News18 Odia Digital
ନୂଆ ଦିଲ୍ଲୀ: ସମଗ୍ର ଦେଶ କରୋନା ଭାଇରସ୍ (Coronavirus) ମହାମାରୀର ପ୍ରକୋପ ଓ କଟକଣା ମଧ୍ୟରେ କାଳାତିପାତ କରୁଥିବା ବେଳେ ସାନ ପିଲାମାନେ ବି ଅସହନୀୟ କଷ୍ଟ ସହୁଛନ୍ତି । ବଡ଼ମାନେ ଘର ଭିତରେ ରହିବାର ଅସୁବିଧାକୁ ବିଭିନ୍ନ ଉପାୟରେ ସହିନେଉଥିବା ବେଳେ ସାନ ପିଲାମାନେ ହନ୍ତସନ୍ତ ହେଉଛନ୍ତି । ଏବେ ସାରା ଦେଶରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢୁଥିବା ବେଳେ ଜାମ୍ମୁ କାଶ୍ମୀରର ଜଣେ ଛଅ ବର୍ଷର ଝିଅ ଅନଲାଇନରେ ଘଣ୍ଟା ଘଣ୍ଟା ଧରି ଚାଲୁଥିବା ଶ୍ରେଣୀ ପାଠକୁ ନେଇ ଏତେ ଦୁଃଖୀ ହୋଇଛି ଯେ ସେ ଏକ ଭିଡିଓରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହା ଉପରେ କିଛି କରିବାକୁ ଅନୁରୋଧ କରିଛି ।
ସେହି କୁନି ଝିଅଟି ସାନ ସାନ ପିଲାମାନେ ସାମନା କରୁଥିବା ଅସୁବିଧାକୁ ନେଇ ପ୍ରଧାନ ମନ୍ତ୍ରୀଙ୍କୁ କହିଥିବା କଥାର ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଲୋକେ କୁନି ଝିଅଟିର ଭିଡିଓକୁ ଖୁବ୍ ପ୍ରଶଂସା କରୁଛନ୍ତି ଓ ଶେୟାର୍ କରୁଛନ୍ତି । ଦୀର୍ଘ ଘଣ୍ଟାର ଅନଲାଇନ୍ କ୍ଲାସ ଓ ଅତ୍ୟଧିକ ସ୍କୁଲ ପାଠ ସମ୍ପର୍କରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିଯୋଗ କରୁଛି କଶ୍ମୀରର ଏହି ସୁନ୍ଦର ଛଅ ବର୍ଷର ଝିଅଟି । ଟ୍ରାଭେଲ୍ ଲେଖିକା ନମ୍ରତା ୱାଖଲୁ ଏହି ୪୫-ସେକେଣ୍ଡ୍ ଭିଡିଓ କ୍ଲିପ୍ ଶେୟାର୍ କରି ଲେଖିଛନ୍ତି, ‘‘ମୋଦି ସାହାବଙ୍କୁ ଏହି ବିଷୟ ଉପରେ ନିଶ୍ଚିତ ଧ୍ୟାନ ଦେବା ଉଚିତ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅକ୍ଷମଣୀୟ! ବାରିପଦା COVID ହସ୍ପିଟାଲରେ ଉଲଗ୍ନ ହୋଇ ପଡ଼ିଛନ୍ତି ରୋଗୀ; କେହି ଶୌଚାଳୟରେ, କରିଡରରେପ୍ରଧାନ ମନ୍ତ୍ରୀଙ୍କୁ ‘ଅସଲାମ୍ ୱାଲେକମ୍’ ବୋଲି କହି ପ୍ରଣାମ ଜଣାଇବା ପରେ କୁନି ଝିଅଟି ଏହି ଭିଡିଓରେ ତା’ ପରି ସାନ ପିଲାମାନଙ୍କ ଲମ୍ବା ଅନଲାଇନ୍ କ୍ଲାସ୍ ବିଷୟରେ ଅଭିଯୋଗ କରୁଛି । ସେ କହୁଛି ଯେ ତା’ କ୍ଲାସ୍ ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲୁଛି । ‘‘ମୋ’ର ଇଂରାଜୀ, ଗଣିତ, ଉର୍ଦ୍ଦୁ ଓ ଇ.ଭି.ଏସ୍. କ୍ଲାସ୍ ହେଉଛି ଓ ତା’ପରେ କମ୍ପ୍ୟୁଟର୍ କ୍ଲାସ୍ ବି ହେଉଛି,’’ ସେ କହୁଛି ।
