ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»କଳିଙ୍ଗନଗରର ଶିଳ୍ପ ସଂସ୍ଥାଗୁଡ଼ିକରୁ ସପ୍ତାହକ ଭିତରେ ରାଜ୍ୟ ବାହାରକୁ ପଠାଗଲାଣି ୬୦୦ ଟନ୍ ଅକ୍ସିଜେନ୍

କଳିଙ୍ଗନଗରର ଶିଳ୍ପ ସଂସ୍ଥାଗୁଡ଼ିକରୁ ସପ୍ତାହକ ଭିତରେ ରାଜ୍ୟ ବାହାରକୁ ପଠାଗଲାଣି ୬୦୦ ଟନ୍ ଅକ୍ସିଜେନ୍

ଦେଶର ଏହି ଘଡି଼ସନ୍ଧି ମୁହୂର୍ତ୍ତରେ କଳିଙ୍ଗନଗରରେ ଥିବା ଶିଳ୍ପ ସଂସ୍ଥାମାନେ ଅମ୍ଳଜାନ ଯୋଗାଣ କରି ଅନେକ ଜୀବନ ରକ୍ଷା କରିଛନ୍ତି । ଏଥି ପାଇଁ ଯାଜପୁର ଜିଲ୍ଲାବାସୀମାନେ ନିଜକୁ ଗର୍ବିତ ମନେକରୁଛନ୍ତି ।

କଳିଙ୍ଗନଗରର ଶିଳ୍ପ ସଂସ୍ଥାଗୁଡ଼ିକରୁ ସପ୍ତାହକ ଭିତରେ ରାଜ୍ୟ ବାହାରକୁ ପଠାଗଲାଣି ୬୦୦ ଟନ୍ ଅକ୍ସିଜେନ୍
ଟାଟା ଷ୍ଟିଲ୍ ନିଜ କଳିଙ୍ଗନଗର ପ୍ଲାଣ୍ଟରୁ ୨୦ଟି କଣ୍ଟେନର କେବଳ ବିଶାଖାପାଟଣାକୁ ପଠାଇଛି ।
  • News18 Odia
  • Last Updated: April 28, 2021, 11:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ସୁଜିତ୍ ମଲ୍ଲିକ | News18 Odia Digital

ଯାଜପୁର: କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ସହ ସାରା ଦେଶ ମୁକାବିଲା କରୁଥିବା ବେଳେ ବିଭିନ୍ନ ରାଜ୍ୟରେ ଦେଖାଦେଇଥିବା ଘୋର୍‌ ଅକ୍ସିଜେନ୍‌ ସଙ୍କଟକୁ ଦୂର କରିବାରେ ପ୍ରମୁଖ ଭୂମିକା ନିଭାଇଛନ୍ତି କଳିଙ୍ଗନଗରର ଶିଳ୍ପ ସଂସ୍ଥାମାନେ । ଏହି ଜାତୀୟ ବିପର୍ଯ୍ୟୟ ସମୟରେ ଏଠାକାର ଇସ୍ପାତ୍ କମ୍ପାନୀଗୁଡ଼ିକ ବାହାର ରାଜ୍ୟକୁ ଅକ୍ସିଜେନ୍ ଯୋଗାଇଦେଇ ପ୍ରଶଂସାର ପାତ୍ର ହୋଇଛନ୍ତି ।

କଳିଙ୍ଗନଗରରେ ଥିବା ଟାଟା ଷ୍ଟିଲ୍‌ ପକ୍ଷରୁ କୋଭିଡ୍ ଚିକିତ୍ସା ପାଇଁ ଓଡି଼ଶା ସମେତ ବିଭିନ୍ନ ରାଜ୍ୟକୁ ବହୁ ମାତ୍ରାରେ ଲିକ୍ୟୁଡାଇଜ୍ଡ ମେଡିକାଲ୍‌ ଅକ୍ସିଜେନ୍ ଯୋଗାଇ ଦିଆଯାଇଛି । ଟାଟା ଷ୍ଟିଲ ପକ୍ଷରୁ ଦୈନିକ ପ୍ରାୟ ୫୦୦ରୁ ୬୦୦ ଟନ୍ ଲିକ୍ୟୁଇଡ୍ ମେଡିକାଲ୍‌ ଅକ୍ସିଜେନ୍ ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଓଡି଼ଶା ସମେତ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗ ଆଦି ରାଜ୍ୟକୁ ଲିକ୍ୱିଡ୍ ମେଡିକାଲ୍‌ ଅକ୍ସିଜେନ୍ ଯୋଗାଇ ଦେଉଛନ୍ତି ଟାଟା ଷ୍ଟିଲ୍‌ କର୍ତ୍ତୃପକ୍ଷ।

ଏହା ବି ପଢ଼ନ୍ତୁ | Reliance Foundation ଜାମ୍‌ନଗରରେ ୧,୦୦୦ ବେଡ୍‌ର COVID ହସପିଟାଲ୍ ଖୋଲିବ; ମାଗଣା ଚିକିତ୍ସା

‘‘ଜାମସେଦପୁର, କଳିଙ୍ଗନଗର ଓ ଢେଙ୍କାନାଳରେ ଟାଟା ଷ୍ଟିଲ୍‌ ଦ୍ବାରା ପରିଚାଳିତ ଇସ୍ପାତ୍ କାରଖାନା ତତ୍ତ୍ବାବଧାନରେ ରାଜ୍ୟ ଓ ରାଜ୍ୟ ବାହାରକୁ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । ଏହି ୟୁନିଟଗୁଡି଼କ ଦ୍ବାରା ପରିଚାଳିତ ହସପିଟାଲଗୁଡି଼କରେ ମଧ୍ୟ ରୋଗୀମାନଙ୍କୁ ଅକ୍ସିଜେନ୍ ସହିତ ବିଭିନ୍ନ ପ୍ରକାର ଆବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଟାଟା ଷ୍ଟିଲ ପକ୍ଷରୁ ନିଆଯାଇଛି ଏହି ପଦକ୍ଷେପ । କଳିଙ୍ଗନଗରରେ ଥିବା ଟାଟା ମେଡିକା ହସପିଟାଲରେ ଯାଜପୁର ଓ ଆଖପାଖ ଜିଲ୍ଲାର କୋଭିଡ୍ ଆକ୍ରାନ୍ତମାନଙ୍କୁ ଆଇସିୟୁରେ ରଖି ଚିକିତ୍ସା ସେବା ବି ଯୋଗାଇ ଦିଆଯାଉଛି,’’ କହିଛନ୍ତି ଟାଟା ଷ୍ଟିଲର କର୍ପୋରେଟ୍ କମ୍ୟୁନିକେସନ ମୁଖ୍ୟ ସର୍ବେଶ୍‌ କୁମାର ।

ଏହା ବି ପଢ଼ନ୍ତୁ | କମ୍ ହେଲା କୋଭିଶିଲ୍ଡ ଟିକାର ଦାମ୍; ଘୋଷଣା କଲେ ଆଦର ପୁନାୱାଲା; ଜାଣନ୍ତୁ ନୂଆ ଦାମ୍

ଅକ୍ସିଜେନ୍ କଣ୍ଟେନରଗୁଡି଼କୁ ରାଜ୍ୟ ସୀମା ପାର୍ କରାଇବାରେ ପୋଲିସ ସହାୟତା ଯୋଗାଇ ଦେଇଥିଲା ।


କଳିଙ୍ଗନଗରରେ ଥିବା ଜିନ୍ଦଲ୍‌ ଷ୍ଟେନଲେସ୍‌ ପକ୍ଷରୁ ମଧ୍ୟ ଏହି ପ୍ରୟାସ ଆରମ୍ଭ ହୋଇଛି । କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତ୍ କାରଖାନା ପରିସରରେ ଥିବା ଅକ୍ସିଜେନ୍ ପ୍ଲାଣ୍ଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି ।

ଏହା ବି ପଢ଼ନ୍ତୁ | ମୋଦି ଜୋ ବାଇଡେନ୍ ଫୋନରେ କଥା ହେଲେ; COVID ମୁକାବିଲାରେ ଭାରତକୁ USA ସାହାଯ୍ୟ କରିବ

