କରୋନା ବନାମ୍ ଭକ୍ତି: ଏ ଥର ରଥ ଯାତ୍ରା ଆୟୋଜିତ ହେବ; ଶ୍ରୀମନ୍ଦିର ଭିତରୁ ମିଳିଲା ସବୁଜ ସଙ୍କେତ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଦଇତାପତି ନିଯୋଗର ଆଲୋଚନା ପରେ ରଥ ଯାତ୍ରା ଆୟୋଜନ ପାଇଁ ଗ୍ରୀନ୍ ସିଗନାଲ୍ ମିଳିଛି । ସେବାୟତମାନେ ନୀତିକାନ୍ତି ପାଇଁ ପିନ୍ଧିବେ ସ୍ୱତନ୍ତ୍ର ମାସ୍କ । ପହଣ୍ଡି ପାଇଁ ଆସିପାରେ ଆସାମୀ ଗାମୁଛା ।

କରୋନା ବନାମ୍ ଭକ୍ତି: ଏ ଥର ରଥ ଯାତ୍ରା ଆୟୋଜିତ ହେବ; ଶ୍ରୀମନ୍ଦିର ଭିତରୁ ମିଳିଲା ସବୁଜ ସଙ୍କେତ
ତିନି ରଥ ଶ୍ରୀମନ୍ଦିର ସିଂହଦ୍ୱାରରେ ଜୁନ ୨୨ରେ ଲାଗିବ । ଜୁନ ୨୩ରେ ରଥ ଯାତ୍ରା ।
  • News18 Odia
  • Last Updated: June 10, 2020, 11:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ରଥ ଯାତ୍ରାକୁ ନେଇ ଲାଗିରହିଥିବା ଅନିଶ୍ଚିତତା ମଧ୍ୟରେ ଗତ କାଲି ହାଇ କୋର୍ଟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ଏହାକୁ ନ୍ୟସ୍ତ କରିବା ପରେ ଆଜି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ସହ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରଥ ଯାତ୍ରାକୁ ସବୁଜ ସଙ୍କେତ ମିଳିଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ପରିଚାଳନା କମିଟିର ସେବାୟତ ସଦସ୍ୟ ଓ ଦଇତାପତି ନିଯୋଗର ସଭାପତି ଓ ସମ୍ପାଦକଙ୍କ ସହ ଏ ବିଷୟରେ ଆଲୋଚନା କରିଥିଲେ । ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଖୁବ୍‌ ଶୀଘ୍ର ପ୍ରସ୍ତୁତ ହେବ ରଥ ଯାତ୍ରା ନୀତି ନିର୍ଘଣ୍ଟ । ରଥ ଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୫,୦୦୦ ସ୍ୱତନ୍ତ୍ର ଡିଜାଇନର ମାସ୍କ ସେବାୟତମାନଙ୍କୁ ପ୍ରଦାନ କରାଯିବାକୁ ବି ବ୍ୟବସ୍ଥା ହୋଇଛି । ଖୁବ୍‌ ଶୀଘ୍ର ରଥ ଯାତ୍ରାକୁ ନେଇ ସରକାର ସ୍ପଷ୍ଟ କରିବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ସୂଚନା ଦେଇଛନ୍ତି ।

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବୈଠକ ହେବା ପରେ ଦଇତାପତି ନିଯୋଗର ସଭାପତି ଓ ସମ୍ପାଦକଙ୍କୁ ନେଇ ବୈଠକ ହୋଇଥିଲା । ପ୍ରଥମେ ସ୍ନାନ ପୂର୍ଣ୍ଣିମା ନୀତି ଉପରେ ଆଲୋଚନା ହେବା ପରେ ସମସ୍ତ ସେବାୟତଙ୍କୁ ଧନ୍ୟବାଦ ଦିଆଯାଇଥିଲା । ତା’ ପରେ ରଥ ଯାତ୍ରାକୁ ନେଇ ହୋଇଥିଲା ଆଲୋଚନା । ସେବାୟତମାନେ ନୀତି ସମ୍ପାଦନ କଲାବେଳେ ମାସ୍କ ପରିଧାନ କରିବେ, ହେଲେ ପହଣ୍ଡି ବେଳେ ମାସ୍କ ପିନ୍ଧିବା ପରମ୍ପରା ବିରୋଧୀ ବୋଲି ମତ ପ୍ରକାଶ ପାଇଥିଲା ।