ଏହା ବି ପଢ଼ନ୍ତୁ | କୋଭିଡ୍ କଟକଣାକୁ ଫୁ କରି ସୁକିନ୍ଦା ତଦସିଲଦାର୍ ନାଚିଲେ ନାଗୁଣୀ ନାଚ; ପୋଲିସ୍ ମାମଲା ରୁଜୁ କଲାପିଲାମାନଙ୍କ ପାଇଁ ଏତେ ପାଠ ପଢ଼ା କାମ ଦିଆଯିବା ଉଚିତ ନୁହେଁ ବୋଲି କହି କୁନି ଝିଅଟି ନିଜ ହାତରେ ଅଙ୍ଗଭଙ୍ଗୀ କରି ସେ ପ୍ରତି ଦିନ ସାମ୍ନା କରୁଥିବା ଚାପକୁ ଦେଖାଇବାର ଚେଷ୍ଟା କରୁଥିବା ଦେଖାଯାଇଛି । ‘‘ଛୋଟ ପିଲାମାନଙ୍କୁ କାହିଁକି ଏତେ ପରିଶ୍ରମ କରିବାକୁ ପଡୁଛି, ମୋଦି
ସାହାବ?’’ ଝିଅଟି ପଚାରିଛି । ଭିଡିଓର ଶେଷ ଆଡ଼କୁ କିଛି ସେକେଣ୍ଡ୍ ନିରବ ରହିବା ପରେ ସେ କହୁଛି, ‘‘କଣ କରାଯାଇପାରିବ?
ଆସଲାମ୍ ୱାଲେକମ୍, ମୋଦି ସାହାବ! ବାଏ ।’’
ଏଇଠି ଦେଖନ୍ତୁ ସେହି ଭାଇରାଲ୍ ଭିଡିଓ:ଏହି ଭିଡିଓଟି ଟ୍ୱିଟରରେ ପୋଷ୍ଟ ହେବାର ଦିନକ ଭିତରେ ୫୭,୦୦୦ରୁ ଅଧିକ ଭ୍ୟୁ ଓ ୫,୦୦୦ ଲାଇକ୍ ପାଇସାରିଛି । କେବଳ ସେତିକି ନୁହେଁ, ପ୍ରାୟ ୧,୨୦୦ ଉପଭୋକ୍ତା ଭିଡିଓକୁ ରିଟ୍ୱିଟ କରିଛନ୍ତି ଓ କୁନି ଝିଅଟିର ଅଭିଯୋଗ ଉପରେ ଅନେକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ଏହା ବି ପଢ଼ନ୍ତୁ | ଜାଣନ୍ତୁ ଓଡ଼ିଶାରେ ଘରକୁ ଘର ବୁଲି ଟିକାକରଣ ଓ ଡ୍ରାଇଭ୍-ଇନ୍ ଟିକାକରଣ ବନ୍ଦ ହେବା ପଛରେ ଥିବା କାରଣଜଣେ ଟ୍ୱିଟର୍ ଉପଭୋକ୍ତା ଲେଖିଛନ୍ତି ଯେ ଝିଅଟିର ସୁନ୍ଦରତାର ସ୍ତର “ହିମାଳୟର ଉଚ୍ଚତା” ଠାରୁ ଅଧିକ । ଅନ୍ୟ ଜଣେ ଲେଖିଛନ୍ତି, ‘‘ମୋଦି
ଜୀ, ଆପଣ ଏହି ଝିଅଟିର ଦୁଃଖ ଶୁଣୁଛନ୍ତି? ସେ ଅନେକ ପିଲାଙ୍କ ମନର ପ୍ରତିନିଧିତ୍ୱ କରୁଛି? ସେମାନଙ୍କୁ ଅନଲାଇନ୍ କ୍ଲାସ୍ ନାମକ ଏହି ନିର୍ଯାତନାରୁ ରକ୍ଷା କରନ୍ତୁ ।’’
ଭାରତରେ କରୋନା ଭାଇରସ୍ ମହାମାରୀ ଏବେ ବି ସଙ୍ଗୀନ ସ୍ଥିତିରେ ରହିଥିବା ବେଳେ ଲୋକେ ଏହି କଶ୍ମୀରୀ କୁନି ଝିଅଟିର ଭିଡିଓକୁ ଦେଖି ଆନନ୍ଦିତ ହେଉଛନ୍ତି । ଏହି ଖବରକୁ ଅନେକ ଲୋକ ହ୍ୱାଟ୍ସ-ଆପରେ ଫରୱାର୍ଡ଼ ବି କରୁଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।