କରୋନା ପାଇଁ ପ୍ରସ୍ତୁତି: ଟ୍ରେନ୍ କୋଚଗୁଡ଼ିକୁ ଆଇସୋଲେସନ୍ ୱାର୍ଡ଼ରେ ପରିଣତ କରୁଛି ରେଳବାଇ

ଦେଶର ପ୍ରତି ରେଳ ଷ୍ଟେସନରେ ଗୋଟିଏ ଲେଖାଁ ହଲ୍ ବା ବିଲଡିଂକୁ ଆଇସୋଲେସନ୍ ୱାର୍ଡ଼ ଭାବେ ବ୍ୟବହାର କରିବା ପାଇଁ ଚିହ୍ନଟ କରିବା ଓ ପ୍ରସ୍ତୁତ କରିବା କାର୍ଯ୍ୟ ମଧ୍ୟ ଚାଲିଛି ।

କରୋନା ପାଇଁ ପ୍ରସ୍ତୁତି: ଟ୍ରେନ୍ କୋଚଗୁଡ଼ିକୁ ଆଇସୋଲେସନ୍ ୱାର୍ଡ଼ରେ ପରିଣତ କରୁଛି ରେଳବାଇ
ଟ୍ରେନ୍ କୋଚରେ ହୋଇଥିବା ଏକ ଆଇସୋଲେସନ୍ ୱାର୍ଡ଼ର ଦୃଶ୍ୟ
  • News18 Odia
  • Last Updated: March 28, 2020, 11:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଭାରତୀୟ ରେଳ ଟ୍ରେନର କୋଚଗୁଡ଼ିକୁ ଆଇସୋଲେସନ୍‌ ୱାର୍ଡ଼ (ପୃଥକୀକରଣ ୱାର୍ଡ଼)ରେ ପରିଣତ କରିଛି । ଯଦି ଆବଶ୍ୟକ ପଡେ ତେବେ ରେଳବାଇ ତିନି ଲକ୍ଷ ରୋଗୀଙ୍କ ପାଇଁ ଚିକିତ୍ସା ଶଯ୍ୟା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛି ।

ଉତ୍ତର କେନ୍ଦ୍ରୀୟ ରେଳବାଇ (ଏନସିଆର) ଜେନେରାଲ ମ୍ୟାନେଜର ରାଜୀବ ଚୌଧୁରୀ କହିଛନ୍ତି ଯେ ରେଳବାଇ ମେଡିକାଲ ପ୍ରଫେସନାଲମାନଙ୍କ ସହିତ ପରାମର୍ଶ କରିବା ପରେ ନୂଆ ଦିଲ୍ଲୀର କୋଚିଂ ଡିପୋରେ ଏକ କୋଚକୁ ଆଇସୋଲେସନ୍‌ ୱାର୍ଡ଼ରେ ପରିଣତ କରିଛି ।

‘‘ଗୋଟେ ରେଳ କୋଚକୁ କୋଭିଡ-୧୯ ରୋଗୀଙ୍କ ପାଇଁ ଆଇସୋଲେସନ୍‌ ୱାର୍ଡ଼ରେ କରିଣତ କରାଯାଇଛି । ଏମିତି ଅନେକ କୋଚକୁ ଆଇସୋଲେସନ୍‌ ୱାର୍ଡ଼ରେ କରିଣତ କରାଯିବ । ଏପରି ଏକ ଯୋଜନା ଯେ କୌଣସି ଜରୁରୀକାଳୀନ ପରିସ୍ଥିତିର ସାମନା କରିବା ପାଇଁ ଆମକୁ ଆଗରୁ ପ୍ରସ୍ତୁତ ରହିବାରେ ସାହାଯ୍ୟ କରିବ,’’ କହିଛନ୍ତି ଚୌଧୁରୀ ।

ଏହା ବ୍ୟତୀତ ଦେଶର ପ୍ରତି ରେଳ ଷ୍ଟେସନରେ ଗୋଟିଏ ଲେଖାଁ ହଲ୍‌ ବା ବିଲଡିଂକୁ ଆଇସୋଲେସନ୍‌ ୱାର୍ଡ଼ ଭାବେ ବ୍ୟବହାର କରିବା ପାଇଁ ଚିହ୍ନଟ କରିବା ଓ ପ୍ରସ୍ତୁତ କରିବା କାର୍ଯ୍ୟ ମଧ୍ୟ ଚାଲିଛି ।

ଆଇସୋଲେସନ୍ ୱାର୍ଡ଼ରେ ନର୍ସଙ୍କ କ୍ୟାବିନ୍


ଯଦି ଆବଶ୍ୟକ ହୁଏ, ତେବେ ଦେଶର ବିଭିନ୍ନ ସ୍ଥାନ ଓ ଡାକ୍ତରଖାନାଗୁଡ଼ିକରେ ଖାଦ୍ୟ ଯୋଗାଇବା ପାଇଁ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇ.ଆର୍‌.ସି.ଟି.ସି.) ଏକ ଯୋଜନା ପ୍ରସ୍ତୁତ କରୁଛି ।

‘‘ମାଲ୍‌ ଗାଡ଼ି ପରିଚାଳନରେ ବ୍ୟାଘାତ ହେବାର ସମ୍ଭାବନାକୁ ହ୍ରାସ କରିବା ପାଇଁ ଓ ଅପରେସନାଲ୍‌ ସୁରକ୍ଷା ନିଶ୍ଚିତ କରିବା ପାଇଁ ଆମେ ଆବଶ୍ୟକ ପଦକ୍ଷେପ ନେବା ଆରମ୍ଭ କରିଦେଇଛୁ,’’ କହିଛନ୍ତି ଏନ୍‌.ସି.ଆର୍‌.ର ମୁଖ୍ୟ ଜନସମ୍ପର୍କ ଅଧିକାରୀ (ସିପିଆରଓ) ଅଜିତ କୁମାର ସିଂ ।

ବଡ ୟାର୍ଡରେ, ଯେଉଁଠି ରକ୍ଷଣାବେକ୍ଷଣ ପାଇଁ ଅଧିକ କର୍ମଚାରୀଙ୍କ ଆବଶ୍ୟକତା ପଡ଼େ, ସେଠି ଉଚିତ୍‌ ରକ୍ଷଣାବେକ୍ଷଣ ପାଇଁ ମାଲ୍‌ ଗାଡ଼ିର ବେଗ ୧୫ କିଲୋମିଟର ପ୍ରତି ଘଣ୍ଟାକୁ ହ୍ରାସ କରାଯାଇଛି ଓ ସାମାଜିକ ଦୂରତା ପାଳନ ଉପରେ ଜୋର୍‌ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

‘‘ଏନ୍‌.ସି.ଆର୍‌. ନିଜର ପାରାମେଡିକାଲ କର୍ମଚାରୀମାନଙ୍କୁ କୋଭିଡ-୧୯ ସମ୍ବନ୍ଧୀୟ ପ୍ରଣାଳୀ, ବିଶେଷ କରି ଭେଣ୍ଟିଲେଟର ବ୍ୟବହାର ପାଇଁ, ତାଲିମ ଦେଉଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟରେ ପୋଷ୍ଟ କରାଯାଇଥିବା ଭିଡିଓଗୁଡିକୁ ବ୍ୟବହାର କରି କର୍ମଚାରୀମାନଙ୍କୁ ତାଲିମ ଦିଆଯାଉଛି,’’ କହିଛନ୍ତି ଚୌଧୁରୀ ।
First published: March 28, 2020, 11:21 PM IST
corona virus btn
corona virus btn
Loading