Jio Phone ବ୍ୟବହାରକାରୀଙ୍କୁ ମିଳିବ ମାଗଣା ୩୦୦ ମିନିଟ୍ ଆଉଟଗୋଇଂ କଲ୍ ଓ ମାଗଣା ରିଚାର୍ଜ୍
କରୋନା ମହାମାରୀ ସମୟରେ ପ୍ରତି ଜିଓ ଫୋନ୍ ଗ୍ରାହକଙ୍କ ଯୋଗାଯୋଗ ଜାରି ରଖିବା ସୁନିଶ୍ଚିତ କରିବା ପାଇଁ କମ୍ପାନୀ ଦୁଇଟି ବଡ଼ ପଦକ୍ଷେପ ନେଇଛି ।
ଜିଓ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ସମାନ ମୂଲ୍ୟର ଅତିରିକ୍ତ ରିଚାର୍ଜ ପ୍ଲାନ୍ ମିଳୁଛି ।
- News18 Odia
- Last Updated: May 14, 2021, 8:04 PM IST
ଭୁବନେଶ୍ୱର: ପ୍ରତି ଭାରତୀୟଙ୍କ ପାଇଁ ଡିଜିଟାଲ୍ ଜୀବନ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଜିଓଫୋନ୍ (JioPhone) ଏବେ କୋଭିଡ୍ ମହାମାରୀର ଅନିଶ୍ଚିତତାରେ ଭରା ସମୟରେ କେହି ଯେମିତି ଯୋଗାଯୋଗରୁ ବଞ୍ଚିତ ହେବେନି ତା’ର ବ୍ୟବସ୍ଥା କରିଛି । ସବୁ ଗ୍ରାହକ, ବିଶେଷ କରି କମ୍ ସ୍ୱଚ୍ଛଳ ବର୍ଗର ଗ୍ରାହକମାନଙ୍କ ପାଇଁ ସୁଲଭ ମୂଲ୍ୟରେ ନିରନ୍ତର ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଜିଓ ଏକ ନୂଆ ପଦକ୍ଷେପ ନେଇଛି ।
ଏହା ବି ପଢ଼ନ୍ତୁ | ଏଣିକି ମର୍ଣ୍ଣିଂ ୱାକ୍ କରିବା ଓ ସାଇକେଲ୍ ଚଳେଇବା ମନା; କଟକ ଓ ଭୁବନେଶ୍ୱରରେ ଲାଗିଲା କଟକଣା
କରୋନା ମହାମାରୀ (Coronavirus) ଅବଧିରେ ଜିଓ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ପଦକ୍ଷେପ ଘୋଷଣା କରାଯାଇଛି । ପ୍ରଥମ ପଦକ୍ଷେପଟି ହେଉଛି ଜିଓ (Jio) ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନ (Reliance Foundation) ସହ ମିଶି ମହାମାରୀର ସମ୍ପୂର୍ଣ୍ଣ ଅବଧିରେ ପ୍ରତି ମାସ ବିନା ମୂଲ୍ୟରେ ୩୦୦ ମିନିଟର ଆଉଟଗୋଇଙ୍ଗ୍ ଭଏସ୍ କଲ୍ ସେହି ସବୁ ଜିଓଫୋନ୍ ଗ୍ରାହକମାନଙ୍କୁ ପ୍ରଦାନ କରାଯିବ ଯେଉଁମାନେ ଏହି ମହାମାରୀ ସମୟରେ ରିଚାର୍ଜ କରିବାକୁ ସକ୍ଷମ ହେଉନାହାନ୍ତି । ଏହି ୩୦୦ ମିନିଟର ଆଉଟଗୋଇଙ୍ଗ୍ ଭଏସ୍ କଲ୍ ଦିନକୁ ୧୦ ମିନିଟ୍ ହିସାବରେ ମିଳିବ ।
ଦ୍ୱିତୀୟ ପଦକ୍ଷେପ ସ୍ୱରୂପ ସୁଲଭତାରେ ଆହୁରି ଉନ୍ନତି ଆଣିବା ଲାଗି ଜିଓଫୋନ୍ (Jio Phone) ବ୍ୟବହାରକାରୀମାନେ ରିଚାର୍ଜ କରୁଥିବା ପ୍ରତି ଜିଓଫୋନ୍ ପ୍ଲାନ୍ (Jio Phone plan) ସହିତ ସେମାନେ ସମ୍ପୂର୍ଣ୍ଣ ମାଗଣାରେ ସମାନ ମୂଲ୍ୟର ଅତିରିକ୍ତ ରିଚାର୍ଜ ପ୍ଲାନ୍ ପାଇପାରିବେ ।
ଏହା ବି ପଢ଼ନ୍ତୁ | ଝାରସୁଗୁଡ଼ାରେ ଯୁବତୀକୁ ୨ ଜଣ ବଳାତ୍କାର କଲେ; ଭିଡିଓ ଭାଇରାଲ୍ ହେବା ପରେ ଜଣେ ଧରାପଡ଼ିଲା
ଉଦାହରଣ ସ୍ୱରୂପ, ଜଣେ ଜିଓଫୋନ୍ ଗ୍ରାହକ ୭୫ ଟଙ୍କାର ରିଚାର୍ଜ କଲେ ସେ ଅତିରିକ୍ତ ୭୫ ଟଙ୍କାର ପ୍ଲାନ୍ ସମ୍ପୂର୍ଣ୍ଣ ମାଗଣାରେ ପାଇବେ । ଅର୍ଥାତ୍ ପ୍ରତି ଜିଓଫୋନ୍ ରିଚାର୍ଜ ପ୍ଲାନରେ କୌଣସି ଗ୍ରାହକ ଯଦି ଗୋଟିଏ କିଣନ୍ତି ତେବେ ତାଙ୍କୁ ଆଉ ଗୋଟିଏ ମାଗଣାରେ (ବାଏ-ୱାନ୍-ଗେଟ୍-ୱାନ୍ ଫ୍ରି) ମିଳିବ । ତେବେ ୧୫ ମେ' ୨୦୨୧ରୁ ଆରମ୍ଭ ହେଉଥିବା ଏହି ସୁବିଧା ଜିଓଫୋନ୍ର ବାର୍ଷିକ ପ୍ଲାନ୍ କିମ୍ବା ଜିଓଫୋନ୍ ସହିତ ଆସୁଥିବା ବଣ୍ଡଲ୍ଡ୍ ପ୍ଲାନ୍ ପାଇଁ ଲାଗୁ ହେବ ନାହିଁ ।
କରୋନା ମହାମାରୀ ସଂକ୍ରମଣର ଏହି ଆହ୍ୱାନପୂର୍ଣ୍ଣ ସମୟରେ ପ୍ରତି ଭାରତୀୟଙ୍କ ସହ ଠିଆ ହୋଇ ରହିବାକୁ ରିଲାଏନ୍ସ (Reliance Group) ପ୍ରତିବଦ୍ଧ । ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା କଠିନ ପରିସ୍ଥିତିରୁ ଆଗକୁ ବଢି଼ବା ଲାଗି ଆମ ଦେଶର ନାଗରିକମାନଙ୍କୁ ସକ୍ଷମ କରିବା ଲାଗି ରିଲାୟନ୍ସ ଗୃପ୍ ସବୁ ପ୍ରକାରର ଉଦ୍ୟମ ଜାରି ରଖିବ ।






