ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»COVID-19 in India: ତଳ ମୁହାଁ ହେଲା କରୋନା ଗ୍ରାଫ୍; ଦିନକରେ ୨୯,୬୧୬ ନୂଆ ମାମଲା ଚିହ୍ନଟ, ୨୯୦ ଜଣଙ୍କର ମୃତ୍ୟୁ

COVID-19 in India: ତଳ ମୁହାଁ ହେଲା କରୋନା ଗ୍ରାଫ୍; ଦିନକରେ ୨୯,୬୧୬ ନୂଆ ମାମଲା ଚିହ୍ନଟ, ୨୯୦ ଜଣଙ୍କର ମୃତ୍ୟୁ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୧ ହଜାର ୪୪୨ ସକ୍ରିୟ କରୋନା ମାମଲା ଥିବାବେଳେ ୩ କୋଟି ୨୮ ଲକ୍ଷ ୭୬ ହଜାର ୩୧୯ ଲୋକ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଏ ପର୍ଯ୍ୟନ୍ତ ୪ ଲକ୍ଷ ୪୬ ହଜାର ୬୫୮ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଛି ।

COVID-19 in India: ତଳ ମୁହାଁ ହେଲା କରୋନା ଗ୍ରାଫ୍; ଦିନକରେ ୨୯,୬୧୬ ନୂଆ ମାମଲା ଚିହ୍ନଟ, ୨୯୦ ଜଣଙ୍କର ମୃତ୍ୟୁ
ତଳ ମୁହାଁ ହେଲା କରୋନା ଗ୍ରାଫ୍
  • News18 Odia
  • Last Updated: September 25, 2021, 11:56 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଅନେକ ଦିନ ପରେ ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩୦ ହଜାର ତଳକୁ ଖସି ଆସିଛି । ଗତ କିଛି ଦିନ ହେବ କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩୦ ରୁ ୪୦ ହଜାର ମଧ୍ୟରେ ରେକର୍ଡ କରାଯାଇଥିଲା । ଏହି ପରିସଂଖ୍ୟାନ ଦେଖିବା ପରେ ବିଶେଷଜ୍ଞମାନେ ତୃତୀୟ ଲହର ଚେତାବନୀ ଦେଇଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ ଯଦିଓ କରୋନା ସ୍ଥିତିରେ ସୁଧାର ଆସୁଥିବାର ଦେଖାଯାଉଛି, କିନ୍ତୁ ଏହାର ଆକଳନ ଯେକୌଣସି ସମୟରେ ବୃଦ୍ଧି ପାଇପାରେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯, ୬୧୬ଟି ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ୨୯୦ ରୋଗୀଙ୍କର ମୃତ୍ୟୁ ଘଟିଛି। ନୂଆ କରୋନା ରୋଗୀ ପାଇବା ପରେ, ବର୍ତ୍ତମାନ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩ କୋଟି ୩୬ ଲକ୍ଷ ୨୪ ହଜାର ୪୧୯କୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ରରେ ୩,୨୮୬ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଥିଲା

ଶୁକ୍ରବାର ଦିନ, ମହାରାଷ୍ଟ୍ରରେ କୋଭିଡର ୩,୨୮୬ଟି ନୂଆ ମାମଲା ହୋଇଥିବା ବେଳେ ୫୧ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ ଏହା ସହିତ ମହାରାଷ୍ଟ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୫,୩୭,୮୪୩ ଲୋକ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି, ସେଥିମଧ୍ୟରୁ ୧,୩୮,୭୭୬ ରୋଗୀ ମୃତ୍ୟୁ ବରଣ କରିଛନ୍ତି । ଅଧିକାରୀ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୩,୯୩୩ ରୋଗୀ ସଂକ୍ରମଣ ମୁକ୍ତ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ।

ଏହା ସହିତ ରାଜ୍ୟରେ ଏ ପର୍ଯ୍ୟନ୍ତ ମହାମାରୀକୁ ପରାସ୍ତ କରିଥିବା ଲୋକଙ୍କ ସଂଖ୍ୟା ୬୩,୫୭,୦୧୨କୁ ବୃଦ୍ଧି ପାଇଛି । ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ରାଜ୍ୟରେ ୩୯,୪୯୧ ରୋଗୀ ଚିକିତ୍ସିତ ହେଉଛନ୍ତି ।
Published by: Lipina Das
First published: September 25, 2021, 11:56 AM IST