‘‘ଆମେ ସମସ୍ତେ ପହଣ୍ଡି ପାଇଁ ଆସାମୀ ଗାମୁଛା ବରାଦ ଦିଆଯାଉ ବୋଲି ଅନୁରୋଧ କରିଛୁ । ଆମେ ତାକୁ ପିନ୍ଧି ପହଣ୍ଡି କରିବୁ । ଜୁନ ୨୨ ଯାଏଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ଜୁନ ୨୩ ରଥ ଯାତ୍ରା ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର କମାଣ୍ଡରଙ୍କ ସହ ଆଲୋଚନା କରାଯାଇଛି । ତା’ ସହିତ ରଥ ଯାତ୍ରାକୁ ନେଇ ଦଇତାପତି ସେବାୟତ ପ୍ରସ୍ତୁତ ରହିବା ନେଇ ଖୁବ ଶୀଘ୍ର ଏକ ବୈଠକ ବସି ଆଲୋଚନା ମଧ୍ୟ କରାଯିବ,’’ କହିଛନ୍ତି ଦଇତାପତି ନିଯୋଗର ସଭାପତି ରବିନ୍ଦ୍ର ଦାସ ମହାପାତ୍ର ।

କରୋନା ଯୋଗୁଁ ଅନେକ କଟକଣା ସତ୍ତ୍ୱେ ସ୍ନାନ ପୂର୍ଣ୍ଣିମା ଅତି ଶାନ୍ତିଶୃଙ୍ଖଳା ସହ ସରିଥିଲା ।


ସ୍ନାନ ପୂର୍ଣ୍ଣିମା ଅତି ଶାନ୍ତିଶୃଙ୍ଖଳା ସହ ସରିଥିବା ଯୋଗୁଁ ସେବାୟତ, ସହରବାସୀ, ଗଣମାଧ୍ୟମ ଓ ଭକ୍ତମାନଙ୍କୁ ଧନ୍ୟବାଦ ଦିଆଯାଇଛି । ସେବାୟତମାନଙ୍କ କଲ୍ୟାଣକୁ ନେଇ ପ୍ରତ୍ୟେକ ସେବାୟତଙ୍କୁ ପ୍ରଥମ ପର୍ଯ୍ୟାୟରେ ୫,୦୦୦ ଟଙ୍କା ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ଆଉ ୫,୦୦୦ ଟଙ୍କା ଦ୍ୱିତୀୟ କିସ୍ତି ଭାବେ ଦିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ।

‘‘ସେବାୟତଙ୍କ ସହ ସ୍ନାନ ପୂର୍ଣ୍ଣିମା ଓ ଶ୍ରୀମନ୍ଦିର ନୀତିକାନ୍ତି ଉପରେ ଆଲୋଚନା ହୋଇଛି । ସେବାୟତଙ୍କୁ ଦିଆଯିବ ସ୍ୱତନ୍ତ୍ର ମାସ୍କ । ଦଇତାପତି ସେବାୟତ ଓ ଅନ୍ୟ ସେବାୟତଙ୍କୁ ମିଶାଇ ୫,୦୦୦ ସେବାୟତଙ୍କୁ ମାସ୍କ ବଣ୍ଟନ କରାଯିବ । ଏଥି ପାଇଁ ବୟନିକା ସହ ଆଲୋଚନା କରି ମାସ୍କର ଡିଜାଇନ କରିବା ପରେ ଏସଏସଜିକୁ ବରାଦ ଦିଆଯିବ । ଶ୍ରୀମନ୍ଦିର ନୀତି କରିବା ବେଳେ ସେମାନେ ମାସ୍କ ପରିଧାନ କରିବେ । ରଥ ଯାତ୍ରା ପାଇଁ ରଥ ନିର୍ମାଣ କାମ ବହୁତ ଆଗେଇ ଚାଲିଛି । ବୋଧହୁଏ ଦୁଇ ତିନି ଦିନ ଭିତରେ ଶେଷ ହୋଇଯିବ ରଥ ନିର୍ମାଣ କାମ । ରଥ ଯାତ୍ରା ନେଇ ସେଭଳି କିଛି ନିଷ୍ପତ୍ତି ହୋଇନାହିଁ,’’ କହିଛନ୍ତି କ୍ରୀଷନ କୁମାର ।

