News18 Odia Digital
ନୂଆ ଦିଲ୍ଲୀ/ଜଗତସିଂହପୁର: କରୋନା ଭାଇରସ୍ ସଂକ୍ରମଣର ସାଙ୍ଘାତିକ ଦ୍ୱିତୀୟ ଲହରରେ ଦିନକୁ ଦିନ ସ୍ଥିତି ଅଧିକ ମାରାତ୍ମକ ହେଉଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ କିଛି ଲୋକ କୋଭିଡ୍ କଟକଣାକୁ ଫୁ କରି ଦେଉଥିବା ଦେଖାଯାଉଛି । କୋଭିଡ୍ ନିୟମର ଖୋଲା ଉଲ୍ଲଙ୍ଘନ କରି କେଉଁଠି ଘୋଡ଼ାର ଶେଷ ଯାତ୍ରାରେ ଶହ ଶହ ଲୋକ ସାମିଲ୍ ହୋଇଛନ୍ତି ତ ଆଉ କେଉଁଠି ମଝି ଆକାଶରେ ଉଡ଼ାଜାହାଜ ଭିତରେ ବିନା ମାସ୍କ ଓ ବିନା ସାମାଜିକ ଦୂରତାରେ ବାହାଘର ଆୟୋଜିତ କରି । ଏହାରି ଭିତରେ ଜଗତସିଂହପୁରରୁ ଆସିଥିବା ଏମିତି ଏକ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି ।
ମହାମାରୀ ଚେନରେ ରୋକ୍ ଲଗାଇବାକୁ ଓଡ଼ିଶା ସରକାର ଅନେକ କଟକଣା ଜାରି କରିଥିବା ବେଳେ ଜଗତସିଂହପୁରରେ ଜଣେ ପ୍ରାଶାସନିକ ଅଧିକାରୀ ନିଜେ କରୋନା କଟକଣାକୁ ଫୁ କରିଥିବା ଦେଖାଯାଇଛି । ନିଜ ଭାଇର ବାହାଘରରେ ନାଗୁଣୀ ନାଚ ନାଚି ଚର୍ଚ୍ଚାକୁ ଆସିଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦାର ତହସିଲଦାର୍ ବୁଲବୁଲ୍ ବେହେରା ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…ଯଦିଓ ସାରା ଓଡ଼ିଶାରେ ଲକଡାଉନ୍ ଜାରି ହୋଇଛି ଓ ବାହାଘରରେ ଅତି ବେଶୀରେ ୨୫ ଜଣ ଲୋକ ଓ ଶୁଦ୍ଧି କ୍ରିୟାରେ ଅତି ବେଶୀରେ ୨୦ ଜଣ ଲୋକ ସାମିଲ ହୋଇପାରିବେ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି, ଏହି ବାହାଘରରେ ଏହି ସବୁ ନିୟମକୁ ଉଲ୍ଲଙ୍ଘନ କରାଯାଇଥିବା ଦେଖାଯାଇଥିଲା । କୋଭିଡ୍ କଟକଣା ସତ୍ତ୍ୱେ ଏଠି ବାଜା ବାଜୁଥିଲା । ବରଯାତ୍ରୀମାନେ ମୁହଁରେ ମାସ୍କ ନ ଲଗାଇ ଖୁବ୍ ନାଚୁଥିବା ଦେଖାଯାଇଥିଲା । ଆଇନ ତା’ ଜାଗାରେ ଥୁଆ ହୋଇଥିବା ବେଳେ ନିଜେ ଆଇନର ରକ୍ଷକ ଆଇନର ଖୋଲା ଉଲ୍ଲଙ୍ଘନ କରୁଥିଲେ ।

ତହସିଲଦାର୍ ବୁଲ୍ବୁଲ୍ ବେହେରାଙ୍କ ନାଗୀନ୍ ଡ୍ୟାନ୍ସ ଭିଡିଓରୁ ଏକ ଦୃଶ୍ୟ
