News18 Odia Digital
ଭୁବନେଶ୍ୱର: ଖୋର୍ଦ୍ଧା ଏସ୍.ପି. ଅଜୟ ପ୍ରତାପ ସ୍ୱାଇଁ କରୋନା ଭାଇରସ୍ ପଜିଟିଭ ହୋଇଛନ୍ତି । ତାଙ୍କ ସ୍ବାବ୍ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ତେବେ ତାଙ୍କ ଶରୀରରେ କରୋନାର ଲକ୍ଷଣ ନ ଥିବା ସୂଚନା ମିଳିଛି । ପଜିଟିଭ୍ ଆସିବା ପରେ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି ସ୍ୱାଇଁ । ପୂର୍ବରୁ ଜିଲ୍ଲା ପୋଲିସ ମୁଖ୍ୟାଳୟର ଚାରି ଜଣ ଷ୍ଟାଫ୍ କରୋନା ପଜିଟିଭ୍ ହୋଇଥିଲେ । ପରେ ସମସ୍ତଙ୍କ ସ୍ବାବ୍ ସଂଗ୍ରହ କରାଯାଇଥିଲା । ଗତ କାଲି ଶପଥ ପାଠ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ସ୍ୱାଇଁ ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆହୁରି ୧୦ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ଭାଇରସ୍ । ଏଥି ସହ ମୃତ୍ୟୁ ସଂଖ୍ୟା ୨୩୫ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୯ଟି ଜିଲ୍ଲାରୁ ଆଉ ୧,୬୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଦଶ ଜଣ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩ ଜଣ, ସୁନ୍ଦରଗଡ଼ରୁ ୨ ଜଣ, ନବରଙ୍ଗପୁର, ନୟାଗଡ, ଭଦ୍ରକ, କନ୍ଧମାଳ ଓ କେନ୍ଦୁଝରରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରେ ୩ ଜଣ ମୃତକ ୫୨, ୪୦ ଓ ୫୫ ବର୍ଷୀୟ ପୁରୁଷ । ସେମାନଙ୍କ ମଧ୍ୟରୁ ୫୨ ବର୍ଷୀୟ ପୁରୁଷ ମଧୁମେହ ଓ ଉକ୍ତ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । ୪୦ ବର୍ଷୀୟ ପୁରୁଷଙ୍କୁ ପୂର୍ବରୁ କୌଣସି ରୋଗ ନ ଥିଲା । ୫୫ ବର୍ଷୀୟ ପୁରୁଷ ଯକ୍ଷ୍ମା ରୋଗରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।

ରାଜ୍ୟରେ କରୋନା ସଂକ୍ରମଣର ତାଜା ସ୍ଥିତିର ମ୍ୟାପ୍
ସୁନ୍ଦରଗଡ଼ ଜିଲ୍ଲାର ଦୁଇ ଜଣ ମୃତକ ୫୪ ଓ ୨୮ ବର୍ଷୀୟ ପୁରୁଷ । ୫୪ ବର୍ଷୀୟ ପୁରୁଷ ମଧୁମେହ ରୋଗରେ ପୀଡ଼ିତ ଥିବା ବେଳେ ୨୮ ବର୍ଷୀୟ ପୁରୁଷଙ୍କୁ ପୂର୍ବରୁ କୌଣସି ରୋଗ ନ ଥିଲା । ନୟାଗଡ଼ ଜିଲ୍ଲାର ମୃତକ ଜଣେ ୩୯ ବର୍ଷୀୟ ପୁରୁଷ ଥିଲେ ଓ ସେ ପୂର୍ବରୁ କୌଣସି ରୋଗରେ ପୀଡ଼ିତ ନଥିଲେ । ଭଦ୍ରକ ଓ କନ୍ଧମାଳର ମୃତକ ଜଣେ ୫୩ ବର୍ଷୀୟା ମହିଳା ଓ ଜଣେ ୬୧ ବର୍ଷୀୟ ପୁରୁଷ । ସେମାନେ ମଧୁମେହ ଓ ଉକ୍ତ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ । କେନ୍ଦୁଝର ଜିଲ୍ଲାର ମୃତକ ଜଣେ ୫୨ ବର୍ଷୀୟ ପୁରୁଷ । ସେ ମଧୁମେହ ଓ କ୍ରୋନିକ କୀଡୀନି ରୋଗରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆ ଯାଇଛି ।
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧,୦୭୩ ଜଣ ଅଛନ୍ତି । ବାକି ୬୨୬ ଜଣ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦,୭୧୭ କୁ ବୃଦ୍ଧି ପାଇଛି ।
ଗଞ୍ଜାମରୁ ଆଜି ସର୍ବାଧିକ ୨୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୨୦, କଟକରୁ ୧୦୫, ସମ୍ବଲପୁରରୁ ୧୦୧, ସୁନ୍ଦରଗଡ଼ରୁ ୧୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୭, ବାଲେଶ୍ୱରରୁ ୧୭ , ବରଗଡ଼ରୁ ୮୧ , ଭଦ୍ରକରୁ ୬୬, ବଲାଙ୍ଗୀରରୁ ୨୧ , ବୌଦ୍ଧରୁ ୮, ଢେଙ୍କାନାଳରୁ ୨୭, ଗଜପତିରୁ ୫୯, ଜଗତସିଂହପୁରରୁ ୧୬, ଯାଜପୁରରୁ ୪୧, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୭୪, କେନ୍ଦ୍ରପଡ଼ାରୁ ୨୭, କେନ୍ଦୁଝରରୁ ୫୬, କୋରାପୁଟରୁ ୪୧, ମାଲକାନିଗିରିରୁ ୭୨, ମୟୂରଭଞ୍ଜରୁ ୨୪, ନବରଙ୍ଗପୁରରୁ ୧୬, ନୟାଗଡ଼ରୁ ୨୫, ନୂଆପଡ଼ାରୁ ୩, ପୁରୀରୁ ୬୭, ରାୟଗଡାରୁ ୧୯ , ସୋନପୁରରୁ ୧୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହା ବି ପଢ଼ନ୍ତୁ | ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ: PM ମୋଦି ରାମଲାଲାଙ୍କ ଆଗରେ ଦଣ୍ଡବତ ହେଲେ, ଦେଖନ୍ତୁ ଫଟୋ
ଏହା ବି ପଢ଼ନ୍ତୁ | ଅଯୋଧ୍ୟାରେ ରାମ ମନ୍ଦିର ଏମିତି ଦେଖାଯିବ; କଳାକାରୀ ଓ ଭବ୍ୟତାର ଅନନ୍ୟ ମିଳନ ହେବ
ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ର ଗତିରେ ବଢ଼ିଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୨୫୭୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୧୪,୭୦୦ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ରାଜ୍ୟରେ ଚଳିତ ମାସରେ କରେନା ପଜିଟିଭଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗତ ୨ ସପ୍ତାହରେ ଦ୍ୱିଗୁଣିତ ହୋଇଛି ଆକ୍ରାନ୍ତ ସଂଖ୍ୟା । ଏହା ପ୍ରଶାସନ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।