ଏପ୍ରିଲ୍‌ ୨୨ ତାରିଖରୁ ୨୭ ତାରିଖ ଛଅ ଦିନ ମଧ୍ୟରେ କଳିଙ୍ଗନଗରରୁ ବାହାର ରାଜ୍ୟମାନଙ୍କୁ ମୋଟ୍ ୨୪ଟି ଅକ୍ସିଜେନ୍ କଣ୍ଟେନର୍‌ ପଠାଯାଇଥିବା ଜଣାପଡିଛି । ଟାଟା ଷ୍ଟିଲ୍ ନିଜ କଳିଙ୍ଗନଗର ପ୍ଲାଣ୍ଟରୁ ୨୦ଟି କଣ୍ଟେନର କେବଳ ବିଶାଖାପାଟଣାକୁ ପଠାଇଛି । ଫରିଦାବାଦକୁ ଦୁଇଟି, ପୁଣେକୁ ଗୋଟିଏ ଓ ଚେନ୍ନାଇକୁ ଗୋଟିଏ ଲେଖାଁଏ କଣ୍ଟେନର ବି ଯୋଗାଇ ଦେଇଛି । ଏଥି ପାଇଁ କଳିଙ୍ଗନଗର ପୋଲିସ୍ ପକ୍ଷରୁ ସବୁ ସୁରକ୍ଷା ଓ ସହାୟତା ଯୋଗାଇ ଦିଆଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମୋତେ ଠିକ୍ ଚିକିତ୍ସା ମିଳୁନିମୁଁ ସ୍ୱାସ୍ଥ୍ୟ କର୍ମୀ’: ମୃତ୍ୟୁ ପୂର୍ବରୁ VIDEOରେ କହିଗଲେ ଲ୍ୟାବ୍ କର୍ମଚାରୀ

ଜିନ୍ଦଲ ଷ୍ଟେନଲେସ୍ ପକ୍ଷରୁ ଗତ ଚାରି ଦିନ ମଧ୍ୟରେ ବିଶାଖାପାଟଣାକୁ ଛଅଟି ଲିକ୍ୱିଡାଇଜ୍ଡ ମେଡିକାଲ ଅକ୍ସିଜେନ୍ କଣ୍ଟେନର୍ ଯୋଗାଇ ଦିଆଯାଇଛି । ଏପ୍ରିଲ୍‌ ୨୪ ଓ ୨୫ ତାରିଖରେ ଗୋଟିଏ ଲେଖାଁଏ ଏବଂ ୨୬ ଓ ୨୭ ତାରିଖରେ ଦୁଇଟି ଲେଖାଏଁ କଣ୍ଟେନର୍ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି । ଯାଜପୁର ଏସ୍‌.ପି.ଙ୍କ ନିର୍ଦ୍ଦେଶକ୍ରମେ ଯଖପୁରା ପୋଲିସ୍ ପକ୍ଷରୁ ଏଥି ପାଇଁ ସୁରକ୍ଷା ଓ ସହାୟତା ଯୋଗାଇ ଦିଆଯାଇଛି । ଏହି ଛଅଟି ଯାକ କଣ୍ଟେନର ବିଶାଖାପାଟଣାରେ ପହଞ୍ଚାଇବାରେ ସ୍ଥାନୀୟ ପୋଲିସ୍ ସହାୟତା କରିଥିଲା ।

ଯାଜପୁର ଏସ୍.ପି. ରାହୁଲ ପି.ଆର୍.


ଏହା ବି ପଢ଼ନ୍ତୁ | ସରକାରୀ ଚାକିରି: BECILରେ ୫୬୭ ପଦ ପାଇଁ ଆବେଦନର ଶେଷ ତାରିଖ ଏପ୍ରିଲ୍ ୩୦; ବୟସ ୪୫ରୁ ୬୦ ବର୍ଷ

