ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ୭ ତାରିଖ ଠାରୁ ଦେଶକୁ ଆଣିବା କାମ ଆରମ୍ଭ ହେବ

ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଉଭୟ ବିମାନ ଓ ନୌସେନାର ଜାହାଜ ବ୍ୟବହାର କରାଯିବ । ସେମାନଙ୍କୁ ଏଥି ପାଇଁ ଦେୟ ବି ଦେବାକୁ ପଡ଼ିବ । କେବଳ କୋଭିଡ-୧୯ ଲକ୍ଷଣ ନ ଥିବା ଭାରତୀୟଙ୍କୁ ଦେଶକୁ ଅଣାଯିବ ।

ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ୭ ତାରିଖ ଠାରୁ ଦେଶକୁ ଆଣିବା କାମ ଆରମ୍ଭ ହେବ
ଯାତ୍ରା ଆରମ୍ଭ କରିବା ପୂର୍ବରୁ ପ୍ରତି ପ୍ରବାସୀ ଭାରତୀୟଙ୍କ ମେଡିକାଲରେ ସ୍କ୍ରିନିଂ କରାଯିବ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଲକଡାଉନ୍‌ କାରଣରୁ ବିଦେଶରେ ଫସି ରହିଥିବା ଲକ୍ଷ ଲକ୍ଷ ଭାରତୀୟ ନାଗରିକଙ୍କ ସ୍ୱଦେଶକୁ ସ୍ଥାନାନ୍ତର କାର୍ଯ୍ୟ ଆସନ୍ତା ୭ ତାରିଖ ଗୁରୁବାର ଠାରୁ ପର୍ଯ୍ୟାୟକ୍ରମେ ଆରମ୍ଭ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏହି ସ୍ଥାନାନ୍ତର ପ୍ରକ୍ରିୟା ଏଭଳି ସବୁ ଠୁ ବଡ ଅପରେସନ ହେବ ବୋଲି କୁହାଯାଉଛି ।

ସରକାର କହିଛନ୍ତି ଯେ ଭାରତୀୟ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ଉଭୟ ବିମାନ ଓ ନୌସେନାର ଜାହାଜ ଦ୍ୱାରା କରାଯିବ ଓ ସେଥି ପାଇଁ ଏକ ମାନକ କାର୍ଯ୍ୟ ପଦ୍ଧତି (SOP) ପ୍ରସ୍ତୁତ କରାଯାଇଛି । କରୋନା ଭାଇରସ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ମାର୍ଚ୍ଚ ୨୨ରେ ଭାରତକୁ ଆସିବାକୁଥିବା ସବୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

ବିମାନ ଯାତ୍ରା ପାଇଁ ଅଣ-ନିର୍ଦ୍ଧାରିତ ବାଣିଜ୍ୟିକ ବିମାନର ବ୍ୟବସ୍ଥା କରାଯିବ ଓ ଦେୟ ଭିତ୍ତିରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ସରକାର କହିଛନ୍ତି । ପୂର୍ବ ପଦ୍ଧତିରୁ ଏହା ଅଲଗା । ଲକଡାଉନ୍‌ ଆରମ୍ଭ ହେବା ପୂର୍ବରୁ ବିଦେଶରେ ଥିବା ଭାରତୀୟ ନାଗରିକଙ୍କୁ ଦେଶକୁ ସ୍ଥାନାନ୍ତର କରିବା ପାଇଁ ସରକାର ଅର୍ଥ ପ୍ରଦାନ କରିଥିଲେ ।

ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରିବା ପାଇଁ ଟ୍ରେନ୍ ଭଡା ଦେବାକୁ ହୋଇଥିବାରୁ ଆରମ୍ଭ ହୋଇଥିବା ବିବାଦ ପରେ ଏହି ନୂଆ ବ୍ୟବସ୍ଥା ଲାଗୁ ହୋଇଥିବା ଜଣାପଡ଼ିଛି ।

ସରକାରଙ୍କ ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ସମସ୍ତ ଯାତ୍ରୀଙ୍କୁ ଫେରିବା ପାଇଁ ବିମାନରେ ଯିବାକୁ ଅନୁମତି ଦିଆଯିବା ପୂର୍ବରୁ ସ୍କ୍ରିନିଂ କରାଯିବ ଓ କେବଳ କୋଭିଡ-୧୯ ରୋଗର ଲକ୍ଷଣ ନ ଥିବା ଯାତ୍ରୀଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ । ସେମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ସେମାନଙ୍କୁ ସରକାରଙ୍କ କଣ୍ଟାକ୍ଟ ଟ୍ରେସିଂ ଆପ୍‌ ‘ଆରୋଗ୍ୟ ସେତୁ’ ଡାଉନଲୋଡ୍ କରିବାକୁ ପଡ଼ିବ ।

“ସମସ୍ତଙ୍କୁ ମେଡିକାଲରେ ସ୍କ୍ରିନିଂ କରାଯିବ । ସ୍ୱାସ୍ଥ୍ୟ ଯାଞ୍ଚ ହେବା ପରେ ସେମାନଙ୍କୁ ସଂପୃକ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ପିଟାଲରେ କିମ୍ବା ଦେୟ ଭିତ୍ତିରେ କୌଣସି ସଂସ୍ଥାର କ୍ୱାରାଣ୍ଟିନରେ ୧୪ ଦିନ ପାଇଁ ରଖାଯିବ,’’ ସରକାର କହିଛନ୍ତି ।

୧୪-ଦିନିଆ କ୍ୱାରାଣ୍ଟିନ ଶେଷ ହେବା ପରେ ସମସ୍ତଙ୍କୁ କୋଭିଡ-୧୯ ପରୀକ୍ଷା ହେବ ଓ ସେହି ଅନୁସାରେ ସ୍ୱାସ୍ଥ୍ୟ ପ୍ରୋଟୋକଲ ଅନୁଯାୟୀ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରେ କୁହାଯାଇଛି ।

ସରକାର କେତେ ଜଣ ପ୍ରବାସୀ ଭାରତୀୟଙ୍କୁ ଘରକୁ ଫେରାଇ ଆଣିବାକୁ ଯୋଜନା କରୁଛନ୍ତି ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ ।
First published: May 4, 2020, 9:02 PM IST
corona virus btn
corona virus btn
Loading