ମୋଦି କ‘ଣ ବାସ୍ତବରେ ଜଣେ ସଂସ୍କାରକ? ମେ ୨୦୨୦ର ଅର୍ଥନୈତିକ ସଂସ୍କାର ଏ ପ୍ରଶ୍ନର ଶେଷ ଉତ୍ତର

ଗୁଜୁରାଟର ମୁଖ୍ୟ ମନ୍ତ୍ରୀ ଥିବା ଦିନ ଠାରୁ ଆରମ୍ଭ କରି ପ୍ରଧାନ ମନ୍ତ୍ରୀ ଭାବେ ଏଯାବତ୍ ଛଅ ବର୍ଷ କାର୍ଯ୍ୟକାଳ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦିଙ୍କର ସବୁ ଠୁ ସଫଳ ଗୁଣ ହେଉଛି ଯୋଜନାକୁ କାର୍ଯ୍ୟକାରୀ କରିବାରେ ତାଙ୍କର ଦକ୍ଷତା ।

ମୋଦି କ‘ଣ ବାସ୍ତବରେ ଜଣେ ସଂସ୍କାରକ? ମେ ୨୦୨୦ର ଅର୍ଥନୈତିକ ସଂସ୍କାର ଏ ପ୍ରଶ୍ନର ଶେଷ ଉତ୍ତର
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଅର୍ଥନୈତିକ ସଂସ୍କାରବାଦୀ? ଭାରତରେ ଅର୍ଥନୈତିକ ସଂସ୍କାରକମାନଙ୍କ ମଧ୍ୟରେ ସେ କେଉଁଠି ସ୍ଥାନ ପାଇବେ? ଏହି ପ୍ରଶ୍ନ ବାରମ୍ବାର ସାମନାକୁ ଆସୁଛି, ଆଉ ଏହାର କାରଣ ବି ଅଛି । ଏହି ପ୍ରଶ୍ନ ଉପରେ ବ୍ଲୁକ୍ରାଫ୍ଟ ଡିଜିଟାଲ୍‌ ଫାଉଣ୍ଡେସନର ସିଇଓ (CEO) ଅଖିଳେଶ ମିଶ୍ର ଏକ ବିଶ୍ଳେଷଣାତ୍ମକ ଲେଖାରେ ସ୍ପଷ୍ଟ କରିଛନ୍ତି ଯେ ମୋଦି ଜଣେ ସଫଳ ଅର୍ଥନୈତିକ ସଂସ୍କାରବାଦୀ ।

ମୋଦିଙ୍କ ପ୍ରଧାନ ମନ୍ତ୍ରୀତ୍ୱର ଏହି ବର୍ଷମାନଙ୍କରେ ତାଙ୍କ ସମାଲୋଚକମାନେ ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ଶାସନ ସମ୍ବନ୍ଧୀୟ ସମାଲୋଚନା କରିବାରେ ଅସମର୍ଥ ହୋଇଛନ୍ତି। ମୋଦି ଦୁର୍ନୀତିଗ୍ରସ୍ତ ନୁହଁନ୍ତି, ତାଙ୍କ ସରକାରରେ ଘୋଟାଲା ନାହିଁ, ପ୍ରିୟାପ୍ରୀତି ତୋଷଣର କୌଣସି ଅଭିଯୋଗ ନାହିଁ, ଏବଂ ସେ ଗରିବ-ବିରୋଧୀ ବୋଲି ବାମପନ୍ଥୀ ଦଳମାନେ ଆଣୁଥିବା ଅଭିଯୋଗ ୨୦୧୯ ନିର୍ବାଚନ ପରେ ଫମ୍ପା ପ୍ରମାଣିତ ହୋଇଛି । ତେଣୁ ମୋଦିଙ୍କ ବିରୋଧରେ କୌଣସି ପ୍ରକୃତ ସମାଲୋଚନାର ବିଷୟ ନ ଥିବା ସମୟରେ ‘ସଂସ୍କାର’ ବିଷୟରେ ବାରମ୍ବାର ପ୍ରଶ୍ନ ଆସୁଛି ।  ତେବେ ସତ୍ୟ କ’ଣ? ମୋଦି ଜଣେ ସଂସ୍କାରକ ନା ନୁହଁନ୍ତି?

ମୋଦିଙ୍କ ପ୍ରଥମ କାର୍ଯ୍ୟକାଳର ଯେକୌଣସି ଯଥାର୍ଥ ମୂଲ୍ୟାଙ୍କନରୁ ସ୍ଫଷ୍ଟ ହେବ ଯେ “ମୋଦି ଜଣେ ସଂସ୍କାରକ ନୁହଁନ୍ତି” ବୋଲି କଥାଟିର ଔଚିତ୍ୟ ନାହିଁ । କେବଳ ଦୁଇଟି ଉଦାହରଣ ଦେଖାଯାଉ । ‘ଫାଇନାନସିଆଲ ଏକ୍ସପ୍ରେସ’ ଖବରକାଗଜରେ ଡିସେମ୍ବର ୨୦୦୮ର ଏକ ଲେଖାରୁ ଏହି ବାକ୍ୟକୁ ବିଚାର କରନ୍ତୁ: “ସାଢ଼େ ଚାରି ବର୍ଷ କାର୍ଯ୍ୟକାଳ ମଧ୍ୟରେ ୟୁପିଏର ବୃହତ୍ତମ ଆର୍ଥିକ କ୍ଷେତ୍ର ସଂସ୍କାର ପଦକ୍ଷେପ ରୂପେ ବୀମା ଆଇନ (ସଂଶୋଧନ) ବିଲ୍, ଯାହା ବୀମା କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ସୀମାକୁ ବର୍ତ୍ତମାନର ୨୬%ରୁ ୪୯% କୁ ବୃଦ୍ଧି କରୁଛି, ଶେଷରେ ରାଜ୍ୟସଭାରେ ଆଗତ କରାଯାଇଛି ।’’ ‘ଇକୋନୋମିକ୍ ଟାଇମ୍ସ’ ଖବକ କାଗଜରେ ଅଗଷ୍ଟ ୨୦୧୨ର ଏକ ଲେଖାରୁ ଏହି ବାକ୍ୟ, “ଅର୍ଥନୀତିଜ୍ଞ ଓ ନୀତି ନିର୍ଣ୍ଣୟକାରୀମାନେ ଡିଜେଲ ମୂଲ୍ୟ ହ୍ରାସ କରିବାକୁ ସରକାରଙ୍କୁ ଅନୁରୋଧ କରୁଛନ୍ତି ।’’

ଏଥିରୁ ସ୍ପଷ୍ଟ ଯେ ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂ ନିଜ ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ କୌଣସି ପ୍ରକୃତ ସଂସ୍କାରକୁ ଆଗେଇ ନେବାରେ ଅସମର୍ଥ ହୋଇଥିଲେ । ଏହି ଦୁଇଟି ଯାକ ସଂସ୍କାର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ହିଁ ଆରମ୍ଭ କରାଯାଇଥିଲା । ମୋଦିଙ୍କ ସଂସ୍କାରବାଦୀ ହୋଇଥିବାର ପ୍ରମାଣପତ୍ର ଉପରେ ପ୍ରଶ୍ନର ସମାଧାନ ଏହି କଥାରୁ ହିଁ ସ୍ପଷ୍ଟ ହୋଇଯାଏ । କିନ୍ତୁ ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ଆଉ କ’ଣ ହାସଲ କରାଯାଇଛି ତାହାର କିଛି ଉଦାହରଣକୁ ବିଚାର କରାଯାଉ । ଜି.ଏସ୍.ଟି. (GST), ଆଇ.ବି.ସି. (IBC); ପ୍ରାକୃତିକ ସମ୍ପଦର ସ୍ୱଚ୍ଛ, ନିୟମ-ଆଧାରିତ ନିଲାମ; RERA; ସୀମା ସଂସ୍କାର ଓ DBTର ବୈପ୍ଳବିକ ପ୍ରତିଷ୍ଠା ।

କୃଷି କ୍ଷେତ୍ରରେ କୁହାଯାଇପାରିବ ଯେ ଭାରତ ପାଇଁ ଅଗଷ୍ଟ ୧୯୪୭ ଯାହା କୃଷକମାନଙ୍କ ପାଇଁ ମେ ୨୦୨୦ ହେଉଛି ତାହା ।


“ସଂସ୍କାର କେଉଁଠି ଅଛି?” ପ୍ରଶ୍ନ ଆଉ କାମ କରୁନାହିଁ ବୋଲି ହୃଦୟଙ୍ଗମ କରି ସମାଲୋଚକମାନେ ପରେ “ବଡ଼ ଧରଣର ସଂସ୍କାର କେଉଁଠି ଅଛି?” ବୋଲି ପ୍ରଶ୍ନ ପଚାରୁଛନ୍ତି । ହେଲେ ଯେହେତୁ ବଡ ଧରଣର ସଂସ୍କାର କ’ଣ ତା’ର ବ୍ୟାଖ୍ୟା କେହି କରିନାହାଁନ୍ତି, ତେଣୁ ଏହି ପ୍ରଶ୍ନକୁ ଲଗାତର ପଚରାଯାଇପାରିବ । କିନ୍ତୁ ସମାଲୋଚକମାନେ ମୋଦି ୨.୦ ପାଇଁ ପ୍ରସ୍ତୁତ ନ ଥିଲେ । ଏପରିକି ମୋଦିଙ୍କ ‘ଆତ୍ମ ନିର୍ଭର ଭାରତ’ ଭାଷଣ ପରେ ଘୋଷଣା କରାଯାଇଥିବା ପଦକ୍ଷେପଗୁଡ଼ିକ ପୂର୍ବରୁ ବଡ଼ ଆର୍ଥିକ ସଂସ୍କାର ଯଥା ମେଗା ବ୍ୟାଙ୍କ ମିଶ୍ରଣ, ବହୁ ସଂଖ୍ୟକ ଶ୍ରମ ଆଇନରେ ସଂସ୍କାର କରି ତାକୁ ଚାରିଟି ସୁଧାରିତ ଶ୍ରମ କୋଡରେ ଏକତ୍ର କରିବା ଏବଂ କର୍ପୋରେଟ୍ ଟ୍ୟାକ୍ସ ହାର କମ୍‌ କରି ତାକୁ ବିଶ୍ୱର ସର୍ବନିମ୍ନ ସ୍ତରକୁ ଆମିବା ଭଳି ବହୁ ବଡ଼ ଧରଣର ସଂସ୍କାର ଘୋଷଣା କରାଯାଇଥିଲା ଓ କାର୍ଯ୍ୟକାରୀ କରାଯାଇଥିଲା । ଆଉ ତା’ପରେ ମେ ୨୦୨୦ର ଅନେକ ବଡ଼ ଘୋଷଣା ଆସିଥିଲା ।

କୃଷି କ୍ଷେତ୍ରରେ କୁହାଯାଇପାରିବ ଯେ ଭାରତ ପାଇଁ ଅଗଷ୍ଟ ୧୯୪୭ ଯାହା କୃଷକମାନଙ୍କ ପାଇଁ ମେ ୨୦୨୦ ହେଉଛି ତାହା । ଆମର ଅନ୍ନାଦାତା ଶେଷରେ ‘ଆତ୍ମ ନିର୍ଭର’ ହୋଇଛି । କୃଷି ଉତ୍ପାଦନ ବଜାର କମିଟି (APMC) ଇତିହାସରେ ପରିଣତ ହୋଇଯାଇଛି । ଏସେନସିଆଲ୍ କମୋଡିଟିସ୍ ଆକ୍ଟ (Essential Commodities Act)ର ଡେମୋକ୍ଲିସ୍ ଖଣ୍ଡାର ଧାରକୁ ବାହାର କରି ନିଆଯାଇଛି । ଅନେକ ଦଶନ୍ଧି ପରେ ଆମର କୃଷକମାନେ ଶେଷରେ ମୁକ୍ତ ହୋଇଛନ୍ତି । ସେମାନେ ବର୍ତ୍ତମାନ ଯାହା ଚାହିଁବେ ଉତ୍ପାଦନ କରିପାରିବେ, ଯେଉଁଠି ଚାହିଁବେ ବିକ୍ରୟ କରିପାରିବେ, ଏବଂ ଯେଉଁ ମୂଲ୍ୟରେ ବିକ୍ରି କରିବାକୁ ଚାହିଁବେ ସେହି ମୂଲ୍ୟ କରିପାରିବେ । କୃଷି ସଂସ୍କାରର ମୂଳ ମନ୍ତ୍ର କଣ୍ଟ୍ରାକ୍ଟ ଫାର୍ମିଂ ମଧ୍ୟ ଏକ ବାସ୍ତବତାରେ ପରିଣତ ହୋଇଛି । ଏହାର ଅର୍ଥ ହେଉଛି କୃଷି ଯେତ୍ରରେ ଏବେ ଶିଳ୍ପ ସ୍ତରର ନିବେଶ ହେବ ଓ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ସମନ୍ୱିତ ବଜାରରେ ଏଣିକି କୃଷି ପରିଚାଳିତ ହେବ ।

କିନ୍ତୁ ମେ ମାସରେ ହୋଇଥିବା ବଡ଼ ଆର୍ଥିକ ସଂସ୍କାର କେବଳ କୃଷିରେ ସୀମିତ ନୁହେଁ । ବାଣିଜ୍ୟିକ କୋଇଲା ଖନନ (commercial coal mining) ବର୍ତ୍ତମାନ ଖୋଲିଦିଆଯାଇଛି । କେବଳ ବନ୍ଦୀ କୋଇଲା ଖଣିକୁ (captive coal mines) ଅନୁମତି ଦେବାର ନିୟମ ଉଠେଇନିଆଯାଇଛି । ଏମଏସଏମଇ (MSME) କ୍ଷେତ୍ରକୁ ଖୋଲିଦିଆଯାଇଛି । ପୁରୁଣା ପରିଭାଷାର ଭୟରେ ନିଜକୁ ସୀମିତ ନ କରି MSME କ୍ଷେତ୍ର ବର୍ତ୍ତମାନ ଆଗକୁ ବଢ଼ିପାରିବ । ସ୍ୱୟଂଚାଳିତ ମାର୍ଗ ମାଧ୍ୟମରେ ପ୍ରତିରକ୍ଷା କ୍ଷେତ୍ରରେ FDI ବର୍ତ୍ତମାନ ୭୪% କରାଯାଇଛି । କେତେକ ମାମଲାରେ ଏହା 100% ହୋଇପାରିବ ।

ସରକାରୀ ଉପକ୍ରମ (PSU) ଘରୋଇକରଣର ଏକ ବାସ୍ତବତା ହେବାକୁ ଯାଉଛି । ରଣନୀତିକ କ୍ଷେତ୍ରଗୁଡିକରେ ସରକାରୀ ସଂସ୍ଥାରହିବେ, ଆଉ ଅଣ-ରଣନୀତିକ କ୍ଷେତ୍ରଗୁଡିକରୁ ସରକାର ସଂପୂର୍ଣ୍ଣ ଭାବେ ବାହାରକୁ ଯିବେ । ମହାକାଶ (ସ୍ପେସ୍) ସେକ୍ଟରକୁ ବେସରକାରୀ ଉଦ୍ୟୋଗ ପାଇଁ ଖୋଲାଯାଇଛି । ଗୋଟିଏ ଦେଶ-ଗୋଟିଏ କାର୍ଡ ଏକ ବାସ୍ତବତା ହେବାକୁ ଯାଉଛି ।

ଏହି ସଂସ୍କାରମୂଳକ ପଦକ୍ଷେପ ଓ ସେମାନଙ୍କୁ ସମର୍ଥନ କରିବା ପାଇଁ ସୃଷ୍ଟି ହୋଇଥିବା ଆଇନଗତ ଢାଞ୍ଚାଗୁଡ଼ିକ ଶେଷରେ “ବଡ ଧରଣର ସଂସ୍କାର କେଉଁଠି ଅଛି?” ପ୍ରଶ୍ନର ହାୱା ବାହାର କରିଦେଇଛନ୍ତି । ତେଣୁ ମୋଦିଙ୍କ ବହୁ ବର୍ଷର ସମାଲୋଚକମାନେ ଏକ ନୂତନ ଧାରା ଉଦ୍ଭାବନ କରିବାରେ ଲାଗିଛନ୍ତି: “ନିଶ୍ଚିତ, ମୋଦିଙ୍କର ଭଲ ସଂସ୍କାର ଧାରଣା ଅଛି, କିନ୍ତୁ ତାଙ୍କର କାର୍ଯ୍ୟକାରିତା ଟ୍ରାକ୍ ରେକର୍ଡ ଖରାପ।’’ ଏହି ଆଧୁନିକ ଧାରାର ସମସ୍ୟା ହେଉଛି ଯେ ଏପରିକି ମୋଦିଙ୍କ ସବୁ ଠାରୁ ଦୃଢ଼ ବିରୋଧୀମାନେ ବି ଏଥିରେ ସହମତ ହେବେ ନାହିଁ ।

ଗୁଜୁରାଟର ମୁଖ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ଦିନ ଠାରୁ ଆରମ୍ଭ କରି ପ୍ରଧାନ ମନ୍ତ୍ରୀ ଭାବରେ ତାଙ୍କର ଏଯାବତ୍‌ ଛଅ ବର୍ଷ ପର୍ଯ୍ୟନ୍ତ ଯଦି ମୋଦିଙ୍କର ଗୋଟିଏ ସଫଳ ଗୁଣ (USP) ଥାଏ, ତେବେ ତାହା ହେଉଛି ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ତାଙ୍କର ଦକ୍ଷତା । ଜନ ଧାନ ବ୍ୟାଙ୍କ ଆକାଉଣ୍ଟ ଠାରୁ ଆରମ୍ଭ କରି ପ୍ରତ୍ୟେକ ଗାଁରେ ଓ ପ୍ରାୟ ପ୍ରତ୍ୟେକ ଘରେ ବିଦ୍ୟୁତ୍ ପହଞ୍ଚାଇବା ପର୍ଯ୍ୟନ୍ତ, ଉଜ୍ଜ୍ୱଳା ଓ ପ୍ରଧାନ ମନ୍ତ୍ର ଆୱାସ ଓ ଜନ ସୁରକ୍ଷାରୁ ଆୟୁଷ୍ମାନ ଭାରତ ଠାରୁ ଆରମ୍ଭ କରି ମୁଦ୍ରା ଲୋନ୍‌ ବିତରଣ ପର୍ଯ୍ୟନ୍ତ ସବୁ ଯୋଜନାର ଉନ୍ନତ କାର୍ଯ୍ୟକାରୀତା ପାଇଁ ହିଁ ମୋଦି ଅଧିକ ଉନ୍ନତ ସଂଖ୍ୟାଗରିଷ୍ଠତା ସହ ଦ୍ୱିତୀୟ ଥର ନିର୍ବାଚନ ଜିତି ଆସିଲେ ।

ଏହା ବି ପଢ଼ନ୍ତୁ: 

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 9, 2020, 1:41 PM IST
corona virus btn
corona virus btn
Loading