ଜିଓରେ ଚତୁର୍ଥ ବଡ଼ ନିବେଶ; ଆମେରିକାର ଜେନେରାଲ ଆଟଲାଣ୍ଟିକ ₹୬,୬୦୦ କୋଟି ନିବେଶ କରିବ

ଚାରି ସପ୍ତାହରୁ କମ୍ ସମୟରେ ଜିଓ ପ୍ଲାଟଫର୍ମ ଅଗ୍ରଣୀ ଟେକ୍ନୋଲୋଜି ନିବେଶକ ଯଥା ଫେସବୁକ୍, ସିଲଭର ଲେକ୍ ପାର୍ଟନର୍ସ, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ ଓ ଜେନେରାଲ୍ ଆଟଲାଣ୍ଟିକ୍ ଠାରୁ ୬୭,୧୯୪.୭୫ କୋଟି ଟଙ୍କା ସଂଗ୍ରହ କରିଛି ।

ଏହି ନିବେଶ ଦ୍ୱାରା ଜିଓ ପ୍ଲାଟଫର୍ମର ମୂଲ୍ୟ ଇକ୍ୱିଟି ମୂଲ୍ୟରେ ୪.୯୧ ଲକ୍ଷ କୋଟି ଟଙ୍କା ହୋଇଛି ।

ଏହି ନିବେଶ ଦ୍ୱାରା ଜିଓ ପ୍ଲାଟଫର୍ମର ମୂଲ୍ୟ ଇକ୍ୱିଟି ମୂଲ୍ୟରେ ୪.୯୧ ଲକ୍ଷ କୋଟି ଟଙ୍କା ହୋଇଛି ।

  • Share this:
News18 Odia Digital

ମୁମ୍ବାଇ: ନ୍ୟୁୟର୍କରେ ମୁଖ୍ୟାଳୟ ଥିବା ଘରୋଇ ଇକ୍ୱିଟି ପାଣ୍ଠି ଜେନେରାଲ ଆଟଲାଣ୍ଟିକ୍ (GA) ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL)ର ଟେଲିକମ୍ ୟୁନିଟ୍ ଜିଓ ପ୍ଲାଟଫର୍ମରେ ୬,୫୯୮.୩୮ କୋଟି ଟଙ୍କା ନିବେଶ କରିବ । ଏହା ଏସିଆରେ GAର ସବୁଠାରୁ ବଡ଼ ନିବେଶ ।

ଏହି ନିବେଶ ଦ୍ୱାରା ଜିଓ ପ୍ଲାଟଫର୍ମର ମୂଲ୍ୟ ଇକ୍ୱିଟି ମୂଲ୍ୟରେ ୪.୯୧ ଲକ୍ଷ କୋଟି ଟଙ୍କା ହୋଇଛି ଓ ଏଣ୍ଟରପ୍ରାଇଜ୍ ମୂଲ୍ୟରେ ଏହାର ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ହୋଇଛି । ଏହି ନିବେଶ ଜରିଆରେ ଜେନେରାଲ ଆଟଲାଣ୍ଟିକକୁ ଜିଓ ପ୍ଲାଟଫର୍ମରେ ୧.୩୪ ପ୍ରତିଶତ ଇକ୍ୱିଟି ଶେୟାର୍‌ ମିଳିବ ବୋଲି RIL ଏକ ପ୍ରେସ ବିଜ୍ଞପ୍ତିରେ କହିଛି ।

‘‘ବିଶ୍ୱର ଟେକ୍ନୋଲୋଜି କ୍ଷେତ୍ରରେ ଆଗୁଆ ଓ ଦୂରଦୃଷ୍ଟି ସମ୍ପନ୍ନ ଉଦ୍ୟୋଗମାନଙ୍କର ଦୀର୍ଘମିଆଦୀ ସମର୍ଥକ ହିସାବରେ ଆମେ ଜିଓରେ ଏହି ବିନିଯୋଗ କରି ଭାରି ଉତ୍ସାହିତ । ଆମେ ମୁକେଶଙ୍କ ବିଶ୍ୱାସ ସହ ସହମତ ଯେ ଡିଜିଟାଲ୍ ଯୋଗାଯୋଗ ପାଖରେ ହିଁ ଭାରତୀୟ ଅର୍ଥନୀତିକୁ ବହୁ ମାତ୍ରାରେ ତ୍ୱରାନ୍ୱିତ କରିବା ଓ ସମଗ୍ର ଦେଶରେ ଅଭିବୃଦ୍ଧି ଘଟାଇବାର କ୍ଷମତା ଅଛି । କମ୍ପାନୀ ପ୍ରତିଷ୍ଠାତାମାନଙ୍କ ସହ ମିଶି ନୂଆ ଓ ବୈପ୍ଳବିକ ବ୍ୟବସାୟମାନଙ୍କୁ ଆଗକୁ ବଢ଼େଇବାର ଏକ ଲମ୍ବା ଇତିହାସ ଜେନେରାଲ ଆଟଲାଣ୍ଟିକ୍ ପାଖରେ ଅଛି । ଜିଓ ଭାରତରେ ଡିଜିଟାଲ୍‌ କ୍ଷେତ୍ରରେ ସବୁ ଠୁ ଆଗେ ଥିବା ସେମିତି ଏକ କମ୍ପାନୀ,’’ କହିଛନ୍ତି ଜେନେରାଲ ଆଟଲାଣ୍ଟିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଲ୍ ଫୋର୍ଡ଼ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ


