ଭୁବନେଶ୍ୱରରେ ହାଟ ଉପରେ ପୋଲିସର କଡ଼ା ନଜର; ୧୦୦ରୁ ଅଧିକ ଗାଡ଼ି ଜବତ ହେଲା

ମେ ୫ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ କୋଭିଡ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ୨୨,୩୬୦ ଜଣ ଅମାନିଆଙ୍କ ଠାରୁ ମୋଟ ୨୦.୫୬ ଲକ୍ଷ ଟଙ୍କା ଫାଇନ୍ ଆଦାୟ କରିଛି କମିଶନରେଟ ପୋଲିସ ।

ଭୁବନେଶ୍ୱରରେ ହାଟ ଉପରେ ପୋଲିସର କଡ଼ା ନଜର; ୧୦୦ରୁ ଅଧିକ ଗାଡ଼ି ଜବତ ହେଲା
ବାଇକଗୁଡ଼ିକୁ କ୍ରେନରେ ଉଠାଇ ଟ୍ରକରେ ଲଦି ନେଇଯାଇଥିଲା ପୋଲିସ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନର ପ୍ରଥମ ଦିନରେ ରାଜଧାନୀ ଭୁବନେଶ୍ୱରରେ ନିୟମ କଡ଼ାକଡି଼ କରିବା ସହ ଆରମ୍ଭରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ । ସକାଳୁ ସକାଳୁ ୪ ନମ୍ବର ଆମିଷ ହାଟ ଓ ୧ ନମ୍ବର ପରିବା ହାଟ ଉପରେ ଅତର୍କିତ ଚଢ଼ାଉ କରିଥିଲା ପୋଲିସ । ଯେଉଁମାନେ ଗାଡି଼ ନେଇ ହାଟକୁ ଆସିଥିଲେ ସେମାନଙ୍କ ଗାଡ଼ି ଜବତ କରିବା ସହ କ୍ରେନ୍‌ ସାହାଯ୍ୟରେ ଉଠେଇ ନେଇଥିଲା ପୋଲିସ । ଶହେରୁ ଅଧିକ ଗାଡ଼ି ଜବତ ହୋଇଥିଲା ।

ପୋଲିସକୁ ବୁଧବାର ସକାଳେ ଖବର ମିଳିଥିଲା ଯେ ୪ ନମ୍ବର ମାଛ ମାର୍କେଟ୍‌ ଓ ୧ ନମ୍ବର ପରିବା ହାଟରେ ଭିଡ଼ ଲାଗିଛି । ଏକ ପୋଲିସ୍‌ ଟିମ ସେଠାରେ ପହଞ୍ଚି ଚଢ଼ାଉ କରିଥିଲା । ଯେଉଁମାନେ ଅମାନିଆ ହୋଇ ମାଛ କିଣୁଥିଲି ସେମାନଙ୍କ ଠାରୁ ଫାଇନ୍‌ ଆଦାୟ କରିଥିଲା ପୋଲିସ । ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ନାଁ ରେ ଗାଡି଼ ଧରି ବୁଲୁଥିବା ଅମାନିଆଙ୍କୁ ବି ଧରାଯାଇଥିଲା ଓ ସେମାନଙ୍କ ଗାଡି଼କୁ ଜବତ କରଯାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ

‘‘ପ୍ରଥମ ପର୍ଯ୍ୟାୟ ଲକଡାଉନରେ ଲୋକେ ଆମକୁ ସହଯୋଗ କରିଥିଲେ । ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେଣୁ ରାଜଧାନୀବାସୀ ପୂର୍ବ ପରି ଆମକୁ ସହଯୋଗ କରିବେ ବୋଲି ଆମେ ଆଶା କରିଛୁ । କିଛି ଅମାନିଆ ଅଛନ୍ତି । ସେମାନଙ୍କ ଉପରେ ଆମେ କଡ଼ା ନଜର ରଖିଛୁ । ସେମାନଙ୍କ ପ୍ରତି ଆମେ ଅଧିକ କଠୋର ହୋଇଛୁ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।

ଏହା ବି ପଢ଼ନ୍ତୁ | ସନ୍ନି ଲିଓନି ୪୦ ବର୍ଷର ହେଲେ; ନର୍ସ ହେବାକୁ ଚାହୁଁଥିଲେ, ହେଲେ ଆଡଲ୍ଟ ଫିଲ୍ମରେ କାମ କରିବାକୁ ପଡ଼ିଥିଲା

ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ଏହି ଅଭିଯାନ ବେଳେ ନିଜେ ଉପସ୍ଥିତ ରହିଥିଲେ।


