News18 Odia Digital
ନୂଆ ଦିଲ୍ଲୀ: ଦେଶରେ ୧୮ ବର୍ଷ ଓ ତା’ଠୁ ଅଧିକର ସବୁ ନାଗରିକଙ୍କୁ କରୋନା ଭାଇରସ୍ ଭ୍ୟାକ୍ସିନ୍ (Corona Vaccine) ନେବାରେ ସାହାଯ୍ୟ କରିବାକୁ କୋୱିନ୍ ଆପ୍ (CoWin) ସାହାଯ୍ୟ କରୁଛି । କୋୱିନ୍ ଆପର ମୁଖ୍ୟ ଆର.ଏସ୍. ଶର୍ମା ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ଟିକାକରଣ କରିବା ପାଇଁ ଆସିବା ପୂର୍ବରୁ ଲୋକେ ପ୍ରଥମେ ଏହି ଆପରେ ପଞ୍ଜୀକରଣ କରନ୍ତୁ ।
‘‘୧୮ରୁ ୪୫ ବର୍ଷ ମଧ୍ୟରେ ଥିବା ଲୋକଙ୍କୁ ଏହି ଆପ୍ ମାଧ୍ୟମରେ ନିଜ ବୟସ ଶ୍ରେଣୀକୁ ଟିକା ଦେଉଥିବା କେନ୍ଦ୍ରରେ ସମୟ (appointment) ବୁକ୍ କରିବାକୁ ପଡି଼ବ । ଆମେ ସେହି କେନ୍ଦ୍ରଗୁଡ଼ିକୁ ବି ପଞ୍ଜିକରଣ କରିବାକୁ ଅନୁରୋଧ କରିଛୁ,’’ କହିଛନ୍ତି ଶର୍ମା ।
ଏହା ବି ପଢ଼ନ୍ତୁ | ଓଡ଼ିଶାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ଥିତି ଗୁରୁତର; COVID ଆକ୍ରାନ୍ତ ହୋଇ AIIMSରେ ଚିକିତ୍ସାଧୀନଲୋକେ ନିଜ ମୋବାଇଲ୍ ଫୋନ୍ ନମ୍ବର ମାଧ୍ୟମରେ ଟିକାକରଣ ପାଇଁ କୋ-ୱିନ୍ ପୋର୍ଟାଲରେ ପଞ୍ଜିକରଣ କରିପାରିବେ । ତା’ ପରେ ପ୍ରଥମ ପର୍ଯ୍ୟାୟର ଯାଞ୍ଚ ପାଇଁ ସେମାନଙ୍କ ଫୋନକୁ ଏକ OTP ପଠାଯିବ । ଟିକାକରଣ ପାଇଁ କେମିତି ପଞ୍ଜୀକୃତ ହେବାକୁ ହୁଏ ସେ ବିଷୟରେ ଆପଣଙ୍କୁ ସବିଶେଷ ଜାଣିବା ଆବଶ୍ୟକ (How to Register on CoWin App) ।
ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ୍ ପରୀକ୍ଷାର ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ବୋର୍ଡ଼ ମୋହର ମାରିଲା; ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେ୧. ଗୋଟିଏ ମୋବାଇଲ୍ ଫୋନରୁ ଟିକାକରଣ ପାଇଁ ମୋ’ଟ ଚାରି ଜଣ ପଞ୍ଜୀକୃତ ହୋଇପାରିବେ ।
୨. କୋ-ୱିନ୍ ଆପ୍ ମାଧ୍ୟମରେ ଆପଣ ଟିକାକରଣ ସମୟକୁ ବାତିଲ୍ କରିପାରିବେ ବା ସେଥିରେ ପରିବର୍ତ୍ତନ କରିପାରିବେ ।
୩. ଅତି ଜରୁରୀ ହେଲେ ଆପଣ କୋଭିଡ୍-୧୯ ଟିକାର ଦ୍ୱିତୀୟ ଡୋଜ୍ ନେବା ପାଇଁ କେନ୍ଦ୍ର ପରିବର୍ତ୍ତନ କରିପାରିବେ ।
ଏହା ବି ପଢ଼ନ୍ତୁ | କରୋନା ପଜିଟିଭ୍ ହେଲା ଗ୍ୟାଙ୍ଗଷ୍ଟର୍ ହାଇଦର୍; ତାକୁ ଏବେ ରିମାଣ୍ଡରେ ନେବ ନାହିଁ ପୋଲିସ ୪. ସିଷ୍ଟମ୍ ସ୍ୱୟଂଚାଳିତ ଭାବରେ ଆପଣଙ୍କୁ ସେହି ସବୁ କେନ୍ଦ୍ରର ତାଲିକା ଦେଖାଇବ ଯେଉଁଠି ଆପଣଙ୍କୁ ଯେଉଁ ଟିକାର ପ୍ରଥମ ଡୋଜ୍ ମିଳିଛି ତାହା ଉପଲବ୍ଧ ଅଛି ଓ ଦିଆଯାଉଛି ।
୫. ପ୍ରତ୍ୟେକ ଟିକାକରଣ ରେକର୍ଡ଼ ବ୍ୟାକ୍-ଏଣ୍ଡରେ ରେକର୍ଡ଼ ହେବ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଓଡି଼ଶାର ସର୍ବପୁରାତନ ଶ୍ରୀ ରାମ ମନ୍ଦିର ଅଛି କେନ୍ଦୁଝର ଜିଲ୍ଲାର ବୀରଗୋବିନ୍ଦପୁରରେ; କେମିତି ଅଛି?୬. ଆପଣଙ୍କୁ ଟିକାକରଣ ପରେ ଏକ ଡିଜିଟାଲ୍ ସ୍ୱାକ୍ଷରିତ ପ୍ରମାଣପତ୍ର ପ୍ରଦାନ କରାଯିବ । ଏହା ଆପଣଙ୍କର ଡିଜିଟାଲ୍ ପୋର୍ଟାଲକୁ ପଠାଯିବ ଓ ସେଠାରୁ ଡାଉନଲୋଡ୍ ହୋଇପାରିବ ।
୭. ଟିକାକରଣ ପାଇଁ ପଞ୍ଜୀକରଣ ସମୟରେ ନାଗରିକମାନେ ଦେଉଥିବା ତଥ୍ୟ ନିରାପଦ ରହିବ । ଆପଣଙ୍କୁ କେବଳ ନାମ, ବୟସ ଓ ଲିଙ୍ଗ ଜଣେଇବାକୁ ହେବ ।
ନୀତି ଆୟୋଗର (NITI Aayog) ଡଃ ଭି.କେ. ପାଲ୍ କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏପ୍ରିଲ୍ ୧୯ ତାରିଖରେ କୋଭାକ୍ସିନ ଟିକା (Covaxin) ନେଇଥିବାରୁ ଟିକା ବିଷୟରେ ସନ୍ଦେହ କରିବାର କୌଣସି କାରଣ ନାହିଁ । ‘‘ଟିକା ପ୍ରତି ଥିବା ଲୋକଙ୍କର ସଙ୍କୋଚ କ୍ରମଶଃ ଦୂର ହେଉଛି, କିନ୍ତୁ ତଥାପି ଆମକୁ ଶୀଘ୍ର ଆଗେଇବାକୁ ପଡି଼ବ । ଲୋକେ ଟିକା ନେଇ କୋଭିଡ-୧୯ ସହିତ ଲଢ଼ିବାକୁ ପ୍ରସ୍ତୁତ,’’ ସେ କହିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।