ଗାୟିକା କନିକା କପୁର କରୋନା+ ଚିହ୍ନଟ; ନୋଇଡାରେ ୫୦ ସାମ୍ବାଦିକଙ୍କୁ ସଙ୍ଗରୋଧ ଅପୀଲ୍

ଏହି ସାମ୍ବାଦିକମାନେ ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ସିଂଙ୍କ ଏକ ପ୍ରେସ୍ କନଫେରେନସରେ ଯୋଗଦେଇଥିଲେ । ମନ୍ତ୍ରୀ କନିକା କପୁରଙ୍କ ଏକ ପାର୍ଟିରେ ଯୋଗ ଦେଇଥିଲେ ଓ ଏବେ ସଙ୍ଗରୋଧରେ ଅଛନ୍ତି ।

ଗାୟିକା କନିକା କପୁର କରୋନା+ ଚିହ୍ନଟ; ନୋଇଡାରେ ୫୦ ସାମ୍ବାଦିକଙ୍କୁ ସଙ୍ଗରୋଧ ଅପୀଲ୍
ବଲିଉଡ ଗାୟିକା କନିକା କପୁର
  • News18 Odia
  • Last Updated: March 20, 2020, 6:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଲକ୍ଷ୍ନୌ/ଦିଲ୍ଲୀ: ଶୁକ୍ରବାର ଦିନ ଲକ୍ଷ୍ନୌରେ କରୋନା ଭାଇରସ୍ ପଜିଟିଭ୍ ଭାବେ ଚିହ୍ନଟ ହୋଇଥିବା ଚାରି ଜଣଙ୍କ ମଧ୍ୟରେ ବଲିଉଡ ଗାୟିକା କନିକା କପୁର ଥିବାରୁ ନୋଇଡା ଓ ଗ୍ରେଟର୍‌ ନୋଇଡାରେ ପାଖାପାଖି ୫୦ ଜଣ ସାମ୍ବାଦିକଙ୍କୁ ସଙ୍ଗରୋଧ (self-isolation) ଅବଲମ୍ବନ କରିବାକୁ ଅପୀଲ୍‌ କରାଯାଇଛି ।

ଏହି ସାମ୍ବାଦିକମାନେ ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ସିଂଙ୍କ ଏକ ପ୍ରେସ୍‌ କନଫେରେନସରେ ଯୋଗଦେବା ପରେ ସେମାନଙ୍କୁ ସଙ୍ଗରୋଧ କରିବାର ପରାମର୍ଶ ଦିଆଯାଇଛି । ଜେ.ପି. ସିଂ ଲକ୍ଷ୍ନୌରେ କନିକା କପୁରଙ୍କ ଏକ ପାର୍ଟିରେ ଯୋଗ ଦେଇଥିଲେ ଓ ଏବେ ସଙ୍ଗରୋଧରେ ଅଛନ୍ତି ।

ବିଦେଶରେ ରହୁଥିବା କନିକା କପୁର କିଛି ବ୍ୟକ୍ତିଗତ କାମ ପାଇଁ ନିଜ ସହର ଲକ୍ଷ୍ନୌ ଆସିଥିଲେ । ସେ ବ୍ୟୁରୋକ୍ରାଟ୍‌ ଓ ଅବସରପ୍ରାପ୍ତ ବିଚାରପତିଙ୍କ ସମେତ ଅନ୍ୟ ରାଜ୍ୟର ଜଣେ ପୂର୍ବତନ ମୁଖ୍ୟ ମନ୍ତ୍ରୀଙ୍କ ପରି ବହୁ ହାଇ-ପ୍ରୋଫାଇଲ୍ ଅତିଥି ଭାଗ ନେଇଥିବା ଦୁଇଟି ପାର୍ଟି ଆଟେଣ୍ଡ୍‌ କରିଥିଲେ ।

କନିକା କରୋନା ପଜିଟିଭ୍‌ ବୋଲି ଜଣା ପଡ଼ିବା ପରେ ୟୁ.ପି. ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ସେ ରହୁଥିବା ଆପାର୍ଟମେଣ୍ଟକୁ ଯାଇ ଅନ୍ୟ ବାସିନ୍ଦାଙ୍କୁ ସେଲ୍ଫ କ୍ୱାରାଣ୍ଟିନ ହେବା ପାଇଁ କହିଥିଲେ । କନିକାଙ୍କ ସହ ସମ୍ପର୍କରେ ଥିବା ଆଉ କିଛି ଲୋକଙ୍କ ପରୀକ୍ଷା ମଧ୍ୟ କରାଯାଇଥିଲା । ତାଙ୍କ ସହ ପାର୍ଟିରେ ଯୋଗ ଦେଇଥିବା ହାଇ-ପ୍ରୋଫାଇଲ୍ ଅତିଥିମାନଙ୍କ ସହ ମଧ୍ୟ ଯୋଗାଯୋଗ କରାଯାଇଥିଲା ।

ଲକ୍ଷ୍ନୌରେ ଆୟୋଜିତ ପାର୍ଟିରେ କନିକା କପୁର


କନିକାଙ୍କ ସହିତ ଲକ୍ଷ୍ନୌରେ COVID-୧୯ ପଜିଟିଭ୍ ବୋଲି ଆଉ ତିନି ଜଣ ଲୋକ ଚିହ୍ନଟ ହୋଇଛନ୍ତି । ଏହି ତିନି ଜଣ କେ.ଜି.ଏମ.ୟୁ.ରେ କାର୍ଯ୍ୟ କରୁଥିବା ସେହି ଜୁନିଅର ଡାକ୍ତରଙ୍କ ସମ୍ପର୍କୀୟ ଯିଏ କିଛି ଦିନ ପୂର୍ବରୁ କରୋନା ଭାଇରସ୍ ପଜିଟିଭ୍ ବୋଲି ଚିହ୍ନଟ ହୋଇଥିଲେ ।

ବୁଧବାର ଦିନ କେ.ଜି.ଏମ.ସି.ରେ ଜଣେ COVID-୧୯ ରୋଗୀଙ୍କ ଚିକିତ୍ସା କରୁଥିବା ଏହି ଜୁନିଅର୍‌ ଡାକ୍ତରୀ ପଜିଟିଭ୍ ବୋଲି ଜଣା ପଡ଼ିଥିଲେ। ଏହି ଜୁନିଅର ଡାକ୍ତରଙ୍କୁ ଏକ ବିଚ୍ଛିନ୍ନତା ୱାର୍ଡକୁ ସ୍ଥାନାନ୍ତର କରାଯାଇଛି ।

ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ମଙ୍ଗଳବାର ଦିନ ସବୁ ପ୍ରତିଯୋଗିତାମୂଳକ ଓ ଶିକ୍ଷାଗତ ପରୀକ୍ଷାକୁ ଏପ୍ରିଲ ୨ ପର୍ଯ୍ୟନ୍ତ ବାତିଲ କରିଥନ୍ତି । ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି । କରୋନା ଭାଇରସର ବିସ୍ତାର ରୋକିବା ପାଇଁ ରାଜ୍ୟର ସବୁ ପର୍ଯ୍ୟଟନ ସ୍ଥାନ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ମଲ୍ଟିପ୍ଲେକ୍ସ ଓ ଶିକ୍ଷାନୁଷ୍ଠାନ ଆଦି ଏପ୍ରିଲ୍ ୨ ପର୍ଯ୍ୟନ୍ତ ବନ୍ଦ ରହିବ । ମନ୍ଦିର, ମସଜିଦ, ଗୁରୁଦ୍ୱାରା ଓ ଚର୍ଚ୍ଚରେ ବଡ଼ ସମାବେଶରୁ ଦୂରେଇ ରହିବା ପାଇଁ ଧାର୍ମିକ ନେତାମାନଙ୍କୁ ନିବେଦନ କରାଯାଇଛି ।
First published: March 20, 2020, 6:51 PM IST