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ବାତ୍ୟା ପରେ ମୁମ୍ବାଇ କାନ୍ଦୁଛି, ହେଲେ ଏହି ଅଭିନେତ୍ରୀ ବର୍ଷାରେ ନାଚୁଛନ୍ତି! VIDEO ଦେଖି ଲୋକେ ଖପାଡ୍ୟୁଟିରେ ଥିବା ବେଳେ ବୁଲି ବୁଲି ଲୋକଙ୍କୁ ତାଗିଦ୍ କରି କୋଭିଡ୍ କଟକଣା ଉଲ୍ଲଙ୍ଘନ ପାଇଁ ଫାଇନ୍ ଆଦାୟ କରୁଥିବା ତହସିଲଦାର୍ ବୁଲବୁଲ ବେହେରା ନିଜ ଭାଇ ବାହାଘରରେ ସରକାରୀ ନିର୍ଦ୍ଦେଶନାମାକୁ ଫୁ କରିଦେଇଥିବା ଦେଖାଯାଇଥିଲା । ନିଜ ଭାଇ ବାହାଘର ଖୁସିରେ ଜଗନ୍ନାଥପୁର ଗ୍ରାମରେ ଗତ ଶୁକ୍ରବାର ରାତିରେ ନାଗୀନ୍ ଡ୍ୟାନ୍ସ କରୁଥିଲେ ସୁକିନ୍ଦା ତହସିଲଦାର ବୁଲବୁଲ୍ ବେହେରା । ଜଗତସିଂହପୁରରେ ଭାଇ ବାହାଘରରେ ବରଯାତ୍ରୀରେ ଯାଇ ତହସିଲଦାର୍ ମାଡାମଙ୍କ ଏମିତି ନାଗୁଣୀ ନାଚ କରୋନା କଟକଣାକୁ ମାନୁଥିବା ଲୋକଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି କରିଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ରେସଲର୍ ସୁଶୀଲ କୁମାର ନିଜ ପ୍ରେମିକାକୁ ଭେଟିବାକୁ ଦିଲ୍ଲୀ ଆସିଥିଲେ; ସାମନାକୁ ଆସିଲା ଏକ ସ୍କୁଟିଏହି ଘଟଣା ବିଷୟରେ ଉଭୟ ଜଗତସିଂହପୁର ଓ ଯାଜପୁର ଜିଲ୍ଲା ପ୍ରଶାସନ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ମଧ୍ୟ ଏହାକୁ ନେଇ ଜଗତସିଂହପୁର ତିର୍ତୋଲର ଜଣେ ସରପଞ୍ଚ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାରରେ ପୋଲିସ ଡିଜାଷ୍ଟର୍ ମ୍ୟାନେଜମେଣ୍ଟ୍ ଆକ୍ଟ ଅନୁସାରେ ବୁଲବୁଲ୍ ବେହେରାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିବା ଜଣା ପଡ଼ିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | PM ମୋଦିଙ୍କ ଆଖିରେ ଲୁହ ଆସିଲା; ‘‘ଭାଇରସ୍ ଆମର ଅନେକ ପ୍ରିୟଜନଙ୍କୁ ଆମଠାରୁ ଦୂରେଇ ନେଇଛି’’କରୋନା ଭାଇରସ୍ ସଂକ୍ରମଣର ଦ୍ବିତୀୟ ଲହର ଦେଶର ହାଲ୍ ବେହାଲ୍ କରିଦେଇଥିବା ବେଳେ କର୍ଣ୍ଣାଟକର ବେଲଗାଭି ଜିଲ୍ଲାରେ ଏକ ଘୋଡ଼ା ମରିଯିବା ପରେ ତା’ ଶେଷ ଯାତ୍ରାରେ ସାମିଲ ହୋଇଥିଲେ ଶହ ଶହ ଲୋକ । କାହାରି ମୁହଁରେ ମାସ୍କ ନ ଥିଲା କି ଶାଭାଯାତ୍ରାରେ ସାମାଜିକ ଦୂରତା ନ ଥିଲା । ସ୍ଥାନୀୟ ମସ୍ତମାରାଡ଼ି ଗାଁରେ ଥିବା ମାରାଡି ମଠର ସେହି ଘୋଡ଼ାଟିର ମୃତ୍ୟୁରେ ଭାଙ୍ଗି ପଡ଼ି ନିଜ ପାଇଁ ବିପଦକୁ ଡାକିଥିଲେ ଏହି ଲୋକେ ।
ଘୋଡ଼ାର ଶବ ଯାତ୍ରାର ଭିଡିଓ ଏଇଠି ଦେଖନ୍ତୁ:ବେଲଗାଭି ଜିଲ୍ଲା ପ୍ରଶାସନ କିନ୍ତୁ ଘଟଣାକୁ ଗୁରୁତ୍ବର ସହ ନେଇ ସଂପୃକ୍ତ ଗାଁକୁ ୧୪ ଦିନ ପାଇଁ ସିଲ୍ କରି ଦେଇଛି । ୧୪ ଦିନ ପାଇଁ ମସ୍ତମରାଡ଼ି ଗାଁକୁ କେହି ଯାଇପାରିବେ ନାହିଁ କି ଗାଁ ଲୋକେ ବାହାରକୁ ଆସିପାରିବେ ନାହିଁ । ସବୁ ଲୋକଙ୍କର RT-PCR ଟେଷ୍ଟିଂ ବାଧ୍ୟତାମୂଳକ କରାଯାଇଛି ।
