କରୋନା ପାଇଁ ଦ୍ୱିତୀୟ ଥର ଘୁଞ୍ଚିଲା JEE-Main ଓ NEET ପରୀକ୍ଷା ତାରିଖ; ସେପ୍ଟେମ୍ବରରେ ହେବ

କରୋନା ଭାଇରସ୍ ସଙ୍କଟ ଯୋଗୁଁ ଲକଡାଉନ୍ ଆରମ୍ଭ ହେବା ପର ଠାରୁ ଭଉୟ ଜେଇଇ ମେନ୍ ଓ ନୀଟ୍ ପରୀକ୍ଷାକୁ ଦ୍ୱୀତୀୟ ଥର ପାଇଁ ଘୁଞ୍ଚାଯାଉଛି । ଜେଇଇ ମେନ୍‌ ପରୀକ୍ଷା ଦେବା ପାଇଁ ପାଖାପାଖି ୯ ଲକ୍ଷ ପ୍ରାର୍ଥୀ ଓ ନୀଟ୍‌ ପାଇଁ ପାଖାପାଖି ୧୬ ଲକ୍ଷ ପ୍ରାର୍ଥୀ ପଞ୍ଜୀକୃତ ହୋଇଛନ୍ତି ।

କରୋନା ପାଇଁ ଦ୍ୱିତୀୟ ଥର ଘୁଞ୍ଚିଲା JEE-Main ଓ NEET ପରୀକ୍ଷା ତାରିଖ; ସେପ୍ଟେମ୍ବରରେ ହେବ
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦେଶରେ ଓ ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ମାମଲାରେ ହେଉଥିବା କ୍ରମାଗତ ବୃଦ୍ଧି ଯୋଗୁଁ ଜେଇଇ ମେନ୍‌ (JEE Main) ଓ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ନୀଟ୍‌, NEET) ମାସକ ପାଇଁ ଘୁଞ୍ଚାଇ ଦିଆଯାଇଛି ।

ଜେଇଇ ମେନ୍‌ ପ୍ରବେଶିକା ପରୀକ୍ଷା ଏବେ ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୬ ମଧ୍ୟରେ ଛଅ ଦିନ ଧରି ଅନୁଷ୍ଠିତ ହେବ । ଅଣ୍ଡର୍‌-ଗ୍ରାଜୁଏଟ୍‌ ମେଡିକାଲ୍‌ ପାଠ୍ୟକ୍ରମ ପାଇଁ ହେଉଥିବା NEET ପରୀକ୍ଷା ସେପ୍ଟେମ୍ବର ୧୩ରେ ଅନୁଷ୍ଠିତ ହେବ । ଜେଇଇ (ଆଡଭାନ୍ସଡ଼) (JEE Advanced) ପରୀକ୍ଷା ସେପ୍ଟେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେବ । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଶୁକ୍ରବାର ଏକ ୱେବିନାର୍ ସମୟରେ ଏହି ନୂଆ ତାରିଖ ଘୋଷଣା କରିଛନ୍ତି ।

କରୋନା ଭାଇରସ୍‌ ସଙ୍କଟ ଯୋଗୁଁ ଲକଡାଉନ୍‌ ଆରମ୍ଭ ହେବା ପର ଠାରୁ ଭଉୟ ଜେଇଇ ମେନ୍‌ ଓ ନୀଟ୍‌ ପରୀକ୍ଷାକୁ ଦ୍ୱୀତୀୟ ଥର ପାଇଁ ଘୁଞ୍ଚାଯାଉଛି । ଜେଇଇ ମେନ୍‌ ପ୍ରଥମେ ଏପ୍ରିଲ୍‌ ୭ରୁ ୧୧ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାର ଥିଲା । ନୀଟ୍‌ ମେ ୩ ତାରିଖରେ ହେବାର ଥିଲା । ରମେଶ ପୋଖରିଆଲ୍‌ ନିଶଙ୍କ ମେ ୫ ତାରିଖରେ ଘୋଷଣା କରିଥିଲେ ଯେ ଜେଇଇ ମେନ୍‌ ଜୁଲାଇ ୧୮ରୁ ୨୩ ତାରିଖ ମଧ୍ୟରେ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବ ଓ ନୀଟ୍‌ ଜୁଲାଇ ୨୬ ତାରିଖ ଦିନ ଅନୁଷ୍ଠିତ ହେବ ।



ହେଲେ ଦେଶରେ ଅଧିକାଂଶ ଦିନ କରୋନା ଭାଇରସ୍‌ ସଂକ୍ରମଣ ମାମଲାରେ ରେକର୍ଡ଼ ବୃଦ୍ଧି ହେଉଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉଦବେଗ ପ୍ରକାଶ କରିଥିଲେ । ଏଥି ସହିତ କେନ୍ଦ୍ର ସରକାର ପୁଣି ପରୀକ୍ଷା ତାରିଖଗୁଡ଼ିକ ଉପରେ ପୁନର୍ବିଚାର କରିବାକୁ ବାଧ୍ୟ ହୋଇଥିଲେ । ଗୁରୁବାର ଦିନ ଦେଶରେ ୨୨,୦୦୦ରୁ ଅଧିକ ନୂଆ କରୋନା ପଜିଟିଭ୍‌ ମାମଲା ସାମନାକୁ ଆସିଛି । ଓଡ଼ିଶାରେ ବି ଗୁରୁବାର ଦିନ ରେକର୍ଡ଼ ସଂଖ୍ୟରେ ୫୬୧ ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ଏ ପର୍ଯ୍ୟନ୍ତ ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କରୋନା ପଜିଟିଭ୍‌ ଚିହ୍ନଟ ହେବା ଘଟଣା ।

ଜେଇଇ ମେନ୍‌ ପରୀକ୍ଷା ଦେବା ପାଇଁ ପାଖାପାଖି ୯ ଲକ୍ଷ ପ୍ରାର୍ଥୀ ଓ ନୀଟ୍‌ ପାଇଁ ପାଖାପାଖି ୧୬ ଲକ୍ଷ ପ୍ରାର୍ଥୀ ପଞ୍ଜୀକୃତ ହୋଇଛନ୍ତି । ଆଶା କରାଯାଉଛି ଯେ ସେପ୍ଟେମ୍ବର ମଧ୍ୟ ଭାଗରେ ଜେଇଇ (ମେନ୍) ଫଳ ଘୋଷଣା କରାଯିବ ଓ ଅକ୍ଟୋବର ପ୍ରଥମ ସପ୍ତାହରେ ନୀଟ୍‌ ଫଳ ଘୋଷଣା କରାଯାଇପାରେ ।
First published: July 4, 2020, 12:51 AM IST
corona virus btn
corona virus btn
Loading