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାଶ ମହାପାତ୍ର କହିଛନ୍ତି ଯେ ଏ ଥର ରଥ ଯାତ୍ରା ହେବ । ‘‘ଏଥି ପାଇଁ ଆମେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବୁ । ଜୁନ ୨୩ରେ ରଥ ଯାତ୍ରା ଥିବାରୁ ଜୁନ ୧୫ ସୁଦ୍ଧା ରଥ ଯାତ୍ରା ନେଇ ଚୂଡ଼ନ୍ତ ନିଷ୍ପତ୍ତି ଆସିବ । ରଥଯାତ୍ରା ବିନା ଭକ୍ତରେ କରାଯାଉ ବୋଲି ପରିଚାଳନା କମିଟି ନିଷ୍ପତ୍ତି ନେଇଛି । ସରକାର ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ରାଜ୍ୟ ସରକାର ରଥ ନିର୍ମାଣ କାମ ଆରମ୍ଭ କରିଛନ୍ତି । ତେଣୁ ରାଜ୍ୟ ସରକାର ରଥ ଯାତ୍ରା ନ କଲେ ବଦନାମ ହେବେ । ଜୁନ ୨୩ରେ ଯାହା ଗାଇଡଲାଇନ ଥିବ ସେହି ଅନୁସାରେ ରଥ ଯାତ୍ରା ପାଇଁ ନିଷ୍ପତ୍ତି ନିଆଯିବ । ସାଢେ ଚାରି କୋଟି ଓଡ଼ିଆ ଭକ୍ତ ଅନେଇ ରହିଛନ୍ତି କିଭଳି ରଥ ଯାତ୍ରା କରାଯାଉ । ଖୁବ୍‌ ଶୀଘ୍ର ରାଜ୍ୟ ସରକାର ରଥ ଯାତ୍ରା ଉପରେ ନିଷ୍ପତ୍ତି ଜଣାଇବେ,’’ କହିଛନ୍ତି ଦାଶ ମହାପାତ୍ର ।

ରଥ ଯାତ୍ରା ଆୟୋଜନ କରିବା ପାଇଁ ଗୁହାରି କରି ଶ୍ରୀଜଗନ୍ନାଥ ଜନ ଜାଗରଣ ସଂସ୍କୃତି ମଞ୍ଚ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ‘‘ସେହି ଅନୁସାରେ ହାଇ କୋର୍ଟ ଏହାର ଶୁଣାଣି କରି ରଥ ଯାତ୍ରା କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରିଛନ୍ତି । ସ୍ଥିତିକୁ ଦେଖି ସରକାର ନିଷ୍ପତ୍ତି ନେବେ । ହେଲେ ପୁରୀରେ ଏଯାବତ ସେତେ ବେଶୀ କରୋନା ପଜିଟିଭ ବାହାରି ନାହିଁ । ଯାହା ବି ବାହାରୁଛନ୍ତି କ୍ୱାରାଣ୍ଟାଇନ ସେଣ୍ଟରରେ ବାହାରୁଛନ୍ତି । ତେଣୁ ଆମର ଇଣ୍ଚରଭେନସନ ପିଟିସନକୁ ନେଇ କୋର୍ଟଙ୍କ ରାୟ ପରେ ରାଜ୍ୟ ସରକାର ଏ ନେଇ ପଦକ୍ଷେପ ନେବେ,’’ କହିଛନ୍ତି ଶ୍ରୀଜଗନ୍ନାଥ ଜନ ଜାଗରଣ ସଂସ୍କୃତି ମଞ୍ଚର ଆବାହକ ସରୋଜ ସାହୁ ।

‘‘ଆମେ ବହୁ କଷ୍ଟ ସତ୍ତ୍ୱେ ରଥ ନିର୍ମାଣରେ ନିଜକୁ ସମର୍ପିତ କରିଛୁ । ସମୟ ପୂର୍ବରୁ ତାହା ସରିବାକୁ ଯାଉଛି । ତିନି ରଥ ଶ୍ରୀମନ୍ଦିର ସିଂହଦ୍ୱାରରେ ଜୁନ ୨୨ରେ ଲାଗିବ । ହେଲେ ଜୁନ ୨୩ରେ ମହାପ୍ରଭୁ ବିରାଜମାନ କରିବା ପରେ ଆମେ ଶାନ୍ତି ପାଇ ଘରକୁ ଫେରିବୁ । ନ ହେଲେ ଆମମାନଙ୍କର କଷ୍ଟ ସବୁ ବ୍ୟର୍ଥ ଯିବ । ଯାହା ହେବ ସବୁ କାଳିଆର ଇଛା,’’ କହିଛନ୍ତି ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ।

ଏହା ବି ପଢ଼ନ୍ତୁ: 

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 10, 2020, 11:53 PM IST
corona virus btn
corona virus btn
Loading