ଏହା ବି ପଢ଼ନ୍ତୁ | ‘ତେହେଲ୍କା’ ସମ୍ପାଦକ ତରୁଣ ତେଜପାଲ ୮ ବର୍ଷ ତଳର ରେପ୍ ମାମଲାରେ ଦୋଷମୁକ୍ତ ହେଲେଠିକ୍ ସେମିତି କରୋନା କଟକଣାକୁ ଏଡ଼ାଇବା ପାଇଁ ବଡ଼ ଚାଲାକିରେ ତାମିଲନାଡୁର ମଦୁରାଇରେ ଏକ ଏକ ହାଇଫାଇ ବାହାଘରର କରାଯାଇଛି । ଏଠି ଆକାଶରେ ହୋଇଛି ବାହାଘର । ବିବାହ ଉତ୍ସବ ସ୍ପାଇସ୍ ଜେଟର ଏକ ଚାଟର୍ଡ଼ ଫ୍ଲାଇଟ୍ ଭିତରେ ମିଡ୍ ଏୟାରରେ ହୋଇଛି । ଏଥିରେ ଉଭୟ ପକ୍ଷରୁ ପ୍ରାୟ ୧୩୦ ଜଣ ଲୋକ ସାମିଲ ହୋଇଥିଲେ । ଏଠି ବି କାହା ମୁହଁରେ ମାସ୍କ ନ ଥିଲା । ସାମାଜିକ ଦୂରତା ଆଦୌ ପାଳନ ହୋଇ ନ ଥିଲା ।

ଉଡ଼ାଜାହାଜ ଭିତରେ ହୋଇଥିବା ବାହାଘରର ଏକ ଦୃଶ୍ୟ
ଏହା ବି ପଢ଼ନ୍ତୁ | ମୋଦୀଙ୍କ ବୈଠକରେ ମୁଖ୍ୟ ମନ୍ତ୍ରୀମାନଙ୍କୁ କହିବାକୁ ଦିଆଗଲାନି, କଣ୍ଢେଇ ପରି ବସି ରହିଲେ: ମମତାମଦୁରାଇ ବିମାନ ବନ୍ଦର କର୍ତ୍ତୃପକ୍ଷ ଏହି ବାହାଘର ବାବଦରେ ପୂର୍ବରୁ କିଛି ଜାଣି ନ ଥିଲେ ବୋଲି କହିଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କିନ୍ତୁ ଘଟଣାକୁ ଗୁରୁତ୍ବର ସହ ନେଇଛି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି DGCA । ସ୍ପାଇସ୍ ଜେଟର ସେହି ବୋଇଂ ୭୩୭ ଚାଟର୍ଡ଼ ବିମାନଟି ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ବୁକ୍ କରାଯାଇଥିବା ଜଣାପଡ଼ିଛି । ବିବାହ ପରେ ଉଭୟ ପରିବାର ଜୟ୍ ରାଇଡରେ ଯିବା ପାଇଁ ଚୁକ୍ତି ହୋଇଥିଲା । କିନ୍ତୁ ଆକାଶରେ ଶତାଧିକ ଲୋକଙ୍କୁ ନେଇ ହୋଇଥିଲା ବାହାଘର ।
ଏହି ବିବାହ ଉତ୍ସବରେ ସାମିଲ ହୋଇଥିବା ସବୁ ଲୋକଙ୍କର RT-PCR ଟେଷ୍ଟ କରାଯାଇ ଥିଲା ଓ ରିପୋର୍ଟ ନେଗେଟିଭ୍ ଆସିବା ପରେ ହିଁ ଉତ୍ସବରେ ସାମିଲ ହେବାକୁ ସେମାନଙ୍କୁ ଅନୁମତି ଦିଆ ଯାଇଥିଲା ବୋଲି ବର ଓ କନ୍ୟା ଘର ପକ୍ଷରୁ କୁହାଯାଇଛି । ସଂପୃକ୍ତ ବିମାନର ପାଇଲଟଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ଆଇନ ଅନୁୟାୟୀ ଘଟଣାର ତଦନ୍ତ ହେବ ଓ ସ୍ପାଇସ୍ ଜେଟ୍ କର୍ତ୍ତୃପକ୍ଷ ସେଥିରେ ସହଯୋଗ କରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।