COVID-19 in India: ଦିନକରେ ୨୪,୩୫୪ ନୂଆ ମାମଲା ଚିହ୍ନଟ; ୨୩୪ ଜଣଙ୍କର ମୃତ୍ୟୁ ଘଟିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨ ଲକ୍ଷ ୭୩ ହଜାର ୮୮୯ ସକ୍ରିୟ କରୋନା ମାମଲା ଥିବାବେଳେ ୩ କୋଟି ୩୦ ଲକ୍ଷ ୬୮ ହଜାର ୫୯୯ ଲୋକ ସୁସ୍ଥ ହୋଇ ନିଜ ଘରକୁ ଯାଇଛନ୍ତି। ଏଥି ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୪୮ ହଜାର ୫୭୩ ଜଣଙ୍କର ମୃତ୍ୟୁ ହୋଇଛି।

ଦେଶରେ ଗତ ୨୪ ଘଣ୍ଟାରେ ୨୪,୩୮୪ କରୋନା ମାମଲା ଟିହ୍ନଟ ହୋଇଛି

ଦେଶରେ ଗତ ୨୪ ଘଣ୍ଟାରେ ୨୪,୩୮୪ କରୋନା ମାମଲା ଟିହ୍ନଟ ହୋଇଛି

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। କରୋନା ସଂକ୍ରମଣର ମାମଲା ହ୍ରାସ ପାଇପାରେ କିନ୍ତୁ ବିପଦ ଏ ପର୍ଯ୍ୟନ୍ତ ଏଡ଼ାଇ ଦିଆଯାଇ ନାହିଁ । କରୋନା ଭାଇରସ୍ ସମ୍ବନ୍ଧରେ ତୃତୀୟ ଲହର ଚେତାବନୀ ଦିଆଯାଇଛି । ଏଭଳି ପରିସ୍ଥିତିରେ ସତର୍କ ରହିବା ଆବଶ୍ୟକ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪,୩୫୪ଟି ନୂଆ କରୋନା ସଂକ୍ରମଣ ମାମଲା ଟିହ୍ନଟ ହୋଇଥିବା ବେଳେ ଏହି ସମୟ ମଧ୍ୟରେ ୨୩୪ ରୋଗୀଙ୍କ ମୃତ୍ୟୁ ଘଟିଛି।

ନୂଆ କରୋନା ରୋଗୀ ପାଇବା ପରେ, ବର୍ତ୍ତମାନ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩ କୋଟି ୩୭ ଲକ୍ଷ ୯୧ ହଜାର ୬୧କୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨ ଲକ୍ଷ ୭୩ ହଜାର ୮୮୯ ସକ୍ରିୟ କରୋନା ମାମଲା ଥିବାବେଳେ ୩ କୋଟି ୩୦ ଲକ୍ଷ ୬୮ ହଜାର ୫୯୯ ଲୋକ ସୁସ୍ଥ ହୋଇ ନିଜ ଘରକୁ ଯାଇଛନ୍ତି। ଏଥି ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୪୮ ହଜାର ୫୭୩ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୮୯,୭୪,୮୧,୫୫୪ ଲୋକଙ୍କୁ ଟିକାକରଣ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୯,୩୩,୮୩୮ ଲୋକଙ୍କୁ କରୋନା ଟିକା ଦିଆଯାଇଛି।

ମହାରାଷ୍ଟ୍ରରେ ୩,୧୦୫ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି

ଶୁକ୍ରବାର ଦିନ ମହାରାଷ୍ଟ୍ରରେ ୩,୧୦୫ଟି ନୂଆ କରୋନା ଜୀବାଣୁ ଆକ୍ରାନ୍ତ ହୋଇଥିବା ବେଳେ ୫୦ ଜଣ ସଂକ୍ରମିତ ଲୋକଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ନୂଆ ମାମଲା ଆସିବା ପରେ ମୋଟ ସଂକ୍ରମଣ ମାମଲା ୬୫,୫୩,୯୬୧କୁ ବୃଦ୍ଧି ପାଇଛି ଓ ସଂକ୍ରମଣ ହେତୁ ମୃତ୍ୟୁ ସଂଖ୍ୟା ୧,୩୯,୧୧୭ରେ ପହଞ୍ଚିଛି। ବିଭାଗ ଦେଇଥିବା ସୂଚନାରେ କୁହାଯାଇଛି ଯେ ରାଜ୍ୟରେ ୩,୧୬୪ ଲୋକ ସଂକ୍ରମଣରୁ ମୁକ୍ତ ହୋଇଛନ୍ତିତ । ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୬୩,୭୪,୮୯୨କୁ ବୃଦ୍ଧି ପାଇଛି। ବର୍ତ୍ତମାନ ମହାରାଷ୍ଟ୍ରରେ ୩୬,୩୭୧ ରୋଗୀ ଚିକିତ୍ସିତ ହେଉଛନ୍ତି।
Published by:Lipina Das
First published: