କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

କରୀନା କପୁର ନିଜ ଦୀର୍ଘ ଦିନର ଅନ୍ତରଙ୍ଗ ବନ୍ଧୁ ଅମୃତା ଆରୋରାଙ୍କ ସହ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଫଟୋଟି ଇଣ୍ଟରନେଟରେ ଧମାଲ୍ ମଚାଉଛି ।

୨୦ ବର୍ଷ ତଳର ଫଟୋରେ କରୀନା ଓ ଅମ୍ରିତା ଆରୋରା

୨୦ ବର୍ଷ ତଳର ଫଟୋରେ କରୀନା ଓ ଅମ୍ରିତା ଆରୋରା

  • Share this:
News18 Odia Digital

ମୁମ୍ବାଇ: କରୀନା କପୁର ଖାନ ତାଙ୍କର ଦୀର୍ଘ ଦିନର ଅନ୍ତରଙ୍ଗ ବନ୍ଧୁ ଅମୃତା ଆରୋରାଙ୍କ ସହ ଏକ ଥ୍ରୋବ୍ୟାକ୍ ଫଟୋ (ପୁରୁଣା ଫଟୋ) ସେୟାର କରିଛନ୍ତି । ଏହି ଫଟୋଟି ଇଣ୍ଟରନେଟରେ ଲୋକଙ୍କ ଉତ୍କଣ୍ଠାକୁ ବଢ଼ାଇଦେଇଛି ଓ ଧମାଲ୍‌ ମଚାଉଛି । ଅମୃତା କମେଣ୍ଟ୍‌ ସେକ୍ସନକୁ ଯାଇ ପ୍ରକାଶ କରିଛନ୍ତି ଯେ ସେହି ଫଟୋଟି ୨୦ ବର୍ଷ ତଳର ପୁରୁଣା ଫଟୋ!

କରୀନା ଏହି ଫଟୋରେ ଗୋଟେ ବ୍ଲାକ୍‌ ଟପ୍ ପିନ୍ଧିଛନ୍ତି, ଆଉ ଅମୃତା ଏକ ନାଲି-କଳା ମିଶାମିଶି ରଙ୍ଗର ଟପ୍ ପିନ୍ଧିଛନ୍ତି । “ସବୁ ଠାରୁ ସୁନ୍ଦର ସ୍ମୃତି ପାଇଁ ଧନ୍ୟବାଦ@putlu... #BFFGoals #Repost @putlu…. ଲକଡାଉନରେ ପୁରୁଣା ସମୃତି ଫେରିଆସୁଛି । ସେତେ ବେଳେ ବେଷ୍ଟ୍‌ ଫ୍ରେଣ୍ଡ୍‌ ଥିଲୁ, ଆଉ ଏବେ ବି ବେଷ୍ଟ୍‌ ଫ୍ରେଣ୍ଡ୍‌,’’ କରୀନା ନିଜ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ।

ଅମ୍ରିତା ମନ୍ତବ୍ୟ ଦେଇ ଲେଖିଛନ୍ତି, ‘’୨୦ ବର୍ଷ ପୁରୁଣା ପିକ୍।’’ ସେ ଆହୁରି ଲେଖିଛନ୍ତି: ‘‘ଆମେ ଶିଶୁ ଥିଲୁ!’’










View this post on Instagram





Happy birthday brother-in-law @khemster2... We love you ❤️❤️


A post shared by Kareena Kapoor Khan (@kareenakapoorkhan) on






କରୀନା ବର୍ତ୍ତମାନ ମୁମ୍ବାଇରେ ନିଜ ପରିବାର ସହିତ କ୍ୟାରାଣ୍ଟିନ୍‌ ସମୟ କାଟୁଛନ୍ତି । ମାର୍ଚ୍ଚରେ ସେ ଇନଷ୍ଟାଗ୍ରାମରେ ଡେବ୍ୟୁ କରିଥିଲେ ଓ ତାଙ୍କ ପ୍ରଶଂସକଙ୍କ ସହ ନିଜ ବ୍ୟକ୍ତିଗତ ଜୀବନର ଝଲକ ସେୟାର କରିଥିଲେ ।

ଇନଷ୍ଟାଗ୍ରାମରେ କରୀନା ପୋଷ୍ଟ କରିଥିବା ଆଉ କେତେକ ଫଟୋ ଉପରେ ନଜର ପକାନ୍ତୁ:










View this post on Instagram





Gosh we were so sexy then and now even more... To Forever, my friend... Happy birthday @karanjohar ❤️


A post shared by Kareena Kapoor Khan (@kareenakapoorkhan) on






କରୀନାଙ୍କୁ ପରବର୍ତ୍ତୀ ଆଗାମୀ ସମୟରେ ଆମୀର ଖାନଙ୍କ ସହ ୧୯୯୪ର ହଲିଉଡ୍‌ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ରିମେକ୍ ‘ଲାଲ ସିଂ ଚଡ୍ଡା’ରେ ଦେଖିବାକୁ ମିଳିବ । ଏହି ବର୍ଷ ଖ୍ରୀଷ୍ଟମାସରେ ଏହି ଫିଲ୍ମଟି ରିଲିଜ୍ ହେବାର ଥିଲା, କିନ୍ତୁ କରୋନା ଭାଇରସ୍ ସଂକ୍ରମଣ ସଙ୍କଟ ଯୋଗୁଁ Sହାର ରିଲିଜ୍‌ ସମୟ ବଦଳିପାରେ ବୋଲି ଜଣାଯାଇଛି ।

କରୀନାଙ୍କୁ କରନ ଜୋହରଙ୍କ ବହୁ ତାରକା ଥିବା ଐତିହାସିକ ଫିଲ୍ମ ‘ତଖ୍ତ’ରେ ବି ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ଅନିଲ କପୁର, ରଣବୀର ସିଂ, ବିକ୍କି କୌଶଲ, ଆଲିଆ ଭଟ୍ଟ, ଭୁମି ପେଦନେକର ଓ ଜାନଭୀ କପୁର ମଧ୍ୟ ଅଭିନୟ କରିବେ ।

ଏହା ବି ପଢ଼ନ୍ତୁ:

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
Published by:Anand Shankar Thankur Das
First published: