କରୋନା ଯୋଦ୍ଧାଙ୍କୁ ସମ୍ମାନ: ଭୁବନେଶ୍ୱର ହସପିଟାଲ ଉପରେ ଫୁଲ ବର୍ଷା କଲା ବାୟୁ ସେନାର ବିମାନ

ହେଲିକପ୍ଟରଟି ଅତି ନିକଟରୁ ତିନିଟି ଦିଗରୁ ତିନି ଥର ଫୁଲ ବର୍ଷl କରୁଥିବା ଦେଖି ଉତ୍ସାହିତ ହୋଇପଡିଛନ୍ତି କିମ୍ସ କୋଭିଡ଼ ହସ୍ପିଟାଲର ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀମାନେ l

କରୋନା ଯୋଦ୍ଧାଙ୍କୁ ସମ୍ମାନ: ଭୁବନେଶ୍ୱର ହସପିଟାଲ ଉପରେ ଫୁଲ ବର୍ଷା କଲା ବାୟୁ ସେନାର ବିମାନ
ହେଲିକପ୍ଟରଟି ଅତି ନିକଟରୁ ତିନିଟି ଦିଗରୁ ତିନି ଥର ଫୁଲ ବର୍ଷl କରୁଥିବା ଦେଖି ଉତ୍ସାହିତ ହୋଇପଡିଛନ୍ତି କିମ୍ସ କୋଭିଡ଼ ହସ୍ପିଟାଲର ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀମାନେ l
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଆଜି ଆକାଶ ମାର୍ଗରୁ ଫୁଲ ବୃଷ୍ଟି କରିଛି ଭାରତୀୟ ବାୟୁ ସେନା l ଭାରତୀୟ ବାୟୁ ସେନାର ଗୋଟିଏ ହେଲିକପଟର କିମସ କୋଭିଡ଼ ହସ୍ପିଟାଲ ଉପରେ ଗୋଲାପ ଫୁଲ ବର୍ଷା କରିଛି l ଅତି ନିକଟରୁ ତିନିଟି ଦିଗରୁ ତିନି ଥର ଫୁଲ ବର୍ଷl ଦେଖି ଉତ୍ସାହିତ ହୋଇପଡିଛନ୍ତି କୋଭିଡ଼ ହସ୍ପିଟାଲର ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀମାନେ l

ସାରା ବିଶ୍ଵ ଏବେ କୋରୋନା ମହାମାରିକୁ ନେଇ ଆତଙ୍କିତ ଥିବା ବେଳେ ବାୟୁ ସେନାର ଏହି ଉଦ୍ୟମ କରୋନା ଯୋଦ୍ଧାଙ୍କୁ ଯୋଗାଇଛି ସାହସ ଓ ପ୍ରେରଣା l ଦିନ ରାତି ୨୪ ଘଣ୍ଟା ନିଜ ଜୀବନକୁ ଉତ୍ସର୍ଗ କରି କରେlନା ରୋଗୀଙ୍କ ସେବା କରୁଛନ୍ତି ଏହି ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀମାନେ l ନିଜ ପରିବାର ଓ ବନ୍ଧୁବାନ୍ଧବଙ୍କ ଠାରୁ ଦୁରେଇ ରହି ନିଜ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି ସେମାନେ l  ସେମାନଙ୍କ ପାଇଁ ଭାରତୀୟ ବାୟୁ ସେନାର ଏହି ପ୍ରୟାସ ବିଭିନ୍ନ ମହଲରୁ ପ୍ରଶଂସିତ ହୋଇଛି  l

ରବିବାର ସକାଳ ୧୦ଟା ସମୟରେ ଆକାଶରୁ ଗୋଲାପ ଫୁଲ ବର୍ଷା କରିବା ପୂର୍ବରୁ ଆକାଶ ମାର୍ଗରେ ଛଅ ଥର ଟ୍ରାଏଲ ରନ୍‌ କରିଥିଲା ଭାରତୀୟ ବାୟୁ ସେନାର ହେଲିକପଟର l ଚାରି ଦିଗକୁ ଭଲ ଭାବରେ ନିରିକ୍ଷଣ କରିଥିଲା l ଅଧ ଘଣ୍ଟା ଧରି ଆକାଶ ମାର୍ଗରେ ୩ ଥର ୩ଟି ଦିଗରୁ ଚକ୍କର କାଟି ପୁଷ୍ପ ବୃଷ୍ଟି କରିଥିଲା ଏହି ହେଲିକପଟର l

କୋଭିଡ଼ ହସ୍ପିଟାଲର ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀମାନେ ଉତ୍ଫୁଲ୍ଲିତ ହୋଇଛନ୍ତି l


‘‘ରାଜ୍ୟର କରୋନା ମୁକାବିଲାର ଯୋଦ୍ଧମାନlଙ୍କୁ ବାୟୁ ସେନାର ଏହି ସମ୍ମାନ କିମସ ହସ୍ପିଟାଲର ସବୁ ଡାକ୍ତର ଓ ପାରାମେଡିକାଲ ଷ୍ଟାଫଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ଭରି ଦେଇଛି,’’ କହିଛନ୍ତି କିମସ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଅମ୍ବିକା ମହାନ୍ତି l

ଭାରତୀୟ ବାୟୁ ସେନାର ଏହି ସମ୍ମାନ ଦେଖିବାକୁ କିମସ କୋଭିଡ଼-୧୯ ହସ୍ପିଟାଲ ପରିସରରେ ଏକଜୁଟ ହୋଇଥିଲେ ହସ୍ପିଟାଲର ସମସ୍ତ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ l

ଓଡ଼ିଶାରେ ଏବେ ବି କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଉଛି l ପ୍ରଥମେ ନିଜାମୁଦ୍ଦିନ ଲିଙ୍କ ଆଉ ଏବେ କୋଲକାତା ଲିଙ୍କ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ବଢାଇଛି l
First published: May 3, 2020, 6:10 PM IST
corona virus btn
corona virus btn
Loading