ଏଥର ଗଡ଼ିବ ନାହିଁ ଇସ୍କନ ରଥ; ସ୍ନାନ ବେଦୀ ବଦଳରେ ମନ୍ଦିର ଭିତରେ ହେବ ସ୍ନାନ ପୂର୍ଣ୍ଣିମା

ସ୍ନାନ ବେଦୀକୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନ ଆଣି ମନ୍ଦିର ଭିତରେ କିଛି ସେବାୟତ କରିବେ ଦେବନୀତି । ସେଠାରୁ ଅଣସର ଗୃହକୁ ବିଜେ କରି ଆରମ୍ଭ ହେବ ଅଣସର ନୀତି।

ଏଥର ଗଡ଼ିବ ନାହିଁ ଇସ୍କନ ରଥ; ସ୍ନାନ ବେଦୀ ବଦଳରେ ମନ୍ଦିର ଭିତରେ ହେବ ସ୍ନାନ ପୂର୍ଣ୍ଣିମା
ଭୁବନେଶ୍ୱରର ଇସ୍କନ ମନ୍ଦିର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପ୍ରତି ବର୍ଷ ଲକ୍ଷ ଲକ୍ଷ ଇସ୍କନ (ISKCON) ଭକ୍ତ ଆଉ ରାଜଧାନୀବାସୀ ଅପେକ୍ଷା କରିଥାନ୍ତି ରଥାରୂଢ଼ ମହାବାହୁଙ୍କୁ ଦର୍ଶନ କରିବା ପାଇଁ । ଜଗା, ବଳିଆ ଓ ଭଉଣୀ ସୁଭଦ୍ରାଙ୍କୁ ମାଉସୀ ଘରକୁ ରଥରେ ବସାଇ ଟାଣି ଟାଣି ନେଇ ଯିବାକୁ ଅନାଇ ବସିଥାନ୍ତି ସମସ୍ତେ । ହେଲେ ଏଥର କରୋନା ସଙ୍କଟ ପାଇଁ ସବୁ କିଛି ଫିକା ପଡିଛି। ନା ରଥରେ ବସି ମହାପ୍ରଭୁ ଭାଇଭଉଣୀକୁ ନେଇ ମାଉସୀଙ୍କ ଘରକୁ ଯିବେ, ନା ଆୟୋଜିତ ହେବ ରଥଯାତ୍ରା ।

କରୋନା କଟକଣା ପାଇଁ ମନ୍ଦିରଗୁଡ଼ିକରେ ସମାବେଶ ଆୟୋଜନ ବନ୍ଦ ରହିଛି । କେନ୍ଦ୍ର ସରକାରଙ୍କ ଅନଲକ-୧ ନିୟମ ପରେ ରାଜ୍ୟ ସରକାର କଡ଼ାକଡ଼ି କରିଛନ୍ତି କଟକଣା । ଜୁନ ୩୦ ପର୍ଯ୍ୟନ୍ତ ନା ଖୋଲିବ କୌଣସି ମନ୍ଦିର ବା ଅନ୍ୟ ଧାର୍ମିକ ଅନୁଷ୍ଠାନ ନା ହେବ ଯାନି ଯାତ୍ରା । ତେଣୁ ଚଳିତ ବର୍ଷ ଇସ୍କନ ମନ୍ଦିର ପକ୍ଷରୁ ରଥଯାତ୍ରା ନ କରିବାକୁ ସ୍ଥିର କରାଯାଇଛି ।

ଆସନ୍ତା ୫ ତାରିଖ ଶୁକ୍ରବାର ଦିନ ମହାପ୍ରଭୁଙ୍କ ସ୍ନାନଯାତ୍ରା ଥିବାରୁ ଇସ୍କନ ମନ୍ଦିର ଭିତରେ ଦେବନୀତି କରାଯିବ। ସ୍ନାନ ବେଦୀକୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନ ଆଣି ମନ୍ଦିର ଭିତରେ କିଛି ସେବାୟତମାନେ କରିବେ ଦେବନୀତି। ସେଠାରୁ ଅଣସର ଗୃହକୁ ବିଜେ କରି ଆରମ୍ଭ ହେବ ଅଣସର ନୀତି। ଚଳିତ ବର୍ଷ ରଥଯାତ୍ରା ନ ହେବାର ଅଣସର ଘରୁ ମୂର୍ତ୍ତିକୁ ସିଧାସଳଖ ରତ୍ନବେଦୀକୁ ନ ନେଇ ଅନ୍ୟତ୍ର ରଖାଯିବ। ସେଠାରେ ପୂଜାର୍ଚ୍ଚନା ପରେ ସୁନାବେଶ ପରେ ବିଧିପୂର୍ବକ ରତ୍ନବେଦୀକୁ ଫେରିବେ ଦେବାଦେବୀ।

ପ୍ରତି ବର୍ଷ ବେଶ୍ ଯାକଯମକରେ ୟୁନିଟ ୮ ସ୍ଥିତ ମାଉସୀ ମା’ ଘରକୁ ବଡ଼ ଠାକୁର ବୁଲିଯାଆନ୍ତି ।


‘‘ରଥଯାତ୍ରା ସହ ଅନେକ ଭକ୍ତ ଙ୍କ ଭାବାବେଗ ଜଡିତ ରହିଛି । ରାସ୍ତାରେ ରଥ ଗଡ଼ିଲେ ଭକ୍ତଙ୍କୁ ସମ୍ଭାଳିବା ଅସମ୍ଭବ ହୋଇଯିବ। ତେଣୁ ଏ ଥର ଏ ମାହାମାରୀକୁ ଆଖିରେ ରଖି ରଥଯାତ୍ରା ନ କରିବାକୁ ନିଷ୍ପତ୍ତି ହୋଇଛି। କେବଳ ବିଧି ରକ୍ଷା ପାଇଁ ମନ୍ଦିର ଭିତରେ ନୀତିକାନ୍ତି କରିବୁ,’’ ଇସ୍କନ ମନ୍ଦିର ଫେଷ୍ଟିଭାଲ କମିଟିର ଅଧ୍ୟକ୍ଷ କହିଛନ୍ତି।

ପ୍ରତି ବର୍ଷ ବେଶ୍‌ ଯାକଯମକରେ ୟୁନିଟ ୮ ସ୍ଥିତ ମାଉସୀ ମା’ ଘରକୁ ବଡ଼ ଠାକୁର ବୁଲି ଯାଉଥିବା ବେଳେ ସେଠି ନଅ ଦିନ ଧରି ଲାଗେ ଗହଳି ଚହଳି । ଦିଅଁ ଦର୍ଶନ ସାଙ୍ଗକୁ ଯାନି ଯାତ୍ରା ଓ ମେଳାରେ କମ୍ପିଉଠେ ୟୁନିଟ ୮ ଅଞ୍ଚଳ। ହେଲେ ଏ ବର୍ଷ ସେ ସବୁଥିରେ ପଡିଛି ପୂର୍ଣ୍ଣଛେଦ।

ଗତ ମାର୍ଚ୍ଚ ୨୦ ତାରିଖରୁ ସାରା ରାଜ୍ୟରେ ମନ୍ଦିର ସହ ମସଜିଦ ଓ ଚର୍ଚ୍ଚ ଆଦି ସାଙ୍ଗକୁ ସବୁ ଧର୍ମୀୟ ଅନୁଷ୍ଠାନ ବନ୍ଦ ରହିଥିବା ବେଳେ ପାଳନ ହୋଇନାହିଁ କୌଣସି ପୂଜା କି ପର୍ବ ପର୍ବାଣୀ । ତେବେ ଓଡ଼ିଶାର ପ୍ରସିଦ୍ଧ ରଥଯାତ୍ରାରେ ବି ଏହି କରୋନା ଏଥର ବାଧକ ସାଜିଛି ।

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 2, 2020, 11:07 PM IST
corona virus btn
corona virus btn
Loading