ପାରିବେ । ଓଡ଼ିଶାରେ ଥିବା ଶ୍ରମିକ ଅନ୍ୟ ରାଜ୍ୟକୁ ଯିବାକୁ ଚାହିଁଲେ ନିଜ ଜିଲ୍ଲାର ଜିଲ୍ଲାପାଳ, ଉପଜିଲ୍ଲାପାଳ ବା ତହସିଲଦାରଙ୍କ ଅନୁମତି ଆବଶ୍ୟକ ।

କାମ ପାଇଁ ଗୋଟେ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇ ପାରିବେ ଶ୍ରମିକ; ବାଧା ଦେଲେ ଆକ୍ସନ୍ ହେବ
ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଉଛନ୍ତି ସରକାରୀ ଅଧିକାରୀମାନେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଥମିବାର ନାଁ ନେଉନାହିଁ । ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୫ ପହଞ୍ଚିଯାଇଛି । ଏହାକୁ ନେଇ ବଢିଛି ଟେନସନ । ଏହି କ୍ରମରେ ଆଜି ଶ୍ରମିକମାନଙ୍କ ଜୀବନ ଜୀବିକାକୁ ନେଇ ସରକାର ଗଭୀର ଚିନ୍ତା ପ୍ରକଟ କରିଛନ୍ତି । କିଭଳି ଶ୍ରମିକମାନେ ହଇରାଣ ହରକତ ନ ହେବେ ଓ ତାଙ୍କ କାମରେ ଯେଭଳି କେହି ବାଧା ନ ଦେବେ ସେ ନେଇ ସରକାର ଆଜି ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ ଶ୍ରମିକଙ୍କୁ କାର୍ଯ୍ୟକୁ ଯିବାରେ କଟକଣା ନାହିଁ।

‘‘କାର୍ଯ୍ୟ ପାଇଁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାଇ ପାରିବେ ଶ୍ରମିକମାନେ । ଗାଁରେ ବ୍ୟାରିକେଡ଼ ପକାଇ ଶ୍ରମିକଙ୍କୁ ଅଟକାଇବା ବେଆଇନ । ଶ୍ରମିକଙ୍କ କାମରେ ଯିଏ ବାଧା ଦେବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ଉଭୟ ରାଜ୍ୟର ସହମତିରେ ଏକ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବି ଶ୍ରମିକମାନେ ଯାଇ ପାରିବେ । ଓଡ଼ିଶାରେ ଥିବା ଶ୍ରମିକ ଅନ୍ୟ ରାଜ୍ୟକୁ ଯିବାକୁ ଚାହିଁଲେ ନିଜ ଜିଲାର ଜିଲ୍ଲାପାଳ, ଉପଜିଲ୍ଲାପାଳ କିମ୍ବା ତହସିଲଦାରଙ୍କ ଅନୁମତି ଆବଶ୍ୟକ ।

‘‘ଆମ ପାଇଁ ଜୀବନ ଓ ଜୀବିକା ଉଭୟ ଗୁରୁତ୍ବପୂର୍ଣ୍ଣ। ଜୀବନକୁ ବଞ୍ଚାଇବାକୁ ଯାଇ ଜୀବିକା ହାରି ନ ଯାଉ। ସବୁ ଜୋନରେ ଅର୍ଥନୈତିକ କାର୍ଯ୍ୟକଳାପ ଚାଲି ପାରିବ। କେବଳ କଣ୍ଟେନମେଣ୍ଟ ଜୋନରେ ସବୁ କାର୍ଯ୍ୟ ଉପରେ କଟକଣା ଜାରି ରହିଛି । ସହରାଞ୍ଚଳ ରେଡ୍‌ ଜୋନରେ ଥିଲେ କିଛି କଟକଣା ରହିଚି । ଅର୍ଥନୀତିର ପୁନରୁଦ୍ଧାର ଓ ଜୀବୀକା ପାଇଁ କଟକଣା କୋହଳ ହୋଇଛି,’’ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ଏହା ସହ ଚାଷୀଙ୍କ ପାଇଁ ଏକ ଟୋଲ୍‌ ଫ୍ରି ନମ୍ବର ଜାରି କରିଛନ୍ତି ସରକାର । ଚାଷୀଙ୍କ ହିତ ଓ ସ୍ୱାର୍ଥ ଦୃଷ୍ଟିରୁ ଏହି ଟୋଲ୍‌ ଫ୍ରି ନମ୍ବର ଜାରି କରିଛି କୃଷି ବିଭାଗ । ଏହି ନମ୍ବର ହେଉଛି ୧୮୦୦୧୦୨୫୧୬୬।

କୃଷି କାର୍ଯ୍ୟରେ କୌଣସି ସମସ୍ୟା ଥିଲେ କଲ୍‌ କରି ପାରିବେ ଚାଷୀ । ବ୍ଲକ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସାହାଯ୍ୟ ନେଇ ପାରିବେ ସେମାନେ ।

ଅନଲାଇନରେ ପାସ୍‌ ଆଣି ଧାନ ବିକି ପାରିବେ ଚାଷୀ । ଇ-ସମୃଦ୍ଧି ପୋର୍ଟାଲରେ ବିକ୍ରି କରି ପାରିବେ ଶସ୍ୟ ଜାତୀୟ ଫସଲ । ଖରିଫ ଫସଲ ପାଇଁ ରାଜ୍ୟରେ ଯଥେଷ୍ଟ ସାର ମହଜୁଦ୍‌ ଅଛି ବୋଲି ସରକାର କହିଛନ୍ତି ।

ଲକଡାଉନ ଯୋଗୁଁ ଏବେ ବହୁ ସରକାରୀ ଅଫିସ ଚାଲିଲା ନ ଚାଲିଲା ଭଳି ଅବସ୍ଥାରେ ଅଛି । କିଛି କର୍ମଚାରୀ କାମ କରୁଛନ୍ତି । ହେଲେ ଚାଷୀ ବିହନ ପାଇଁ ଡହଳ ବିକଳ ହେବା ସହ କାଗଜ ପତ୍ର କାମ କିଛି ହୋଇପାରୁନି । ଏଭଳି ସ୍ଥଳେ ସରକାରଙ୍କ ଚାଷୀଙ୍କ ପାଇଁ ଏ ନିଷ୍ପତ୍ତି ଗ୍ରାଉଣ୍ଡ ଜିରୋରେ କେତେ ଫଳପ୍ରଦ ହେଉଛି ତାହା ଦେଖିବାର କଥା ।
First published: May 5, 2020, 8:06 PM IST
corona virus btn
corona virus btn
Loading