News18 Odia Digital
ନୂଆ ଦିଲ୍ଲୀ: ବଲିଉଡ ତାରକାଙ୍କ ଉପରେ କରୋନା ଭାଇରସ୍ (Coronavirus) ନିଜ ପ୍ରକୋପ ଦେଖାଇ ହଇଚଇ ସୃଷ୍ଟି କରିବାରେ ଲାଗିଛି । ଜଣେ ପରେ ଜଣେ ବଲିଉଡ୍ ତାରକା କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି । ଏବେ ପ୍ରସିଦ୍ଧ ଅଭିନେତ୍ରୀ କେଟ୍ରିନା କୈଫ୍ (Katrina Kaif) ମଧ୍ୟ କରୋନା ପଜିଟିଭ୍ ହୋଇଛନ୍ତି ।
କେଟ୍ରିନା କୈଫ୍ କରୋନା ପରୀକ୍ଷା କରାଇବା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ବାହାରିବା ପରେ ସେ ନିଜକୁ ଘରେ କ୍ୱାରେଣ୍ଟାଇନରେ ରଖିଛନ୍ତି ବୋଲି ଜଣେଇଛନ୍ତି । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି କେଟ୍ରିନା ଏହା ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ପୁଣି କରୋନା ବଢ଼ାଇଲା ଚିନ୍ତା; ସରପଞ୍ଚ ଓ ୱାର୍ଡ଼ ମେମ୍ବର୍ମାନଙ୍କୁ ମିଳିଲା ଗୁରୁ ଦାୟିତ୍ୱ‘‘ମୁଁ ସଙ୍ଗେ ସଙ୍ଗେ ନିଜକୁ ସଙ୍ଗରୋଧରେ ରଖିବା ଆରମ୍ଭ କରିଛି ଓ ମୋ’ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସବୁ ସତର୍କତା ଅବଲମ୍ବନ କରୁଛି । ଗତ କିଛି ଦିନ ମଧ୍ୟରେ ମୋ’ ସହିତ ଯୋଗାଯୋଗ କରିଥିବା ସବୁ ଲୋକଙ୍କୁ ମୁଁ ଅନୁରୋଧ କରୁଛି ଯେ ସେମାନେ ବିଳମ୍ବ ନ କରି ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ,’’ ନିଜ ଇନଷ୍ଟାଗ୍ରାମ୍ ପୋଷ୍ଟରେ ଲେଖିଛନ୍ତି କେଟ୍ରିନା ।
ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ସାମାନ୍ୟ ବଢ଼ିଲା, ରୂପା ଖୁବ୍ ଉଞ୍ଚା ହେଲା; ଏହି ସ୍ଥିତି ବେଶୀ ଦିନ ରହିବନିମାରାତ୍ମକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବାରେ କେଟ୍ରିନା କୈଫ୍ ହେଉଛନ୍ତି ବଲିଉଡର ସଦ୍ୟତମ ତାରକା । ଏହା ପୂର୍ବରୁ କେଟ୍ରିନାଙ୍କ ‘ସୂର୍ଯ୍ୟବଂଶୀ’ ସହ-ତାରକା ଅକ୍ଷୟ କୁମାର (Akshay Kumar) ମଧ୍ୟ କରୋନା ପଜିଟିଭ୍ ହୋଇଛନ୍ତି ଓ ବର୍ତ୍ତମାନ ମୁମ୍ବାଇରେ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | କେନ୍ଦୁଝର: କାର୍ ଚଳାଉଥିବା ବେଳେ ଆଖି ଲାଗିଗଲା; ଗଛରେ ପିଟିଲା କାର୍; ବାପା ମୃତ, ପୁଅ ଆହତକେଟ୍ରିନାଙ୍କ କଥିତ ବୟଫ୍ରେଣ୍ଡ୍ ଭିକ୍କି କୌଶଲ୍ (Vicky Kaushal) କରୋନା ପଜିଟିଭ୍ ହେବାର ଗୋଟିଏ ଦିନ ପରେ କେଟ୍ରିନା ନିଜେ କରୋନା ପଜିଟିଭ୍ ହୋଇଥିବା ଖବର ଦେଇଛନ୍ତି । ଭିକ୍କି କୌଶଲ ସୋମବାର ଦିନ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଘୋଷଣା କରିଥିଲେ । ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଥିଲେ, ‘‘ସବୁ ଯତ୍ନ ଓ ସତର୍କତା ସତ୍ତ୍ୱେ ଦୁର୍ଭାଗ୍ୟବଶତଃ ମୁଁ କୋଭିଡ-୧୯ (COVID-19) ପଜିଟିଭ୍ ହୋଇଛି ।
ଏହା ବି ପଢ଼ନ୍ତୁ | ଓଡ଼ିଶା ରାଜନୀତି ଗରମ: BJP କହିଲା ମନ୍ତ୍ରୀ ପ୍ରତାପଙ୍କୁ ଗିରଫ କର; BJD କହିଲା ଶାରଦା ପ୍ରଧାନଙ୍କୁ ଗିରଫ କରକେଟ୍ରିନା କୈଫଙ୍କୁ ଶେଷ ଥର ପାଇଁ ଅଲ୍ଲୀ ଅବ୍ବାସ ଜଫରଙ୍କ ୨୦୧୯ ଫିଲ୍ମ ‘ଭାରତ’ରେ ସଲମାନ ଖାନ୍ ଓ ଦିଶା ପଟାନୀଙ୍କ ସହ ଦେଖିବାକୁ ମିଳିଥିଲା । ସେ ଇଶାନ ଖଟ୍ଟର ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ‘ଫୋନ୍ ଭୁତ୍’ ନାମକ ଏକ ହରର୍ କମେଡି ଫିଲ୍ମ ବି ସାଇନ୍ କରିଛନ୍ତି । ଏହି ଫିଲ୍ମଟି ଗୁରୁମିତ ସିଂଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହା କେଟ୍ରିନା, ଇଶାନ ଖଟ୍ଟର ଓ ସିଦ୍ଧନ୍ ଚତୁର୍ବେଦୀଙ୍କ ଏକାଠି କାମ କରିଥିବା ପ୍ରଥମ ଫିଲ୍ମ ହେବ । ଏକ୍ସେଲ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଏହି ଫିଲ୍ମ ଚଳିତ ବର୍ଷ ରିଲିଜ୍ ହେବାର ଯୋଜନା ରହିଛି ।
କେଟ୍ରିନା କୈଫ ଖୁବ୍ ଶୀଘ୍ର ରୋହିତ ଶେଟ୍ଟୀଙ୍କ ‘ସୂର୍ୟବଂଶୀ’ରେ ନଜର ଆସିବେ । ଏହି ଫିଲ୍ମ ଏପ୍ରିଲ୍ ୩୦ରେ ହଲରେ ମୁକ୍ତିଲାଭ କରିବାର ଯୋଜନା ରହିଛି । ରୋହିତ ଶେଟ୍ଟୀଙ୍କ ପୋଲିସ୍ ଦୁନିଆର ଏହି ଫିଲ୍ମରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ରଣବୀର ସିଂ ଓ ଅଜୟ ଦେବଗନ୍ ବି ଅଛନ୍ତି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।