ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»‘ମୃତ୍ୟୁର ସ୍ୱାଦ ଚାଖିବାର ଇଚ୍ଛା’ ଯୋଗୁଁ ଟିକ୍ ଟକ୍ ଭିଡିଓ ବନେଇଲେ, କିନ୍ତୁ ଚାଲିଗଲା ଜୀବନ

‘ମୃତ୍ୟୁର ସ୍ୱାଦ ଚାଖିବାର ଇଚ୍ଛା’ ଯୋଗୁଁ ଟିକ୍ ଟକ୍ ଭିଡିଓ ବନେଇଲେ, କିନ୍ତୁ ଚାଲିଗଲା ଜୀବନ

ବିଷ ପାଇ ଟିକ୍ ଟକ୍ ଭିଡିଓ ବନେଇ ନିଜ ମାଆଙ୍କୁ ଡରେଇବେ ବୋଲି ଭାବିଥିଲେ ୨୪ ବର୍ଷୀୟ ଧନଞ୍ଜୟ, ହେଲେ ତାଙ୍କର ଜୀବନ ଚାଲିଗଲା । ଲକଡାଉନରେ ରୋଜଗାର କରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା ।

‘ମୃତ୍ୟୁର ସ୍ୱାଦ ଚାଖିବାର ଇଚ୍ଛା’ ଯୋଗୁଁ ଟିକ୍ ଟକ୍ ଭିଡିଓ ବନେଇଲେ, କିନ୍ତୁ ଚାଲିଗଲା ଜୀବନ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ୨୪ ବର୍ଷୀୟ ଯୁବକଙ୍କର ‘‘ମୃତ୍ୟୁର ସ୍ୱାଦ ଚାଖିବାର ଇଚ୍ଛା’’ ଏତେ ଅଧିକ ହେଲା ଯେ ସେ ଏଥି ପାଇଁ ଚେଷ୍ଟା କଲେ ଓ ଏହାର ଭିଡିଓ ଟିକ୍‌ ଟକରେ ବନେଇଲେ, ହେଲେ ନିଜେ ମୃତ୍ୟୁ ବରଣ କଲେ ।

ଧନଞ୍ଜୟ ନାମକ ଏହି ଯୁବକ ଟିକ୍‌ ଟକରେ ଆତ୍ମହତ୍ୟା କରିଛନ୍ତି ବୋଲି ଟୁମକୁର ଜିଲ୍ଲାର ଜଣେ ଅଧିକାରୀ କହିଛନ୍ତି । ଯୁବକଙ୍କ ମୃତ୍ୟୁ ପରେ ପୋଲିସ ଆଇପିସି (IPC)) ଧାରା ୧୭୪ ଅନୁଯାୟୀ ଏକ ମାମଲା ରୁଜୁ କରିଛି ଓ ଅନୁସନ୍ଧାନ ଚଳେଇଛି ।

ମୃତ ବ୍ୟକ୍ତି ଟୁମକୁର ଜିଲ୍ଲାର କୋରାଟାଗେରେ ତାଲୁକର ବାସିନ୍ଦା ଥିଲେ । ଏହି ଗାଁ ବେଙ୍ଗାଲୁରୁ ଠାରୁ ୮୬ କିଲୋମିଟର ଉତ୍ତରରେ ଅବସ୍ଥିତ ।

ଟଙ୍କା ରୋଜଗାର କରୁ ନ ଥିବାରୁ ଧନଞ୍ଜୟଙ୍କ ମାଆ ତାଙ୍କ ଉପରେ ରାଗୁଥିବାରୁ ସେ ବିରକ୍ତ ହୋଇଯାଇଥିଲେ । ଶନିବାର ସନ୍ଧ୍ୟାରେ ସେ କହିଥିଲେ ମୃତ୍ୟୁ କେମିତି ଲାଗେ ତାହା ସେ ଅନୁଭବ କରିବାକୁ ଚାହାଁନ୍ତି । ତେଣୁ ସେ ଏକ କୀଟନାଶକ ବିଷ ପିଇଦେଇଥିଲେ ଓ ଲୋକପ୍ରିୟ ଚାଇନିଜ୍‌ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକ୍‌ ଟକରେ ନିଜ ଅବସ୍ଥା ରେକର୍ଡ କରିଥିଲେ ।

ଧନଞ୍ଜୟ ଅଟୋରିକ୍ସା ଚଳାଇ ଜୀବିକା ନିର୍ବାହ କରୁଥିଲେ ।


ଧନଞ୍ଜୟ ବିଷ ପାଇଦେଇଥିବା ଜାଣିବା ପରେ ତାଙ୍କ ପରିବାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ଚିକିତ୍ସିତ ହେଉଥିବା ବେଳେ ରବିବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି ।

ଏହା ପୂର୍ବରୁ ଧନଞ୍ଜୟ ଆତ୍ମ-କ୍ଷତିକାରକ ପ୍ରବୃତ୍ତି ପ୍ରଦର୍ଶନ କରିଥିଲେ । କିଛି ଦିନ ତଳେ ସେ ନିଜ ମୋଟର ସାଇକେଲକୁ ଏକ ଗଛ ମୂଳରେ ଧକ୍କା କରାଇଥିଲେ ।

ଅଟୋରିକ୍ସା ଚଳାଇ ଜୀବିକା ନିର୍ବାହ କରୁଥିବା ଧନଞ୍ଜୟଙ୍କ ପାଇଁ ଲକଡାଉନରେ ରୋଜଗାର କରିବା କଷ୍ଟକର ହୋଇପଡ଼ିଥିଲା । ହେଲେ ସେ ରୋଜଗାର ପାଇଁ ଚେଷ୍ଟା ନ କରି ସୋସିଆଲ୍‌ ମିଡ଼ିଆରେ ବ୍ୟସ୍ତ ରହୁଥିବାରୁ ତାଙ୍କ ମାଆ ତାଙ୍କ ଉପରେ ବାରମ୍ବାର ରାଗୁଥିଲେ ।

ବିଷ ପାଇ ଟିକ୍‌ ଟକ୍‌ ଭିଡିଓ ବନେଇ ନିଜ ମାଆଙ୍କୁ ଡରେଇବେ ବୋଲି ଭାବିଥିଲେ ଧନଞ୍ଜୟ, ହେଲେ ତାଙ୍କର ଜୀବନ ଚାଲିଗଲା ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 10, 2020, 3:26 PM IST