News18 Odia Digital
ନୂଆ ଦିଲ୍ଲୀ: ଦେଶ ବର୍ତ୍ତମାନ କରୋନା ଭାଇରସ୍ ସଂକ୍ରମଣର (Coronavirus) ଦ୍ୱିତୀୟ ଲହର ସହ ସଙ୍ଘର୍ଷ କରୁଥିବା ବେଳେ ଏହାର ପ୍ରଭାବ ରେଳ ଚଳାଚଳ ଉପରେ ପଡ଼ିଛି । ଭାରତୀୟ ରେଳବାଇ (Indian Railways) ମେ ୯ ତାରିଖରୁ ଦିଲ୍ଲୀରୁ ଚାଲୁଥିବା ରାଜଧାନୀ ଏକ୍ସପ୍ରେସ (Rajdhani Express), ଶତାବ୍ଦୀ ଏକ୍ସପ୍ରେସ୍ (Shatabdi Express) ଓ ଦୂରନ୍ତୋ ଏକ୍ସପ୍ରେସ (Duranto Express) ସମେତ ୨୮ଟି ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।
କରୋନା ସଂକ୍ରମିତ ହୋଇ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । କରୋନାର ଏହି ଦ୍ୱିତୀୟ ଲହର ଖୁବ୍ ସାଙ୍ଘାତିକ ରୂପ ନେଉଥିବାରୁ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଏହି ୨୮ଟି ଟ୍ରେନ୍ ଚାଲିବ ନାହିଁ ବୋଲି କହିଛି ରେଳବାଇ । ଦେଶରେ କରୋନା ସଂକ୍ରମଣ ସବୁ ରେକର୍ଡ ଭାଙ୍ଗିଛି । ଗତ ୨୪ ଘଣ୍ଟାରେ ୪.୧୨ ଲକ୍ଷ ନୂଆ ସଂକ୍ରମଣ ମାମଲା ସାମନାକୁ ଆସିଛି ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…
ଉଲ୍ଲେଖନୀୟ କଥା ହେଉଛି ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ପ୍ରତି ଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ରୋଗୀ ଓ ମୃତ୍ୟୁ ସଂଖ୍ୟା ସବୁ ପୁରୁଣା ରେକର୍ଡକୁ ଭାଙ୍ଗିଦେଇଛି । ଗତ ଗୋଟିଏ ଦିନରେ ସାରା ଦେଶରେ ୪ ଲକ୍ଷ ୧୨ ହଜାର ୨୬୨ ଜଣ କରୋନା ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ୩,୯୮୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
ଏହା ବି ପଢ଼ନ୍ତୁ | ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ଥିତି ଗୁରୁତର; COVID ଆକ୍ରାନ୍ତ ହୋଇ AIIMSରେ ଚିକିତ୍ସାଧୀନ
ଏହା ଦ୍ୱିତୀୟ ଥର ପାଇଁ ହେଉଛି ଯେ ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ କରୋନା ସଂକ୍ରମଣ ମାମଲା ରୁଜୁ ହୋଇଛି । ଏହା ପୂର୍ବରୁ ଏପ୍ରିଲ ୩୦ରେ 4 ଲକ୍ଷ ୨ ହଜାର ୧୪ଟି ମାମଲା ରୁଜୁ ହୋଇଥିଲା । ସେହି ଦିନ ୩,୫୨୫ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା ।
ଏହା ବି ପଢ଼ନ୍ତୁ | ବିପଦର ଘଣ୍ଟି! ଭୁବନେଶ୍ବରରେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି
ଅମ୍ଳଜାନ ଏକ୍ସପ୍ରେସ: ରେଳବାଇ ଏ ପର୍ଯ୍ୟନ୍ତ ୨,୦୬୭ ଟନ୍ 'ସଞ୍ଜୀବନୀ' ଅର୍ଥାତ ଅମ୍ଳଜାନ ସମଗ୍ର ଦେଶରେ ବିତରଣ କରିଛି । ସୂଚନାଯୋଗ୍ୟ ଯେ ଦେଶର ଅନେକ ସ୍ଥାନରେ ଅମ୍ଳଜାନ ସଙ୍କଟ ଦେଖାଦେଇଥିବା ବେଳେ ରେଳବାଇ ଏହି ସଙ୍କଟର ମୁକାବିଲା ପାଇଁ ଆଗକୁ ଆସିଛି ।
ଏହା ବି ପଢ଼ନ୍ତୁ | ଡରିବା ମନା! Colors ଓଡ଼ିଆରେ ଦେଖନ୍ତୁ ହରର୍ ଶୋ‘ ‘କାଳରାତ୍ରି’ର ସିଜିନ୍ ୨; ସୋମବାରରୁ ଶୁକ୍ରବାର ରାତି ୧୦
ଭାରତୀୟ ରେଳବାଇର 'ଅମ୍ଳଜାନ ଏକ୍ସପ୍ରେସ' ଗତ ୧୬ ଦିନ ମଧ୍ୟରେ ପ୍ରାୟ ୨,୦୬୭ ଟନ୍ ମେଡିକାଲ ଅମ୍ଳଜାନ ପରିବହନ କରିଛି। ଏଥିରେ ଦିଲ୍ଲୀ ସର୍ବାଧିକ ୭୦୭ ଟନ୍ ପାଇଛି । ଏହା ପରେ ଉତ୍ତର ପ୍ରଦେଶ ୬୪୧ ଟନ୍ ମେଡିକାଲ ଅମ୍ଳଜାନ ପାଇଛି ।
ଏବେ ୩୪୪ ଟନ୍ ତରଳ ମେଡିକାଲ୍ ଅମ୍ଳଜାନ (LMO, Liquid Medical Oxygen) ବୋହୁଥିବା ବିଭିନ୍ନ ଟ୍ୟାଙ୍କର୍ ସାରା ଦେଶ ପାଇଁ ରେଳ ମାର୍ଗରେ ଯାଉଛି । ବୁଧବାର ରେଳ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଭାରତୀୟ ରେଳ ଦେଶର ବିଭିନ୍ନ ରାଜ୍ୟକୁ ତରଳ ମେଡିକାଲ ଅମ୍ଳଜାନ ପରିବହନ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ରେଳ ବିଭିନ୍ନ ରାଜ୍ୟକୁ ୧୩୭ଟି ଟ୍ୟାଙ୍କରରେ ୨,୦୬୭ ଟନ୍ ତରଳ ମେଡିକାଲ ଅମ୍ଳଜାନ ପରିବହନ କରିସାରିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।