ସୋନୁ ସୁଦଙ୍କ କରୋନା ନେଗେଟିଭ ହେବା ପରେ କଙ୍ଗନା ରାଣାୱତ ଟ୍ୱିଟ୍ କଲେ; ପ୍ରତିକ୍ରିୟା ଭାଇରାଲ୍ ହେଉଛି

ସୋନୁ ସୁଦ (Sonu Sood) ନିଜର ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି - 'କରୋନା ଭାଇରସର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି' । ତାଙ୍କର ଏହି ଟ୍ୱିଟରେ ଏବେ କଙ୍ଗନା ରାଣାୱତ (Kangana Ranaut) ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି । କଙ୍ଗନା ରାନାୱତ ନିଜ ଟ୍ୱିଟରେ ସୋନୁଙ୍କ ଭଲ ହେବାର ସମ୍ପୂର୍ଣ୍ଣ ଶ୍ରେୟ ଭାରତରେ ପ୍ରସ୍ତୁତ ହୋଇଥିବା ଟିକାକୁ ଦେଇଛନ୍ତି ।

(photo credit: instagram/@sonu_sood /@kanganaranaut)

(photo credit: instagram/@sonu_sood /@kanganaranaut)

  • Share this:
News18 Odia Digital
ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ନିକଟରେ ନିଜ ପ୍ରଶଂସକଙ୍କୁ କହିଥିଲେ ଯେ ସେ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । କିନ୍ତୁ ଏହି ମହାମାରୀ ତାଙ୍କୁ ଏକ ସପ୍ତାହରୁ ଅଧିକ ସମୟ ବ୍ୟଥିତ କରିପାରିଲା ନାହିଁ । ସୋନୁ ସୁଦ ଗତ ଶୁକ୍ରବାର ଏକ ଟ୍ୱିଟ୍ ଜରିଆରେ ନିଜ ପ୍ରଶଂସକଙ୍କୁ କହିଥିଲେ ଯେ ତାଙ୍କ କରୋନା ରିପୋର୍ଟ (Sonu Sood COVID Report) ନେଗେଟିଭ ଆସିସାରିଛି । ସୋନୁ ସୁଦ ନିଜ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି - 'କରୋନା ଭାଇରସ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି' । କଙ୍ଗନା ରାଣାୱତ ମଧ୍ୟ ଏହି ଟ୍ୱିଟ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

କଙ୍ଗନା ରାନାୱତ ନିଜ ଟ୍ୱିଟରେ ସୋନୁଙ୍କ ଭଲ ହେବାର ସମ୍ପୂର୍ଣ୍ଣ ଶ୍ରେୟ ଭାରତରେ ପ୍ରସ୍ତୁତ ହୋଇଥିବା ଟିକାକୁ ଦେଇଛନ୍ତି । ଅଭିନେତ୍ରୀଙ୍କ କହିବାନୁସାରେ, ସୋନୁ ଭାରତରେ ତିଆରି ଟୀକା ଯୋଗୁଁ ଏତେ ଶୀଘ୍ର ସୁସ୍ଥ ହୋଇଛନ୍ତି । ସେ ଲେଖିଛନ୍ତି- 'ସୋନୁ ଜୀ, ଆପଣ କୋଭିଡ ଟିକାର ପ୍ରଥମ ଡୋଜ ନେଇଛ ଓ ମୁଁ ଦେଖୁଛି ଆପଣ ବହୁତ ଶୀଘ୍ର ସୁସ୍ଥ ହୋଇଛନ୍ତି । ବୋଧହୁଏ ଆପଣ ଭାରତରେ ନିର୍ମିତ ଟିକା ଓ ଏହାର ପ୍ରଭାବକୁ ପ୍ରଶଂସା କରିବାକୁ ଚାହାଁନ୍ତି । ଯାହା ଦ୍ୱାରା ଲୋକମାନେ ଏହି ଟିକା ନେବାକୁ ଉତ୍ସାହିତ ହୋଇପାରିବେ। '



ସୋନୁ ସୁଦ ୧୭ ଏପ୍ରିଲରେ ନିଜର କରୋନା ଭୂତାଣୁ ସଂକ୍ରମିତ ହେବାର ଖବର ସୋସିଆଲ ମିଡିଆରେ ସେୟାର କରିଥିଲେ । ବିଶେଷ କଥା ହେଉଛି ଏହି ଅଭିନେତା ଭୂତାଣୁ ସଂକ୍ରମିତ ହେବାର ପ୍ରାୟ ୧୦ ଦିନ ପୂର୍ବରୁ ଟିକା ନେଇଥିଲେ । ସଂକ୍ରମଣର ଶିକାର ହୋଇଥିଲେ ମଧ୍ୟ ସେ ନିରନ୍ତର ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାରେ ନିୟୋଜିତ ଥିଲେ । ଏହା ଜଣା ଯେ କରୋନା ଭୂତାଣୁର ଦ୍ୱିତୀୟ ଲହର ଦ୍ରୁତ ଗତିରେ ସମଗ୍ର ଦେଶକୁ ଘେରି ରହିଛି । ବିଶେଷ କରି ଏହି ମହାମାରୀ ମହାରାଷ୍ଟ୍ରରେ ଦ୍ରୁତ ଗତିରେ ବ୍ୟାପୁଛି । ପ୍ରତିଦିନ ଲକ୍ଷ ଲକ୍ଷ ରୋଗୀ ଏହି ମହାମାରୀର ସଂକ୍ରମିତ ହେଉଛନ୍ତି ।
Published by:Jagdish Barik
First published: