କାଳିଆ ଯୋଜନା ଟଙ୍କା ହାତେଇଥିବା ଅଯୋଗ୍ୟ ଚାଷୀଙ୍କୁ ଏବେ ଫେରାଇବାକୁ ପଡ଼ିବ ନାହିଁ ଟଙ୍କା

ଟଙ୍କା ଫେରସ୍ତ କରିବା ନେଇ ସରକାରଙ୍କ ଚେତାବନୀକୁ ନେଇ ପ୍ରମୁଖ ବିରୋଧୀ ରାଜନୈତିକ ଦଳଗୁଡ଼ିକ ପ୍ରତିକ୍ରିୟା ପ୍ରକାଶ କରିଥିଲେ ଓ କିଛି ଚାଷୀ ବି ବର୍ତ୍ତମାନ ପରିସ୍ଥିତିରେ ଟଙ୍କା ଫେରସ୍ତ କରିବାରେ ଅସମର୍ଥତା ପ୍ରକାଶ କରିଥିଲେ।

କାଳିଆ ଯୋଜନା ଟଙ୍କା ହାତେଇଥିବା ଅଯୋଗ୍ୟ ଚାଷୀଙ୍କୁ ଏବେ ଫେରାଇବାକୁ ପଡ଼ିବ ନାହିଁ ଟଙ୍କା
କାଳିଆ ଯୋଜନା ଉଦଘାଟନ ସମୟରେ ମୁଖ୍ୟ ମନ୍ତ୍ରୀ ଓ (ଡାହାଣ) ଜଣେ ଚାଷୀ
  • News18 Odia
  • Last Updated: August 10, 2020, 12:41 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କୁ କିଛି ଆଶ୍ୱସ୍ତି ମିଳିଛି । ସେମାନଙ୍କୁ ଟଙ୍କା ଫେରସ୍ତ କରିବା ନେଇ ସାମୟିକ ଆଶ୍ୱସ୍ତି ଦେଇଛନ୍ତି ସରକାର । ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ବର୍ତ୍ତମାନ ପାଇଁ ସରକାର ସ୍ଥଗିତ ରଖିଛନ୍ତି । କୋଭିଡ ସ୍ଥିତି ଓ ଖରିଫ ଚାଷ ଚାଲିଥିବାରୁ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି । ଏ ନେଇ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି।

କାଳିଆ ଯୋଜନାରେ ପର୍ଯ୍ୟାୟ କ୍ରମେ ପ୍ରଥମ କିସ୍ତିରେ ୫୧,୦୫,୧୯୦ ଜଣ ଚାଷିଙ୍କୁ ୫,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏପରିକି ଦ୍ୱିତୀୟ କିସ୍ତିରେ ବି ଅଳ୍ପ କିଛି ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇ ସାରିଛି। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଫିଲଡ଼ ଭେରିଫିକେସନ ପରେ ପ୍ରାୟ ୧,୦୬,୬୩୧ ହିତାଧିକାରୀ ଅଯୋଗ୍ୟ ବୋଲି ଜଣାପଡିଥିଲା । ଏହି ତଥ୍ୟ ଜଣା ପଡିବା ପରେ  ଅଯୋଗ୍ୟଙ୍କୁ ନିଜ ଆଡୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ ସରକାର । ଏପରିକି ଯଦି ସରକାରୀ ଚାକିରିଆ ଅଯୋଗ୍ୟ ଥାଇ ବି ଏହି ଟଙ୍କା ନ ଫେରାନ୍ତି ସରକାର ତାଙ୍କ ଦରମାରୁ ଏହି ରାଶି ଭରଣା କରିବାକୁ ଚେତାବନୀ ଦେଇଥିଲେ ।

ବର୍ତ୍ତମାନ ସୁଦ୍ଧା ଅନେକ ବଡ଼ ଚାଷୀ ଓ କରଦାତା ନିଜ ଆଡୁ ଅର୍ଥ ଫେରସ୍ତ କରିଥିବା ବେଳେ ଅନେକ ଅଯୋଗ୍ୟ ଏ ଯାଏଁ ଫେରସ୍ତ କରି ନାହାନ୍ତି । ତେଣୁ ମାସକ ମଧ୍ୟରେ  ଟଙ୍କା ଫେରସ୍ତ ନେଇ ସେମାନଙ୍କୁ ବ୍ୟକ୍ତିଗତ ଭାବେ  ଅନୁରୋଧ ପତ୍ର ଲେଖିଥିଲେ ଜିଲ୍ଲା କୃଷି ଅଧିକାରୀ । ସରକାରଙ୍କ ଦ୍ଵାରା ପ୍ରଦତ୍ତ ଏସବିଆଇ ଆକାଉଣ୍ଟ ନମ୍ବର ୩୮୪୭୪୫୦୦୭୬୨ ରେ ଟଙ୍କା ଫେରସ୍ତ କରିବା ପାଇଁ ବ୍ୟକ୍ତିଗତ ଭାବେ ସେମାନଙ୍କୁ ଅନୁରୋଧ ପତ୍ର ଲେଖିଥିଲେ ସରକାରୀ ଅଧିକାରୀମାନେ ।

ଟଙ୍କା ଫେରସ୍ତ ନ କରିବା ବିଷୟରେ ସରକାର ଜାରି କରିଥିବା ଆଦେଶ


ହେଲେ ଟଙ୍କା ଫେରସ୍ତ କରିବା ନେଇ ସରକାରଙ୍କ ଚେତାବନୀକୁ ନେଇ ପ୍ରମୁଖ ବିରୋଧୀ ରାଜନୈତିକ ଦଳଗୁଡ଼ିକ ପ୍ରତିକ୍ରିୟା ପ୍ରକାଶ କରିଥିଲେ ଓ କିଛି ଚାଷୀ ବି ବର୍ତ୍ତମାନ ପରିସ୍ଥିତିରେ ଟଙ୍କା ଫେରସ୍ତ କରିବାରେ ଅସମର୍ଥତା ପ୍ରକାଶ କରିଥିଲେ।

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ମୃତ୍ୟୁ: ରିୟାଙ୍କ ଭାଇ ସୌଭିକଙ୍କୁ EDର ମାରାଥନ୍‌ ଜେରା; ଆଜି ପୁଣି ରିୟାଙ୍କ ଜେରା ହେବ

ଏହା ବି ପଢ଼ନ୍ତୁ | କେରଳ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୯; ତଦନ୍ତ ଆରମ୍ଭ ହେଲା; ବିମାନ ବନ୍ଦରରେ ସ୍ଥିତି ଥିଲା ବିପଦଜନକ

ସରକାରଙ୍କ ଆଜିର ନିଷ୍ପତ୍ତି ପରେ ସହାୟତା ହାତେଇଥିବା ଅଯୋଗ୍ୟ ହିତାଧିକାରୀମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ଏହି ପରି ସହାୟତା ହାତେଇଥିବା ଜଣେ ଚାଷୀ ପୀତାମ୍ବର ସାହୁ କହିଛନ୍ତି, ‘‘ଏହି ଲକଡାଉନ ସମୟରେ ଟଙ୍କା ଫେରାଇବା ସମ୍ଭବ ନୁହେଁ । ବର୍ତ୍ତମାନ ପରିସ୍ଥିତିରେ ସରକାର ପ୍ରକ୍ରିୟାକୁ ସ୍ଥଗିତ କରିଥିବାରୁ ଏହାକୁ ମୁଁ ସ୍ୱାଗତ କରୁଛି ।’’



ଚାଷୀ ନକୁଳ ଚୌଧୁରୀ କହିଛନ୍ତି, ‘‘ଏପରି ସ୍ଥିତିରେ କାଳିଆ ଟଙ୍କା ଫେରାଇବା ନେଇ ଖବର ଆସିବା ପରେ ଚିନ୍ତାରେ ପଡ଼ିଥିଲୁ । କିନ୍ତୁ ଆଜି ରାଜ୍ୟ ସରକାର କାଳିଆ ଯୋଜନାରେ ପାଇଥିବା ଟଙ୍କା ଫେରାଇବା ପାଇଁ ଦେଇଥିବା ନିର୍ଦ୍ଦେଶକୁ ସ୍ଥିଗିତ କରିଥିବାରୁ ଆମେ ଖୁସି ।’’
Published by: Anand Shankar Thankur Das
First published: August 10, 2020, 12:41 AM IST
corona virus btn
corona virus btn
Loading