News18 Odia Digital
ନୂଆ ଦିଲ୍ଲୀ: ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି। କିନ୍ତୁ ବେଳେ ବେଳେ କେରଳ ଓ ମହାରାଷ୍ଟ୍ର ପରି ଅନେକ ରାଜ୍ୟରେ କରୋନା ମାମଲା ଦେଶର ହୃଦସ୍ପନ୍ଦନକୁ ବଢାଉଛି। ଏହି ରାଜ୍ୟଗୁଡିକରେ ବଢୁଥିବା କରୋନା ମାମଲା ମଧ୍ୟରେ ତୃତୀୟ ଲହର ଚେତାବନୀ ଜାରି ହୋଇସାରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟକୁ ଦେଖିଲେ ଜଣାପଡେ ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୮ ହଜାର ୫୯୧ଟି କରୋନା ସଂକ୍ରମଣର ରିପୋର୍ଟ ହୋଇଥିବାବେଳେ ୩୩୮ ରୋଗୀଙ୍କ ମୃତ୍ୟୁ ଘଟିଛି। ନୂଆ କରୋନା ରୋଗୀ ମାମଲା ବର୍ତ୍ତମାନ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୯୨୧କୁ ବୃଦ୍ଧି ପାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ୩ ଲକ୍ଷ ୮୪ ହଜାର ୯୨୧ ସକ୍ରିୟ କରୋନା ମାମଲା ଥିବାବେଳେ ୩ କୋଟି ୨୪ ଲକ୍ଷ ୯ ହଜାର ୩୪୫ ଲୋକ ସୁସ୍ଥ ହୋଇ ନିଜ ଘରକୁ ଯାଇଛନ୍ତି। ଏଥି ସହିତ ଏପର୍ଯ୍ୟନ୍ତ ୪ ଲକ୍ଷ ୪୨ ହଜାର ୬୫୫ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୭୩,୮୨,୦୭,୩୭୮ ଲୋକଙ୍କୁ ଟିକାକରଣ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୨,୮୬,୮୮୩ ଲୋକଙ୍କୁ କରୋନା ଟିକା ଦିଆଯାଇଛି।
କେରଳରେ କୋଭିଡରେ ୨୦,୪୭୮ ନୂତନ ରୋଗୀ ଚିହ୍ନଟଶନିବାର ଦିନ କେରଳରେ କୋଭିଡ ୨୦,୪୭୮ ରୋଗୀ ଚିହ୍ନଟ ହୋଇଛନ୍ତି। ୧୮୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ ସମୁଦାୟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୩,୫୫,୧୯୧କୁ ବୃଦ୍ଧି ପାଇଛି, ଯେଉଁଥିରେ ୨୨,୮୪୪ ଲୋକ ପ୍ରାଣ ହରାଇଛନ୍ତି। ପଡୋଶୀ ତାମିଲନାଡୁରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୧,୬୩୯ ଲୋକ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି ଓ ମହାମାରୀ ଯୋଗୁଁ ୨୭ ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ୨୬,୩୨,୨୩୧ ଲୋକ କୋଭିଡରେ ଅଧୀନରେ ଆସି ୩୫,୧୪୬ ରୋଗୀଙ୍କ ମୃତ୍ୟୁ ଘଟିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।