ଭୁବନେଶ୍ୱର ଇସ୍କନ ମନ୍ଦିରରେ ବାହାରେ ତାଲା, ଭିତରେ ନିରାଡ଼ମ୍ବର ଢଙ୍ଗରେ ସ୍ନାନ ଯାତ୍ରା

ଇସ୍କନ ମନ୍ଦିରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ପାଳନ ସମୟରେ ସମସ୍ତେ ମାସ୍କ ପିନ୍ଧିଥିଲେ ଓ ସାମାଜିକ ଦୂରତା ବଜାୟ ରଖିଥିଲେ । ମନ୍ଦିର ବାହାରୁ ମୁଣ୍ଡିଆ ମାରି ଫେରିଥିଲେ ଭକ୍ତମାନେ ।

ଭୁବନେଶ୍ୱର ଇସ୍କନ ମନ୍ଦିରରେ ବାହାରେ ତାଲା, ଭିତରେ ନିରାଡ଼ମ୍ବର ଢଙ୍ଗରେ ସ୍ନାନ ଯାତ୍ରା
ମନ୍ଦିର ଭିତରେ ହୋଇଥିବା ଅସ୍ଥାୟୀ ସ୍ନାନ ମଣ୍ଡପକୁ ଚାରି ଠାକୁରଙ୍କୁ ଅଣାଯାଇ ସ୍ନାନ କରାଯାଇଥିଲା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ନିରାଡ଼ମ୍ବର ଢଙ୍ଗରେ ରାଜଧାନୀର ଇସ୍କନ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ସମ୍ପନ୍ନ ହୋଇଛି । କରୋନା ମହାମାରୀ ଯୋଗୁଁ ସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ ବାହାରୁ ହିଁ କଳା ଠାକୁରଙ୍କୁ ଦର୍ଶନ କରି ଫେରିଛନ୍ତି ଶ୍ରଦ୍ଧାଳୁ। କରୋନା କାଳରେ ମହାପ୍ରଭୁ ଉଦ୍ଧାର କରନ୍ତୁ ବୋଲି ମନାସିଛନ୍ତି ପୂଜକ ଓ ଶ୍ରଦ୍ଧାଳୁ।

ପବିତ୍ର ସ୍ନାନ ପୂର୍ଣ୍ଣିମାରେ ରତ୍ନବେଦୀରୁ ସ୍ନାନବେଦୀକୁ ଆସିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଇସ୍କନ ମନ୍ଦିରରେ ଭୋର୍‌ ୪ଟାରେ ଦ୍ୱାର ଫିଟା ନୀତି ପରେ ମଙ୍ଗଳ ଆଳତି ହୋଇଥିଲା। ଏହା ପରେ ସକାଳ ୯ଟାରେ ମନ୍ଦିର ଭିତରେ ହୋଇଥିବା ଅସ୍ଥାୟୀ ସ୍ନାନ ମଣ୍ଡପକୁ ଚାରି ଠାକୁରଙ୍କୁ ଅଣାଯାଇ ସ୍ନାନ କରାଯାଇଥିଲା । ଜଳ, ଚୁଆ, ଚନ୍ଦନ, କର୍ପୂର, ତୁଳସୀ, ଦୟଣା, କ୍ଷୀର, ଦହି, ମହୁ ଓ ସର୍ବଶେଷରେ ଜଳ ଲାଗି ହୋଇଥିଲା ମହାବାହୁଙ୍କ ପାଖରେ। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ଜଗନାଥଙ୍କୁ ସ୍ନାନ କରାଯାଇଥିଲା। ସୁନା କଳସରେ ୧୦୮ ଯୋଡ଼ା ପାଣିରେ ସ୍ନାନ କରିଛନ୍ତି ଠାକୁର । କରୋନା ଯୋଗୁଁ ଅଳ୍ପ କିଛି ସେବାୟତ ପୂଜାକଙ୍କୁ ନେଇ ବିଧି ସମ୍ପନ୍ନ ହୋଇଛି । ନୀତିକାନ୍ତି ସମୟରେ ସମସ୍ତେ ମାସ୍କ ପିନ୍ଧିବା ସହ ଦୂରତା ବଜାୟ ରଖିଥିଲେ ।