ଚାରି ସପ୍ତାହରୁ କମ୍‌ ସମୟ ଭିତରେ ଜିଓ ପ୍ଲାଟଫର୍ମ ଅଗ୍ରଣୀ ଟେକ୍ନୋଲୋଜି ନିବେଶକ ଯଥା ଫେସବୁକ୍, ସିଲଭର ଲେକ୍ ପାର୍ଟନର୍ସ, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ ଓ ଜେନେରାଲ୍ ଆଟଲାଣ୍ଟିକ୍ ଠାରୁ ୬୭,୧୯୪.୭୫ କୋଟି ଟଙ୍କା ସଂଗ୍ରହ କରି ପାରିଛି । ବିଶ୍ୱ ସ୍ତରର ଏମିତି ଅଗ୍ରଣୀ ନିବେଶକଙ୍କ ବିନିଯୋଗ ଦ୍ୱାରା ଜିଓକୁ ନିଜ ଇକୋସିଷ୍ଟମକୁ ଆହୁରି ଦୃଢ଼ୀଭୂତ କରି ଭାରତରେ ଏକ ଡିଜିଟାଲ୍ ସମାଜର ପ୍ରତିଷ୍ଠା ଦିଗରେ ଆଗେଇ ନେବ ବୋଲି କହିଛି ରିଲାଏନ୍ସ ।

ଏହି ବିନିଯୋଗ ଜିଓକୁ ଆହୁରି ଥରେ ପରବର୍ତ୍ତୀ ପିଢ଼ୀର ସଫ୍ଟୱେର୍ ପ୍ରଡକ୍ଟ ଓ ପ୍ଲାଟଫର୍ମ କମ୍ପାନୀ ଭାବେ ଉପସ୍ଥାପିତ କରିଛି ଏବଂ ଏବେକାର କୋଭିଡ-୧୯ ଦୁନିଆରେ ଓ ଏହା ପରେ ଏହି ଭାରତୀୟ କମ୍ପାନୀର କ୍ଷମତା ଓ ସାମର୍ଥ୍ୟକୁ ଅନୁମୋଦନ ବୋଲି RIL କମ୍ପାନୀ କହିଛି ।

ଏହି ସବୁ ନିବେଶ ଦ୍ୱାରା ଭାରତୀୟ ବଜାର ବିଷୟରେ ଜିଓର ଗଭୀର ଭିତରି ଜ୍ଞାନ, କରୋନା ଭାଇରସ୍‌ ସଂକ୍ରମଣ ପରେ ଦେଶରେ ହେବାକୁ ଥିବା ଦ୍ରୁତ ଡିଜିଟାଇଜେସନ୍ ସୁଯୋଗ ଓ ଏଆଇ (AI, artificial intelligence), ବ୍ଲକ୍ ଚେନ୍, ଆର୍ / ଭିଆର୍ ପରି ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉପକରଣ ଭାରତକୁ ଆଣିବାରେ ଜିଓର ସାମର୍ଥ୍ୟକୁ ପୁନଃ ପ୍ରମାଣିତ ହୋଇଛି ବୋଲି ଜିଓ କହିଛି ।

(ଡିସକ୍ଲେମର୍‌: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)

ଏହା ବି ପଢ଼ନ୍ତୁ: ରିଲାଏନ୍ସ Jio ଓ Facebook ମିଶି ଭାରତୀୟମାନଙ୍କୁ ନୂଆ ବ୍ୟବସାୟର ସୁଯୋଗ ଦେବେ: ଜୁକରବର୍ଗ

ଏହା ବି ପଢ଼ନ୍ତୁ: ଫେସବୁକ୍ ଓ ସିଲଭର ଲେକର ଜିଓ ସହ ଚୁକ୍ତି ରିଲାଏନ୍ସ ବୃହତ ଯୋଜନାର ଅଂଶ: ଇରାନି

ଏହା ବି ପଢ଼ନ୍ତୁ: ରିଲାଏନ୍ସ ଜିଓର ୨.୩% ଅଂଶଧନ ଆମେରିକାର VEP ୧୧,୩୬୭ କୋଟି ଟଙ୍କାରେ କିଣିଲା
Published by:Anand Shankar Thankur Das
First published: