News18 Odia Digital
ମୁମ୍ବାଇ: ଜିଓ ପୁଣି ଥରେ ନିଜ ଉପଭୋକ୍ତାମାନଙ୍କ ପାଇଁ ଠିଆ ହୋଇଛି ଓ ଘୋଷଣା କରିଛି ଯେ ପ୍ରତ୍ୟେକ ଜିଓ ଉପଭୋକ୍ତାଙ୍କୁ ଇନକମିଂ କଲ୍ ସୁବିଧା ମିଳିବା ଜାରି ରହିବ । ଏହି ନିଷ୍ପତ୍ତି କେବଳ ଅଳ୍ପ ଆୟକାରୀ ଉପଭୋକ୍ତାଙ୍କୁ ଉପକୃତ କରିବ ତାହା ନୁହେଁ, ବରଂ ଏହି କଷ୍ଟପ୍ରଦ ସମୟରେ ରିଚାର୍ଜ କରିବାରେ ଅସମର୍ଥ ହେଉଥିବା ସବୁ ଉପଭୋକ୍ତାଙ୍କୁ ଏହା ଉପକୃତ କରିବ ।
MyJio ଏବଂ Jio.com ପ୍ରତ୍ୟେକ ଜିଓ ବ୍ୟବହାରକାରୀଙ୍କୁ କନେକଟେଡ୍ ରହିବାରେ ସକ୍ଷମ କରିବ । ରିଚାର୍ଜ ସୁବିଧାଗୁଡିକର ଉପଲବ୍ଧତା ଅବିରତ ରହିବ ।
ଜିଓ ନିଶ୍ଚିତ କରିଛି ଯେ ପ୍ରତ୍ୟେକ ଜିଓ ବ୍ୟବହାରକାରୀ ସେମାନଙ୍କର ରିଚାର୍ଜ ଓ ସର୍ଭିସ ବିଷୟରେ ପ୍ରଶ୍ନ ଆଦି ପାଇଁ MyJio ଆପ୍ ଏବଂ Jio.com ୱେବସାଇଟ୍ ମାଧ୍ୟମରେ ୨୪ ଘଣ୍ଟା ଓ ସପ୍ତାହରେ ସାତ ଦିନ ଯୋଗାଯୋଗ କରିପାରିବେ ।
ଏପ୍ରିଲ ୨୦ରୁ ଅଧିକାଂଶ ରିଚାର୍ଜ ଆଉଟଲେଟ୍ ଉପଲବ୍ଧ ହେବ । ୱାଲେଟ୍ ଓ ଡିଜିଟାଲ୍ ପାର୍ଟନର ଯେପରିକି ଫୋନ୍ ପେ, ପେଟିଏମ୍, ଜିପେ, ଆମାଜନ ପେ, ମୋବିକୱିକ୍, ଫ୍ରିଚାର୍ଜ ଓ ଆହୁରି ଅନେକଙ୍କ ଦ୍ୱାରା ବି ରିଚାର୍ଜ ପୂର୍ବ ପରି କରିହେବ ।
ଏକ ନୂଆ ସୁବିଧାଜନକ ରିଚାର୍ଜ ପଦକ୍ଷେପ ଭାବେ ଜିଓ ଏବେ ଜିଓ ଆସୋସିଏଟ୍ ପ୍ରୋଗ୍ରାମ୍ ସାମନାକୁ ଆଣିଛି, ଯାହା ମାଧ୍ୟମରେ ଯେ କୌଣସି ଉପଭୋକ୍ତା ନିଜ ବନ୍ଧୁ, ପରିବାର କିମ୍ବା ପରିଚିତ ବ୍ୟକ୍ତିଙ୍କ ପାଇଁ ରିଚାର୍ଜ କରିପାରିବେ । ଏହା କରିବା ସମୟରେ ସେମାନେ ରୋଜଗାର ବି କରିପାରିବେ । ଯେଉଁମାନେ ରିଚାର୍ଜ କରିବାର ଡିଜିଟାଲ୍ ଉପାୟଗୁଡ଼ିକୁ ସେତେ ଭଲଭାବେ ଜାଣି ନାହାଁନ୍ତି ଓ ଏହି ସମୟରେ ଆଉଟଲେଟ୍କୁ ଯାଇପାରିବେ ନାହିଁ, ସେମିତି ଲୋକଙ୍କ ଫୋନକୁ ରିଚାର୍ଜ କରିବାରେ ସାହାଯ୍ୟ କରିବା ପାଇଁ ଏହି ସୁବିଧା ଉପଭୋକ୍ତାମାନଙ୍କୁ ଉତ୍ସାହିତ କରିବ ।
ତା’ ଛଡ଼ା ଏଟିଏମରୁ ସିଧାସଳଖ ରିଚାର୍ଜ କରିହେବ । ଆକ୍ସିସ୍ ଓ HDFC ବ୍ୟାଙ୍କ ସହିତ SMS ବ୍ୟବହାର କରି ବି ରିଚାର୍ଜ କରିହେବ । ଜିଓ ରିଟେଲରଙ୍କ ଠାରୁ ବି ରିଚାର୍ଜ କରିବାରେ ସାହାଯ୍ୟ ମିଳିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।