‘ମୋତେ ଠିକ୍ ଚିକିତ୍ସା ମିଳୁନି… ମୁଁ ସ୍ୱାସ୍ଥ୍ୟ କର୍ମୀ’: ମୃତ୍ୟୁ ପୂର୍ବରୁ VIDEOରେ କହିଗଲେ ଲ୍ୟାବ୍ କର୍ମଚାରୀ

‘‘ମେଡିକାଲ୍ କର୍ମଚାରୀମାନେ ଆସୁଛନ୍ତି, କେବଳ ଅକ୍ସିମିଟରରୁ ଅମ୍ଳଜାନ ସ୍ତର ଯାଞ୍ଚ କରୁଛନ୍ତି ଓ ଚାଲି ଯାଉଛନ୍ତି… ମୁଁ ଅନେକ ଥର କହିଛି ମୋତେ ନିଶ୍ୱାସ ନେବାରେ କଷ୍ଟ ହେଉଛି… କିଛି ଔଷଧ ଦିଆଯାଉ… କେହି ଶୁଣୁ ନାହାଁନ୍ତି,’’ ଭିଡିଓରେ କହୁଛନ୍ତି ଲ୍ୟାବ୍ ଟେକ୍ନିସିଆନ ।

ଲ୍ୟାବ୍ ଟେକନିସିଆନ୍ ଅଂଶୁଲ୍ କୁମାରଙ୍କ ମୃତ୍ୟୁ ପରେ ତାଙ୍କ ସହକର୍ମୀଙ୍କ ମଧ୍ୟରେ କ୍ଷୋଭ ବ୍ୟାପିଛି ।

ଲ୍ୟାବ୍ ଟେକନିସିଆନ୍ ଅଂଶୁଲ୍ କୁମାରଙ୍କ ମୃତ୍ୟୁ ପରେ ତାଙ୍କ ସହକର୍ମୀଙ୍କ ମଧ୍ୟରେ କ୍ଷୋଭ ବ୍ୟାପିଛି ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ମହାମାରୀର (Coronavirus Pandemic) ପ୍ରକୋପ ମଧ୍ୟରେ ହସପିଟାଲରେ କରୋନା ରୋଗୀମାନଙ୍କ ଚିକିତ୍ସା ଅବହେଳାକୁ ନେଇ ଅନେକ ଖବର ଆସୁଛି । କରୋନା ସଂକ୍ରମିତ (Corona Virus) ହେବା ପରେ ହସପିଟାଲରେ ଚିକିତ୍ସିତ ହେବା ସମୟରେ ସେଠାରେ ସାମନା କରିଥିବା ଅବହେଳା ବିଷୟରେ ନିଜ ମୃତ୍ୟୁ ପୂର୍ବରୁ ଏକ ଭିଡିଓରେ (video before death) କହିଯାଇଛନ୍ତି ଜଣେ ଯୁବ ସ୍ୱାସ୍ଥ୍ୟ କର୍ମୀ ।

୩୦ ବର୍ଷୀୟ ଲ୍ୟାବ୍‌ ଟେକନିସିଆନ୍‌ ଅଂଶୁଲ୍‌ କୁମାର୍‌ କରୋନା ସଂକ୍ରମଣରେ ପ୍ରାଣ ହରେଇଥିଲେ । ସେ ଉତ୍ତର ପ୍ରଦେଶର (Uttar Pradesh) ମୀରଟସ୍ଥିତ ମେଡିକାଲ କଲେଜ୍‌ ଓ ହସପିଟାଲରେ (Meerut Medical College Hospital) ଚିକିତ୍ସିତ ହେଉଥିବା ବେଳେ ସେଠାରେ ସାମନା କରୁଥିବା ଅବହେଳା ଓ ବିଶୃଙ୍ଖଳା ବିଷୟରେ ଭିଡିଓ ଜାରି କରିଥିଲେ । ସେହି ଭିଡିଓ ବନେଇବାର ଦିନକ ପରେ ସେ ସେହି ହସପିଟାଲ୍‌ ବେଡରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ଭିଡିଓ କ୍ଲିପ୍‌ ଖୁବ୍‌ ଭାଇରାଲ୍‌ ହେଉଛି (viral video)।

ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

‘‘ମୋତେ ଏଇଠି ଉପଯୁକ୍ତ ଚିକିତ୍ସା କରାଯାଉନାହିଁ । ମୁଁ ଜଣେ ସ୍ୱାସ୍ଥ୍ୟ କର୍ମୀ । ଯଦି ମୁଁ ସଠିକ୍ ଚିକିତ୍ସା ପାଇପାରୁ ନାହିଁ ତେବେ ସାଧାରଣ ଲୋକଙ୍କ ସହିତ କ’ଣ ହେଉଥିବ? ମେଡିକାଲ୍‌ କର୍ମଚାରୀମାନେ ଆସୁଛନ୍ତି, କେବଳ ଅକ୍ସିମିଟରରୁ ଅମ୍ଳଜାନ ସ୍ତର ଯାଞ୍ଚ କରୁଛନ୍ତି ଓ ଚାଲି ଯାଉଛନ୍ତି,’’ ନିଜ ୩୮ ସେକେଣ୍ଡର ଏହି ଭିଡିଓରେ କହୁଛନ୍ତି ସ୍ୱୀକୃତିପ୍ରାପ୍ତ ଲ୍ୟାବ ଟେକ୍ନିସିଆନ ଅଂଶୁଲ କୁମାର୍‌ ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଭୟଙ୍କର ହେଉଛି Corona ପ୍ରକୋପ, କିନ୍ତୁ ଯାଏଁ ମିଳିନି ଟ୍ରିପଲ୍ମ୍ୟୁଟାଣ୍ଟ୍ଭ୍ୟାରିଆଣ୍ଟ୍

‘‘ମୁଁ ଅନେକ ଥର ସେମାନଙ୍କୁ କହିଛି ଯେ ମୋତେ ନିଶ୍ୱାସ ନେବାରେ କଷ୍ଟ ହେଉଛି । ମୋତେ କିଛି ଔଷଧ ଦିଆଯାଉ । କିନ୍ତୁ କେହି ଶୁଣୁ ନାହାଁନ୍ତି,’’ ସେହି ଭିଡିଓରେ କହୁଛନ୍ତି ଅଂଶୁଲ୍‌ । ତାଙ୍କ ଭିଡିଓ ଭାଇରାଲ୍‌ ହେବା ପରେ ମୀରଟରେ ହସପିଟାଲରେ କରୋନା ରୋଗୀମାନଙ୍କ ଚିକିତ୍ସାର ସ୍ତରକୁ ନେଇ ଲୋକଙ୍କ ମନରେ ସନ୍ଦେହ ଓ କ୍ଷୋଭ ସୃଷ୍ଟି ହୋଇଛି ।

ଏଇଠି ଦେଖନ୍ତୁ ସେହି ଭାଇରାଲ୍‌ ଭିଡିଓ:



ଅଂଶୁଲ୍‌ କୁମାରଙ୍କ ପରିବାର ସଦସ୍ୟମାନେ କହିଛନ୍ତି ଯେ ମେଡିକାଲ କଲେଜରେ ଚିକିତ୍ସାରେ ଚରମ ଅବହେଳା ଯୋଗୁଁ ତାଙ୍କ ଘରର ଦୀପ ଲିଭିଗଲା । ସେମାନେ କହିଛନ୍ତି ଯେ ୩୦ ବର୍ଷୀୟ ଅ୍ଂଶୁଲ୍‌ କୁମାର କରୋନା ସଂକ୍ରମିତ ହେବା ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ଓ ସଠିକ୍‌ ଚିକିତ୍ସା ମିଳିଥିଲେ ସେ ଭଲ ହୋଇଯାଇଥାନ୍ତେ ।

ଏହା ବି ପଢ଼ନ୍ତୁ | ପିପିଲି Bypoll: କଂଗ୍ରେସ୍ବିଶ୍ବକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କଲା

ଲ୍ୟାବ ଟେକ୍ନିସିଆନ ଅଂଶୁଲ କୁମାରଙ୍କ ମୃତ୍ୟୁ ପରେ ତାଙ୍କ ସହକର୍ମୀ ଓ ପରିବାର ସଦସ୍ୟମାନେ ଚିଫ୍‌ ମେଡିକାଲ୍‌ ଅଫିସରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିଥିଲେ ଓ ପ୍ରବଳ କ୍ଷୋଭ ବ୍ୟକ୍ତ କରିଥିଲେ । ସେମାନେ କହିଥିଲେ ଯେ ସେମାନେ ଲ୍ୟାବ ଟେକ୍ନିସିଆନମାନେ କରୋନା ମୁକାବିଲା ପାଇଁ ନିରନ୍ତର କାର୍ଯ୍ୟ କରୁଥିବାରୁ ଅଧିକ ଅସୁସ୍ଥ ହେଉଥିବା ବେଳେ ସେମାନଙ୍କୁ ସଠିକ୍‌ ଚିକିତ୍ସା ମିଳୁନାହିଁ ।



‘‘ସମୟ ସମୟରେ ଏହି ଲ୍ୟାବ ଟେକ୍ନିସିଆନଙ୍କୁ ଔଷଧ ଦିଆଯାଉଥିଲା । ତାଙ୍କ କୋଭିଡ ସଂକ୍ରମଣର ସଠିକ୍‌ ଚିକିତ୍ସା କରାଯାଉଥିଲା । ଇଞ୍ଜେକ୍ସନ୍ ମଧ୍ୟ ଦିଆଯାଉଥିଲା । ଚିକିତ୍ସାରେ କୌଣସି ଅବହେଳାକୁ ହୋଇନାହିଁ,’’ କହିଛନ୍ତି ମୀରଟ୍‌ ମେଡିକାଲ କଲେଜର ପ୍ରିନ୍ସପାଲ ଡକ୍ଟର ଜ୍ଞାନେନ୍ଦ୍ର ।
Published by:Anand S.T. Das
First published: