News18 Odia Digital ନୂଆ ଦିଲ୍ଲୀ: ମାରାତ୍ମକ କରୋନା ଭାଇରସ୍କୁ (କୋଭିଡ-୧୯, COVID-19) ନେଇ ସବୁ ଠାରୁ ବଡ଼ ଖବର ଆସିଛି । କରୋନା ଭାଇରସ୍ (Coronavirus) ଚିକିତ୍ସା ଏବେ ସମ୍ଭବ ହେବ । କରୋନା ଚିକିତ୍ସା ପାଇଁ ବଜାରକୁ ଆସିଛି ପ୍ରଥମ ଔଷଧ 'ଫାବି ଫ୍ଲୁ' (Fabi Flu) । ଏହି ଟ୍ୟାବଲେଟ୍ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ (Glenmark Pharmaceuticals) ପକ୍ଷରୁ କୋଭିଡ ଚିକିତ୍ସା ଲାଗି ବଜାରକୁ ଛଡ଼ାଯାଇଛି । ଆଣ୍ଟି-ଭାଇରାଲ୍ ଡ୍ରଗ ଫାଭିପିରାଭର୍ (Favipiravir)କୁ ‘ଫାବି ଫ୍ଲୁ’ ବ୍ରାଣ୍ଡ ନାଁରେ ତିଆରି କରାଯାଇଥିବା ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ସାମାନ୍ୟରୁ ମଧ୍ୟମ ଲକ୍ଷଣ ଥିବା କୋଭିଡ ରୋଗୀଙ୍କୁ ସୁସ୍ଥ କରିବାରେ ଏହା ସହାୟକ ହେବ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଭାରତରେ କୋଭିଡ ଚିକିତ୍ସା ଲାଗି ଫାବିଫ୍ଲୁ ହେଉଛି ପ୍ରଥମ ଔଷଧ । ଏହି ଔଷଧ ହସ୍ପିଟାଲ ଓ ରିଟେଲ ଜରିଆରେ ଦେଶରେ ଉପଲବ୍ଧ ହେବ । ଶୁ୍ରବାର ଦିନ ମୁମ୍ବାଇଭିତ୍ତିକ ଗ୍ଲେନମାର୍କ କମ୍ପାନୀ ଏହି ଔଷଧ ପ୍ରସ୍ତୁତି ଓ ମାର୍କେଟିଂ ଲାଗି ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ଅଫ ଇଣ୍ଡିଆର ମଞ୍ଜୁରି ଲାଭ କରିଛି । ଦିଲ୍ଲୀରେ ଏକ ହସପିଟାଲରୁ ସୁସ୍ଥ ହୋଇ ଘରକୁ ଯାଉଥିବା ଜଣେ କରୋନା ଆକ୍ରାନ୍ତ (ବାମ) ‘‘କରୋନା ମହାମାରୀ ସଙ୍କଟ ବଢ଼ି ଚାଲିଥିବା ବେଳେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସୃଷ୍ଟି ହେଉଥିବା ଚାପକୁ ଏହି ଔଷଧ ହ୍ରାସ କରିବାରେ ସହାୟକ ହେବ ବୋଲି ଆମର ବିଶ୍ୱାସ । ଆମର ନିଜ ଇନ୍-ହାଉସ୍ ରିସର୍ଚ୍ଚ ଜରିଆରେ ଏହି ଔଷଧ ପ୍ରସ୍ତୁତ ହୋଇଛି,’’ କହିଛନ୍ତି ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲର ଅଧ୍ୟକ୍ଷ ତଥା ଏମଡି ଗ୍ଲେନ୍ ସାଲ୍ଦନା । ପ୍ରତି ଟାବଲେଟର ଦାମ୍ ରହିଛି ୧୦୩ ଟଙ୍କା । ୨୦୦ ମିଲିଗ୍ରାମ୍ ଲେଖାଏଁ ୩୪ଟି ଟାବଲେଟ ବିଶିଷ୍ଟ ଗୋଟିଏ ଷ୍ଟ୍ରିପର ସର୍ବାଧିକ ରିଟେଲ ଦାମ୍ ରହିଛି ୩,୫୦୦ ଟଙ୍କା । ପ୍ରଥମ ଦିନ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ୧,୮୦୦ ମିଲିଗ୍ରାମ୍ ଔଷଧ ଦୁଇ ଥର ଖାଇବାକୁ ହେବ । ତା’ ପରେ ୧୪ ଦିନ ଯାଏ ଦିନକୁ ଦୁଇ ଥର ୮୦୦ ମିଲିଗ୍ରାମ ଲେଖାଁଏ ଔଷଧ (Fabi Flu Dose) ସେବନ କରିବାକୁ ପଡ଼ିବ । ପ୍ରଥମ ମାସରେ କମ୍ପାନୀ ୮୨,୫୦୦ ରୋଗୀଙ୍କ ଲାଗି ଔଷଧ ପ୍ରସ୍ତୁତ କରିବ ବୋଲି କହିଛି । ସ୍ଥିତି ଉପରେ ଦୃଷ୍ଟି ରଖି ଦେଶରେ ଆବଶ୍ୟକ ଔଷଧ ଉତ୍ପାଦନ ବୃଦ୍ଧି କରାଯିବ ବୋଲି ଗ୍ଲେନମାର୍କ କହିଛି । ଏହି ଔଷଧ ଲାଗି ଆକ୍ଟିଭ ଫାର୍ମାସ୍ୟୁଟିକାଲ ଇନଗ୍ରେଡିଏଣ୍ଟସ ଏପିଆଇ ବର୍ତ୍ତମାନ ଗୁଜରାଟର ଅଙ୍କଳେଶ୍ବରେ ଥିବା କମ୍ପାନୀର ପ୍ଲାଣ୍ଟରେ ଉତ୍ପାଦିତ ହେଉଛି । ଏହା ବି ପଢ଼ନ୍ତୁ: ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍ ବିଷୟରେ କଣ୍ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି? ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ! କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା