କରୋନା ଭାଇରସରୁ ମୁକ୍ତି ପାଇଁ ଗୋମୂତ୍ର ପିଆଇ କୋଲକାତାରେ ଗିରଫ ହେଲେ BJP ନେତା

ଗୋମୂତ୍ର ପିଇବା ପରେ ଜଣେ ସ୍ବେଚ୍ଛାସେବୀ ଅସୁସ୍ଥ ହୋଇପଡ଼ିଥିଲେ । ଏହି ଗିରଫଦାରୀକୁ ‘‘ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ’’ କହି ପଶ୍ଚିମ ବଙ୍ଗର ବିଜେପି ନେତାମାନେ ମମତା ବାନାର୍ଜୀଙ୍କ ସରକାରକୁ ସମାଲୋଚନା କରିଛନ୍ତି ।

କରୋନା ଭାଇରସରୁ ମୁକ୍ତି ପାଇଁ ଗୋମୂତ୍ର ପିଆଇ କୋଲକାତାରେ ଗିରଫ ହେଲେ BJP ନେତା
ଗୋମୂତ୍ରକୁ କରୋନା ଭାଇରସର ଚମତ୍କାରୀ ଔଷଧ କହି ପିଇବାକୁ ଦିଆଯାଇଥିଲା ।
  • News18 Odia
  • Last Updated: March 19, 2020, 2:12 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: କରୋନା ଭାଇରସର ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବାପାଇଁ ଓ ସଂକ୍ରମିତ ଲୋକଙ୍କୁ ଆରୋଗ୍ୟ କରିବା ପାଇଁ କୋଲକାତାରେ ଏକ ଗୋମୂତ୍ର ପିଇବାର କାର୍ଯ୍ୟକ୍ରମ ଆୟୋଜନ କରିଥିବା ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଛି । ଗୋମୂତ୍ର ପିଇବା ପରେ ଜଣେ ସ୍ବେଚ୍ଛାସେବୀ ଅସୁସ୍ଥ ହୋଇପଡ଼ିଥିଲେ ବୋଲି ପୋଲିସ୍‌ କହିଛି ।

ପୀଡିତ ବ୍ୟକ୍ତି ଜଣକ ପୋଲିସରେ ଏକ ଲିଖିତ ଅଭିଯୋଗ କରିବା ପରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଥିଲା । ପୋଲିସ ଅଧିକାରୀଙ୍କ କହିବାନୁସାରେ ଉତ୍ତର କୋଲକାତାର ଜୋରାସାଖୋ ଅଞ୍ଚଳର ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା ୪୦ ବର୍ଷୀୟ ନାରାୟଣ ଚାଟାର୍ଜୀ ସୋମବାର ଏକ ଗୋ ପୂଜା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଓ ଗୋମୂତ୍ର ବଣ୍ଟନ କରିଥିଲେ ।

ଅନ୍ୟମାନଙ୍କୁ ଗୋମୂତ୍ର ଦେବା ବେଳଏ ସେ ଏହାର "ଚମତ୍କାରୀ" ଗୁଣ ବିଷୟରେ କହିଥିଲେ। ସେହି ଗୁହାଳ ନିକଟରେ ଡ୍ୟୁଟିରେ ଥିବା ଜଣେ ନାଗରିକ ସ୍ୱେଚ୍ଛାସେବୀ ଏହି ଗୋମୂତ୍ର ପିଇ ଅସୁସ୍ଥ ହୋଇ hଡ଼ିଥିଲେ । ତା’ ପର ଦିନ ସେ ଚାଟାର୍ଜୀଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ଏହି ଗିରଫଦାରୀକୁ ‘‘ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ’’ ବୋଲି କହି ପଶ୍ଚିମ ବଙ୍ଗର ବିଜେପି ନେତାମାନେ ରାଜ୍ୟର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାରକୁ ଖୁବ୍‌ ସମାଲୋଚନା କରିଛନ୍ତି ।

ବିଜେପି ସାଂସଦ ଲକେଟ୍ ଚାଟାର୍ଜୀ ଗୋମୂତ୍ର ପିଇବାକୁ ଅବୈଜ୍ଞାନିକ  ବୋଲି କହିଛନ୍ତି ।


"ଚାଟାର୍ଜୀ ଗୋମୂତ୍ର ବଣ୍ଟନ କରିଥିଲେ, କିନ୍ତୁ ସେ ଏହାକୁ ପିଇବାକୁ ଦେଇ ଲୋକଙ୍କୁ ବୋକା ବନାଇ ନ ଥିଲେ । ସେ ଯେତେବେଳେ ଏହାକୁ ବଣ୍ଟନ କରିଥିଲେ ସେତେବେଳେ ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ଏହା ଗାଇର ପରିସ୍ରା । ଆଉ ସେ ଏହାକୁ ପିଇବାକୁ କାହାକୁ ବାଧ୍ୟ କରି ନ ଥିଲେ । ଗୋମୂତ୍ର କ୍ଷତିକାରକ କି ନୁହେଁ ଏହା ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ,’’ କହିଛନ୍ତି ପଶ୍ଚିମ ବଙ୍ଗ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ସାୟନ୍ତ ବସୁ । ‘‘ବିନା କାରଣରେ ପୋଲିସ କେମିତି ତାଙ୍କୁ ଗିରଫ କରିପାରିବ? ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ,’’ ସେ କହିଛନ୍ତି ।

ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ କହିଛନ୍ତି ଯେ ଗାଇର ପରିସ୍ରା ପିଇଲେ କୌଣସି କ୍ଷତି ହୁଏ ନାହିଁ ଓ ସେ ନିଜେ ଏହା ପିଅନ୍ତି ବୋଲି ସ୍ୱୀକାର କରିବାରେ ତାଙ୍କର କୌଣସି ଦ୍ୱିଧା ବି ନାହିଁ ।

ହେଲେ ତାଙ୍କ ଦଳର ସହକର୍ମୀ ତଥା ସାଂସଦ ଲକେଟ୍ ଚାଟାର୍ଜୀ ଏଥିରେ ଅସହମତି ପ୍ରକାଶ କରି ଗୋମୂତ୍ର ପିଇବାକୁ ଏକ ‘‘ଅବୈଜ୍ଞାନିକ ବିଶ୍ୱାସ’’ ବୋଲି କହିଛନ୍ତି । ଏହି ବିଶ୍ୱାସର ଅନ୍ତ ହେବା ଉଚ଼ିତ ବୋଲି ସେ କହିଛନ୍ତି ।

କରୋନା ଭାଇରସର ଉପଶମ କରିବା ପାଇଁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଗାଇର ପରିସ୍ରା ବଣ୍ଟନ କାର୍ଯ୍ୟକ୍ରମକୁ ଶାସକ ଟି.ଏମ୍‌.ସି. ଓ ବିରୋଧୀ ଦଳ କଂଗ୍ରେସ ତୀବ୍ର ସମାଲୋଚନା କରିଥିଲା ।
First published: March 19, 2020, 2:12 AM IST