ପ୍ରତି ଦିନ ଭୁବନେଶ୍ୱରରେ କରୋନା ସଂକ୍ରମଣ ୧,୦୦୦ ଉପରେ ରହୁଛି । ଲକଡାଉନ୍‌ ବି କଡ଼ାକଡି଼ ହେଉଛି । ଏହି ମାସ ୫ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଲକଡାଉନ୍‌ ସମୟରେ କୋଭିଡ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ୨୨,୩୬୦ ଜଣ ଅମାନିଆଙ୍କ ଠାରୁ ମୋଟ ୨୦.୫୬ ଲକ୍ଷ ଟଙ୍କା ଫାଇନ୍‌ ଆଦାୟ କରିଛି କମିଶନରେଟ ପୋଲିସ।

ଏହା ବି ପଢ଼ନ୍ତୁ | ଟିକା ନେଇ ଗର୍ଭବତୀଙ୍କ ମୃତ୍ୟୁ ହେବାରୁ ସବୁ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ବନ୍ଦ କଲା ବ୍ରାଜିଲ୍

‘‘ଦିତୀୟ ପର୍ଯ୍ୟାୟ ଲକଡାଉନରେ କାହାକୁ କ୍ଷମା କରାଯିବନି । ଅମାନିଆ ହୋଇ ପଦାକୁ ବାହାରିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁମାନଙ୍କୁ ସରକାର ଅଫିସ ଖୋଲିବାକୁ ଦେଇଛନ୍ତି ସେମାନେ କେବଳ ନିଜର ଆଇଡି କାର୍ଡ଼ ଦେଖାଇ ରାସ୍ତାରେ ଯିବେ । ପୋଲିସ ଅଟକେଇବ, ହେଲେ ପୋଲିସକୁ ଉଚିତ ପ୍ରମାଣ ପତ୍ର ଦେଖେଇଲେ ପୋଲିସ ଛାଡି଼ ଦେବ । ବିଶେଷ କରି ସକାଳିଆ ହାଟଗୁଡି଼କ ଉପରେ ଏବେ ପ୍ରତି ଦିନ ନଜର ରଖିବ ପୋଲିସ । ଯିଏ ନିୟମ ଭାଙ୍ଗିବ ସିଧା କାର୍ଯ୍ୟନୁଷ୍ଠାନ ହେବ,’’ କହିଛନ୍ତି ଦାଶ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପୁଅକୁ ନେଇ ଅଭିନେତ୍ରୀ ଶ୍ୱେତା ତିୱାରୀ ପୂର୍ବ ପତିଙ୍କ ମଧ୍ୟରେ ଝଗଡ଼ା CCTV ଫୁଟେଜ୍ VIDEOରେ ଜାରି

ମଧୁସୂଦନ ନଗର ଅଞ୍ଚଳର ବରିଷ୍ଠ ନାଗରିକ ଜନାର୍ଦ୍ଦନ ମିଶ୍ରଙ୍କ ସ୍କୁଟି ପୋଲିସ ଜବତ କରିବା ପରେ ସେ କହିଛନ୍ତି, ‘‘ଆମେ ବରିଷ୍ଠ ନାଗରିକ । ଏତେ ଦୂର ଚାଲି ଚାଲି ଆସିବା ସମ୍ଭବ ନୁହେଁ । ତେଣୁ ସ୍କୁଟି ନେଇ ହାଟକୁ ଆସିଥିଲି । ଏବେ ପୋଲିସ ମୋ’ ସ୍କୁଟିକୁ ଜବତ କରିଛି । ମୁଁ ଜାଣିଥିଲି ନିୟମ ହୋଇଛି, ହେଲେ ଏତେ କଡ଼ାକଡି଼ ହୋଇଥିବା ଜାଣି ନ ଥିଲି ।’’



ପ୍ରକୃତରେ ଲୋକେ କେତେ ସଚେତନ ଅଛନ୍ତି ତାହା ୪ ନମ୍ବର ହାଟରେ ପହଞ୍ଚିଲେ ବୁଝିହେବ । ହାଟରେ ଜମା ହୋଇଥିବା ଭିଡ଼କୁ ଦେଖିଲେ ଲାଗିବ ଲୋକେ ମାଛ କିଣୁ ନାହାନ୍ତି, ବରଂ କରୋନା କିଣୁଛନ୍ତି । ମାଛ ବଜାରରେ ନ ଥିଲା ସାମାଜିକ ଦୂରତା । ଅନେକ ଲୋକ ମାସ୍କ ପିନ୍ଧିଥିଲେ, ହେଲେ ନାକ ଓ ପାଟି ଘୋଡ଼େଇବା ଜାଗାରେ ଥୋଡି଼ ଘୋଡେଇଥିଲେ ସମସ୍ତେ ।
Published by: Anand ST Das
First published: May 20, 2021, 12:00 AM IST