ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»Coronavirus: ତୃତୀୟ ଲହର ଆଶଙ୍କା ମଧ୍ୟରେ ୩୭,୮୭୫ ନୂଆ ମାମଲା ଚିହ୍ନଟ; ୩୬୯ ଜଣଙ୍କ ମୃତ୍ୟୁ

Coronavirus: ତୃତୀୟ ଲହର ଆଶଙ୍କା ମଧ୍ୟରେ ୩୭,୮୭୫ ନୂଆ ମାମଲା ଚିହ୍ନଟ; ୩୬୯ ଜଣଙ୍କ ମୃତ୍ୟୁ

Coronavirus Cases in India Latest Update: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩ ଲକ୍ଷ ୯୧ ହଜାର ୨୫୬ଟି ସକ୍ରିୟ କରୋନା ମାମଲା ଥିବା ବେଳେ ୩ କୋଟି ୨୨ ଲକ୍ଷ ୬୪ ହଜାର ୫୧ ଜଣ ଲୋକ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ।

Coronavirus: ତୃତୀୟ ଲହର ଆଶଙ୍କା ମଧ୍ୟରେ ୩୭,୮୭୫ ନୂଆ ମାମଲା ଚିହ୍ନଟ; ୩୬୯ ଜଣଙ୍କ ମୃତ୍ୟୁ
ତୃତୀୟ ଲହର ଆଶଙ୍କା ମଧ୍ୟରେ ୩୭,୮୭୫ ନୂଆ ମାମଲା ଚିହ୍ନଟ
  • News18 Odia
  • Last Updated: September 8, 2021, 10:50 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଗତି ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ପ୍ରତି ଦିନ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ତୃତୀୟ ଲହରର ଚେତାବନୀକୁ ସତ ବୋଲି ପ୍ରମାଣ କରୁଛି । ବଢୁଥିବା କରୋନା ମାମଲା ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗତ ଏକ ଦିନ ପାଇଁ ପ୍ରକାଶିତ ପରିସଂଖ୍ୟାନ ପୁଣି ସମସ୍ତଙ୍କୁ ଡରାଇ ଦେଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭, ୮୭୫ ନୂଆ କରୋନା ସଂକ୍ରମଣ ହୋଇଥିବା ରିପୋର୍ଟ ହୋଇଥିବାବେଳେ ଏହି ସମୟ ମଧ୍ୟରେ ୩୬୯ ରୋଗୀଙ୍କ ମୃତ୍ୟୁ ଘଟିଛି । ନୂଆ କରୋନା ରୋଗୀ ପାଇବା ପରେ, ବର୍ତ୍ତମାନ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩ କୋଟି ୩୦ ଲକ୍ଷ ୯୬ ହଜାର ୭୧୮କୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩ ଲକ୍ଷ ୯୧ ହଜାର ୨୫୬ଟି ସକ୍ରିୟ କରୋନା ମାମଲା ଥିବାବେଳେ ୩ କୋଟି ୨୨ ଲକ୍ଷ ୬୪ ହଜାର ୫୧ ଜଣ ଲୋକ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଏଥି ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୪୧ ହଜାର ୪୧୧ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୭୦,୭୫,୪୩,୦୧୮ ଲୋକଙ୍କୁ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୮,୪୭,୬୨୫ ଲୋକଙ୍କୁ କରୋନା ଟିକା ଦିଆଯାଇଛି ।

ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୭୬୨ ନୂଆ ମାମଲା ଚିହ୍ନଟ ହୋଇଥି ବେଳେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୩ ହଜାର, ୫୬୭କୁ ବୃଦ୍ଧି ପାଇଛି । ସେହିପରି ୮୦୧ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ।

ଅନେକ ଦିନ ଧରି କେରଳରେ ପ୍ରତି ଦିନ ୩୦ ହଜାରରୁ ଅଧିକ କରୋନା ଜୀବାଣୁ ସଂକ୍ରମଣ ରିପୋର୍ଟ ହେବା ପରେ ଗତ ସପ୍ତାହରୁ ନୂଆ ରୋଗରେ ହ୍ରାସ ଘଟିଛି । କେରଳ ସରକାର ଏହା ସୂଚନା ଦେଇଛନ୍ତି ଯେ ମଙ୍ଗଳବାର ଦିନ ୨୫,୭୭୨ଟି ନୂଆ ମାମଲା ରୁଜୁ ହୋଇଛି ଓ ୧୮୯ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୪୨,୫୩,୨୯୮ ସଂକ୍ରମଣ ମାମଲା ରୁଜୁ ହୋଇଛି ଓ ମୃତ୍ୟୁ ସଂଖ୍ୟା ୨୧,୮୨୦ ରେ ପହଞ୍ଚିଛି।
Published by: Lipina Das
First published: September 8, 2021, 10:50 AM IST