News18 Odia Digital
ଜଗତସିଂହପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ଭାଇରସ୍ ଆଇସୋଲେସନ ୱାର୍ଡ଼ରେ ଥିବା ନିର୍ଲିପ୍ତ ଭୋଳଙ୍କର ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀ ସୁଭଦ୍ରା ସ୍ୱାଇଁ ସେହି କୋଠରୀରେ ଆତ୍ମହତ୍ୟା (Jagatsinghpur woman suicide) କରିବା ପୂର୍ବରୁ ନିଜ ମୋବାଇଲ୍ ଫୋନରେ ରେକର୍ଡ଼ କରି କହିଥିବା କଥା ଆପଣଙ୍କ ହଦୟକୁ ଥରାଇ ଦେବ । ଡାକ୍ତରମାନେ ନିର୍ଲିପ୍ତଙ୍କ ଚିକିତ୍ସା ନ କରିବାରୁ ସେ ମୃତ୍ୟୁ ବରଣ କଲେ ବୋଲି ନିଜ ଶେଷ କଥାରେ କହିଥିଲେ ସୁଭଦ୍ରା । ତାଙ୍କର ସେହି ଅଡ଼ିଓ କିଛି ଦିନ ପରେ ମିଳିଥିଲା ଓ ଭାଇରାଲ ହୋଇଥିଲା (Jagatsinghpur viral audio) ।
‘‘ଦେଖନ୍ତୁ, ଡକ୍ଟରମାନେ ମୋ’ ହଜବ୍ୟାଣ୍ଡଙ୍କ ଟ୍ରିଟମେଣ୍ଟ୍ କଲେନି । ତାଙ୍କର ଡେଥ୍ ହେଇଗଲା । ଜମ୍ମା ବି ଟ୍ରିଟ୍ମେଣ୍ଟ୍ କଲେନି…’’ ଫୋନର ରେକର୍ଡ଼ିଂ ଅନ୍ କରି ପ୍ରଥମେ ଏହି କଥା କହି ନିଜ ଶେଷ କଥା ଆରମ୍ଭ କରିଥିଲେ ସୁଭଦ୍ରା । ଦୁଇ ମିନିଟ୍ ୪୩ ସେକେଣ୍ଡର ଏହି ଅଡ଼ିଓ ରେକର୍ଡ଼ିଂ କରିବା ପରେ ସେ ନିଜ ବେକରେ ଏକ ଶାଢ଼ୀ ଲଗେଇ ଆତ୍ମହତ୍ୟା କରିଥିଲେ ।
ଗତ ବର୍ଷ ଜୁଲାଇ ମାସରେ ଘଟିଥିବା ଏହି ଘଟଣା ରାଜ୍ୟର କୋଭିଡ୍ ମୁକାବିଲା ଇତିହାସରେ ଘଟିଥିବା ଦୁଃଖଦ ଘଟଣାଗୁଡ଼ିକ ମଧ୍ୟରୁ ସମ୍ଭବତଃ ସବୁ ଠାରୁ ଅଧିକ ହୃଦୟବିଦାରକ। ଏହି ଦୁଃଖଦ ଘଟଣା ଘଟିଥିଲା ଜୁଲାଇ ୨, ୨୦୨୦ରେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ଅଭିନେତା ରାହୁଲ ଭୋରା‘‘ମୋ’ ଧନ ଆଉ ନାହିଁ… ମୁଁ ତାଙ୍କ ସାଙ୍ଗରେ ଯାଉଛି… । ମୋ’ ଜୀବନରେ ଆଉ କିଛି ନାହିଁ,’’ ସେହି ଅଡ଼ିଓ ରେକର୍ଡ଼ିଂରେ କହିଥିଲେ ଏରସମା କଟିଜଙ୍ଗା ଗାଁର ନିର୍ଲିପ୍ତ ଭୋଳଙ୍କ ପତ୍ନୀ ସୁଭଦ୍ରା ସ୍ବାଇଁ । ତାଙ୍କ ଶେଷ କଥାର ସେହି ଅଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ (viral video) ସୃଷ୍ଟି ହୋଇଥିଲା ହଇଚଇ ।

ଏକ ସୁଖଦ ମୁହୂର୍ତ୍ତରେ ନିର୍ଲିପ୍ତ ଭୋଳ ଓ ପତ୍ନୀ ସୁଭଦ୍ରା ସ୍ୱାଇଁ
ନିଜ ସ୍ୱୀମୀଙ୍କ ସହ ଆଇସୋଲେସନ୍ ୱାର୍ଡ଼ରେ ବିତାଇଥିବା ଶେଷ ମୁହୂର୍ତ୍ତଗୁଡ଼ିକ ବିଷୟରେ ବି ସେ ଏହି ଅଡ଼ିଓରେ କହିଥିଲେ । ‘‘ମୁଁ ତାଙ୍କ ସେବା କଲି, ଦେଢ଼ଟା ବେଳେ ଖୁଆଇ ଦେଲି । ତାଙ୍କ ସାଙ୍ଗରେ ଖାଇଲି । ମୋ’ ସାଙ୍ଗରେ ଭଲ କଥା ହେଲେ । ତା’ ପରେ ତାଙ୍କର କ’ଣ ହେଇଗଲା ଛାତି । ମୁଁ ଡକ୍ଟରଙ୍କୁ ଯାଇ ଡାକି ଆଣିଲି । ଡକ୍ଟର ଆଇଲେନି । ସାର୍ଟ ପ୍ୟାଣ୍ଟ୍ ପିନ୍ଧି ଆସୁ ଆସୁ ଡେରି କଲେ । ତା’ପରେ ତାଙ୍କର (ସ୍ୱାମୀଙ୍କର) କଣ ହେଇଗଲା ମୋତେ ଅନେଇଲେନି, କଥା କହିଲେନି । ତା’ପରେ ଡକ୍ଟର ଆସିକିରି କିଛି ଟ୍ରିଟମେଣ୍ଟ୍ କଲେନି,’’ କହିଥିଲେ ସୁଭଦ୍ରା ।
ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!ନିର୍ଲିପ୍ତ ଓ ସୁଭଦ୍ରାଙ୍କ ବାହାଘର ଏହି ଦୁଃଖଦ ଘଟଣାର ମାତ୍ର ଦେଢ଼ ବର୍ଷ ତଳେ ହୋଇଥିଲା । ଦୁହେଁ ହାଇଦ୍ରାବାଦରେ ରହୁଥିଲେ । ସେଠାରୁ ଫେରି ଏସ୍.ଭି.ଏମ୍. କଲେଜର କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ଜୁଲାଇ ୧ ତାରିଖରେ ଦୁହିଁଙ୍କ ସ୍ବାବ୍ କରୋନା ପରୀକ୍ଷା ପାଇଁ ନିଆଯାଇଥିଲା । ଦୁହେଁ ନେଗେଟିଭ୍ ଆସିଥିଲେ । ସେହି ଦିନ ରାତିରେ ନିର୍ଲିପ୍ତଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ୨ ତାରିଖ ଅପରାହ୍ଣ ୨ଟାରେ ନିର୍ଲିପ୍ତଙ୍କ ମୃତ୍ୟୁ ହୋଇଥିଲା ।
ଏହା ବି ପଢ଼ନ୍ତୁ | ମୋଦୀଙ୍କ ବୈଠକରେ ମୁଖ୍ୟ ମନ୍ତ୍ରୀମାନଙ୍କୁ କହିବାକୁ ଦିଆଗଲାନି, କଣ୍ଢେଇ ପରି ବସି ରହିଲେ: ମମତାନିଜ ଆଖି ସାମନାରେ ସ୍ବାମୀଙ୍କ ମୃତ୍ୟୁ ଦେଖି ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବା ପୂର୍ବରୁ ସୁଭଦ୍ରା କହିଯାଇଥିବା ନିଜ ମନର କଥାରେ ପରିବାର ଉଦ୍ଦେଶ୍ୟରେ ବି ସେ କିଛି କଥା କହିଥିଲେ । କିଭଳି କରୋନା ଭୟରେ ଡାକ୍ତରଖାନାକୁ ତାଙ୍କ ବାପା, ମାଆ, ମାମୁଁ କି ଅନ୍ୟ କେହି ଆତ୍ମୀୟ ଆସି ନ ଥିଲେ ସେ ବିଷୟରେ ବି ସେ କହିଥିଲେ ।
ଏହା ବି ପଢ଼ନ୍ତୁ | ପିଲାମାନଙ୍କୁ କରୋନା ହେବା ସମ୍ଭାବନା ବିଷୟରେ ଭ୍ରମିତ ହୁଅନ୍ତୁ ନାହିଁ, କହିଲେ ବଡ଼ ବିଶେଷଜ୍ଞମାନେ‘‘ବାପା, ବୋଉ, ମାମୁଁ… ସମସ୍ତେ ମୋ’ ଧନକୁ ମିଶି ମାରିଦେଲ । କେହି ମୋ’ ପାଖକୁ ଟିକେ ଆଇଲନି… ତମ ହୃଦୟରେ ଦୟା ମାୟା ନାହିଁ,’’ କହିଥିଲେ ସୁଭଦ୍ରା ।

ଜଗତସିଂହପୁର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ କ୍ରିଷ୍ଣା ମହାନ୍ତି
ଏହା ବି ପଢ଼ନ୍ତୁ | ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!ନିର୍ଲିପ୍ତଙ୍କୁ ଚିକିତ୍ସା କରିବାରେ ଡାକ୍ତର ବହୁତ ଡେରି କରିବାରୁ ତାଙ୍କର ମୃତ୍ୟୁ ହେଲା ବୋଲି ତାଙ୍କ ଭିଣୋଇ ସଦର ଥାନାରେ ଏକ ଅଭିଯୋଗ କରିଥିଲେ । ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ କ୍ରିଷ୍ଣା ମହାନ୍ତି ଏହି ଘଟଣାର ତଦନ୍ତ ଦାବି କରିବା ସହ ସି.ଡି.ଏମ୍.ଓ.ଙ୍କୁ ଏହି ‘‘ଡାକ୍ତରୀ ଅବହେଳା’’ ଘଟଣାରେ ‘‘ମୁଖ୍ୟ ଦାୟୀ’’ ବୋଲି କହି ତାଙ୍କ ଗିରଫ ଦାବି କରିଥିଲେ ।
ଏହା ବି ପଢ଼ନ୍ତୁ | କୁମ୍ଭୀରକୁ ଜିଅନ୍ତା ଗିଳିବାକୁ ଚେଷ୍ଟା କରୁଥିଲା ଅଜଗର; VIDEOରେ ଦେଖନ୍ତୁ ଆଗକୁ କ’ଣ ହେଲା‘‘ଯାହାଙ୍କୁ କରୋନା ଯୋଦ୍ଧା ବୋଲି ଆମେ ଭାବିଛୁ, ଯାହାଙ୍କୁ ଭଗବାନ ବୋଲି ଭାବି ସେ (ସୁଭଦ୍ରା) କ୍ୱାରେଣ୍ଟାଇନରେ ନିଜ ସ୍ୱାମୀଙ୍କୁ ଆଣି ରଖିଥିଲେ… ସେ ବହୁତ କାନ୍ଦି ନେହୁରା ହୋଇ ଡାକ୍ତରଙ୍କୁ ତାଙ୍କ ସ୍ୱାମୀଙ୍କୁ ଦେଖିବା ପାଇଁ କହିବା ପରେ ବି ଅବହେଳା କରାଯାଇଥିଲା । ଡାକ୍ତରୀ ଅବହେଳା କାରଣରୁ ତାଙ୍କର ଅକାଳ ମୃତ୍ୟୁ ହୋଇଥିଲା । ସେଇଠୁ ସେ ନିଜେ ଆତ୍ମହତ୍ୟା କଲେ । ଗୋଟିଏ ନୀରିହ ଯୁବ ଦମ୍ପତିଙ୍କ ମୃତ୍ୟୁ ହେଲା… ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ସେବା ନାଁରେ ସେଠି କଣ କରାଯାଉଛି । ରୋଗୀମାନଙ୍କୁ କିଭଳି ହତାଦର କରାଯାଉଛି,’’ କହିଥିଲେ କ୍ରିଷ୍ଣା ମହାନ୍ତି । ସି.ଡି.ଏମ୍.ଓ.ଙ୍କୁ ତୁରନ୍ତ ଗିରଫ କରା ନ ଗଲେ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ କରିବ ବୋଲି ସେ କହିଥିଲେ ।
ଧ୍ୟାନ ଦିଅନ୍ତୁ: ଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି ଜୀବନରେ ଗଭୀର ଦୁଃଖ ଅନୁଭବ କରୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) ) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।