‘‘ଶିଳ୍ପ ସଂସ୍ଥାମାନଙ୍କରୁ ଅକ୍ସିଜେନ୍‌ ପରିବହନ ପାଇଁ ବିଭିନ୍ନ ଜିଲ୍ଲା ତଥା ସମ୍ପୃକ୍ତ ଥାନାର ପୋଲିସ୍ ସବୁ ପ୍ରକାର ସୁରକ୍ଷା ଓ ସହାୟତା ଯୋଗାଇ ଦେଉଛି । ପୋଲିସ୍ ପକ୍ଷରୁ ଲିକ୍ୟୁଇଡ୍ ମେଡିକାଲ ଅକ୍ସିଜେନ୍ ଉତ୍ପାଦନକାରୀ ତଥା ଯୋଗାଣକାରୀ ସଂସ୍ଥାମାନଙ୍କୁ ଆବଶ୍ୟକୀୟ ସହଯୋଗ ଦିଆଯାଉଛି । ବାହାର ରାଜ୍ୟକୁ ଯାଉଥିବା ଅକ୍ସିଜେନ୍ କଣ୍ଟେନରଗୁଡି଼କୁ ରାଜ୍ୟ ସୀମା ପାର୍‌ କରାଇବାରେ ଆମେ ସହଯୋଗ ଯୋଗାଇ ଦେଉଛୁ,’’ କହିଛନ୍ତି ଯାଜପୁର ଏସ୍‌.ପି. ରାହୁଲ ପି.ଆର୍. ।

ଏହା ବି ପଢ଼ନ୍ତୁ |ବାପାଙ୍କୁ କୁମ୍ଭ ମେଳାକୁ ଯିବାରୁ ବାରଣ କରିଥିଲି, ହେଲେ ସେ ଶୁଣି ଥିଲେ’: ଶ୍ରବଣ ରାଠୋଡ଼ଙ୍କ ପୁଅ

କଳିଙ୍ଗନଗରର ଶିଳ୍ପ ସଂସ୍ଥାମାନଙ୍କ ଏହି କାର୍ଯ୍ୟ ପାଇଁ ଯାଜପୁର ଜିଲ୍ଲାବାସୀମାନେ ନିଜକୁ ଗର୍ବିତ ମନେକରୁଛନ୍ତି । ‘‘ଦେଶର ଏହି ଘଡି଼ସନ୍ଧି ମୁହୂର୍ତ୍ତରେ ଟାଟା ଷ୍ଟିଲ୍‌ ଓ ଜିନ୍ଦଲ ଷ୍ଟେନଲେସ୍‌ ପରି ଶିଳ୍ପ ସଂସ୍ଥାମାନେ ଓଡି଼ଶା ସମେତ ରାଜ୍ୟ ବାହାରକୁ ଅକ୍ସିଜେନ୍ ଯୋଗାଇ ନିଜ ମହନୀୟତାର ପରିଚୟ ଦେଇଛନ୍ତି । ଏଥି ପାଇଁ ଆମେ ଗର୍ବିତ ମନେକରୁଛୁ । ଶିଳ୍ପ ସଂସ୍ଥାଗୁଡ଼ିକୁ ସୁରକ୍ଷା ଓ ସହଯୋଗ ଯୋଗାଇ ଦେଇଥିବାରୁ ଜିଲ୍ଲା ପୋଲିସ ବି ଧନ୍ୟବାଦର ପାତ୍ର,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ଭ୍ରମରବର ରାଉତ୍ ।



ଗତ ସପ୍ତାହକ ମଧ୍ୟରେ ଯାଜପୁର ଜିଲ୍ଲାରୁ ମୋଟ୍ ୩୦ଟି ଅକ୍ସିଜେନ୍ କଣ୍ଟେନର୍‌ ପଠାଯାଇଥିବା ଜଣାପଡିଛି । ପ୍ରତି କଣ୍ଟେନରରେ ହାରାହାରି ୨୦ ମ୍ୟାଟ୍ରିକ୍ ଟନ୍ ଅକ୍ସିଜେନ୍ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ହାରାହାରି ୬୦୦ ମ୍ୟାଟ୍ରିକ୍ ଟନ୍ ଅକ୍ସିଜେନ୍ ରାଜ୍ୟ ବାହାରକୁ ପଠାଯାଇଥିବା ଜଣାପଡିଛି ।
Published by: Anand ST Das
First published: April 28, 2021, 11:43 PM IST