‘‘ଚଳିତ ବର୍ଷ ରଥ ଯାତ୍ରା ନ କରିବାକୁ ମନ୍ଦିର କମିଟି ସ୍ଥିର କରିଛି । କରୋନା ଯୋଗୁଁ ଗତ ତିନି ମାସ ହେବ ଦର୍ଶନ ବନ୍ଦ ରହିଥିବା ବେଳେ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ମଧ୍ୟ ବନ୍ଦ ରହିବ। ଏଣୁ ବିଧି ରକ୍ଷା ପାଇଁ ଆଜି କିଛି ହାତଗଣତି ସେବାୟତ ଠାକୁରଙ୍କୁ ସ୍ନାନ କରାଇଛନ୍ତି,’’ କହିଛନ୍ତି ଇସ୍କନ ମନ୍ଦିର ପୂଜା କମିଟିର ଅଧ୍ୟକ୍ଷ ଉପେନ୍ଦ୍ର ମିଶ୍ର ।

ସନ୍ଧ୍ୟା ପରେ ମନ୍ଦିର ଭିତରେ ଅସ୍ଥାୟୀ ରୂପେ କରାଯାଇଥିବା ଅଣସର ଗୃହକୁ ବିଜେ କରିଛନ୍ତି ଜଗା, ବଳିଆ, ସୁଭଦ୍ରା ଓ ସୁଦର୍ଶନ ।


ସ୍ନାନ ପରେ ହାତୀ ବେଶରେ ସଜାହୋଇଛି ତିନି ଠାକୁରଙ୍କୁ । ସନ୍ଧ୍ୟା ପରେ ମନ୍ଦିର ଭିତରେ ଅସ୍ଥାୟୀ ରୂପେ କରାଯାଇଥିବା ଅଣସର ଗୃହକୁ ବିଜେ କରିଛନ୍ତି ଜଗା, ବଳିଆ, ସୁଭଦ୍ରା ଓ ସୁଦର୍ଶନ । ବଡ଼ ଠାକୁରଙ୍କୁ ଆଜି ଦିନରେ ଦେଖି ନ ପାରି ବ୍ୟାକୁଳ ଭକ୍ତ ମନ। ବାହାରୁ ଟିକିଏ ଦେଖିଦେଲେ ଆଜି ଭଳି ଦିନରେ ଚକ୍ଷୁ ପବିତ୍ର ହୋଇଯିବ ବୋଲି ଭକ୍ତ ଭାବବିହ୍ୱଳ ହୋଇ କହିଛନ୍ତୁ । ମନ୍ଦିର ବାହାରେ ପୋଲିସ ପ୍ରାସାଶନ ମୁତୟନ ହୋଇଥିବାବେଳେ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ହୋଇଛି।

‘‘ପୂଜାର୍ଚ୍ଚନା ସମୟରେ ସମସ୍ତେ ମାସ୍କ ପିନ୍ଧିବା ସହ ଦୂରତା ବଜାୟ ରଖି କର୍ମ କରିଛୁ। ଏଭଳି ସ୍ଥିତିରେ ନିୟମ ଉଲ୍ଲଙ୍ଘନ କରିବା ନିଜ ପାଇଁ କଷ୍ଟକର । ତେବେ କରୋନା କବଳରୁ ପ୍ରଭୁ କେମିତି ଦେଶବାସୀଙ୍କ ଉଦ୍ଧାର କରନ୍ତୁ ସେ ନେଇ ପ୍ରାର୍ଥନା କରାଯାଇଛି,’’ କହିଛନ୍ତି ଇସ୍କନ ମନ୍ଦିର ପୂଜକ।

ପ୍ରଭୁ ୧୫ ଦିନ ଧରି ଅଣସର ଘରେ ରହିବେ ଓ ସେବା ଶୁଶ୍ରୁଷା ଚାଲିବ। ହେଲେ ନା ଏଥର ଗଡିବ ରଥ ନା ମହାବାହୁ ଭାଇଭଉଣୀଙ୍କୁ ନେଇ ବୁଲିଯିବେ ମାଉସୀ ଘର। କରୋନା କାଳରେ ଦେଖିବାକୁ ମିଳିଛି ଏ ବ୍ୟତିକ୍ରମ ।

ଏହା ବି ପଢ଼ନ୍ତୁ: 

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 6, 2020, 1:05 AM IST
corona virus btn
corona virus btn
Loading