ବ୍ରିଟେନରେ ଅକ୍ସଫୋର୍ଡ କେରୋନା ଟିକାକୁ ଅନୁମତି ପରେ ଭାରତରେ ବଢ଼ିଲା ତତ୍ପରତା

ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ସହଯୋଗରେ ଭାରତରେ ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡ ନାମରେ ଏକ କରୋନା ଭାଇରସ୍ ଟିକା ପ୍ରସ୍ତୁତ କରିଛି । ସେରମ୍ ଇନଷ୍ଟିଚ୍ୟୁଟ୍ DCGIକୁ ଏହି ଟିକା ସମ୍ବନ୍ଧରେ ଦେଇଥିବା ତଥ୍ୟ ସନ୍ତୋଷଜନକ ଥିଲା ।

ବ୍ରିଟେନରେ ଅକ୍ସଫୋର୍ଡ କେରୋନା ଟିକାକୁ ଅନୁମତି ପରେ ଭାରତରେ ବଢ଼ିଲା ତତ୍ପରତା
ପ୍ରତୀକାତ୍ମକ ଛବି (ରୟଟର୍ସ)
  • News18 Odia
  • Last Updated: December 30, 2020, 11:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବ୍ରିଟେନରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନା ଭାଇରସ୍‌ ଟିକାକୁ ଅନୁମତି ମିଳିବା ପରେ ଭାରତରେ ତତ୍ପରତା ଦେଖାଦେଇଛି । ଭାରତରେ କୋଭିସିଲ୍ଡ ନାମରେ ଏହି ଟିକା ପ୍ରସ୍ତୁତ ହୋଇଛି, ଯାହାର ଜରୁରିକାଳୀନ ବ୍ୟବହାର ନେଇ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ ଅଫ୍ ଇଣ୍ଡିଆର (DCGI) ବିଶେଷଜ୍ଞ କମିଟି ଆଲୋଚନା କରିଛି ।

ଫାଇଜର୍ ଓ ଭାରତ ବାୟୋଟେକର କୋଭାକ୍ସିନ୍ ତଥ୍ୟ ଉପରେ ମଧ୍ୟ ଅନୁଧ୍ୟାନ କରିଛି DCGIର ବିଶେଷଜ୍ଞ କମିଟି । ଜାନୁଆରୀ ପହିଲାରେ ପୁଣି ଥରେ ବସିବ ବିଶେଷଜ୍ଞ କମିଟି ବୈଠକ ।

ଏହା ବି ପଢ଼ନ୍ତୁସୁରେଶ ମହାପାତ୍ର ହେଲେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ; ୨୫ ବର୍ଷ ବୟସରେ IAS ପାଇଥିଲେ

ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ସହଯୋଗରେ ଭାରତରେ ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡ ନାମରେ ଏକ କରୋନା ଭାଇରସ୍‌ ଟିକା ପ୍ରସ୍ତୁତ କରିଛି । କିଛି ଦିନ ତଳେ ସେରମ୍ ଇନଷ୍ଟିଚ୍ୟୁଟ୍ DCGIକୁ ଏହି ଟିକା ସମ୍ବନ୍ଧୀୟ ତଥ୍ୟ ଦେଇଥିଲା, ଯାହା ସନ୍ତୋଷଜନକ ମଧ୍ୟ ଥିଲା ।

ବ୍ରିଟେନରେ ଟିକାକୁ ଅନୁମତି ମିଳିବା ପରେ ଭାରତରେ କୋଭିସିଲ୍ଡର ଜରୁରିକାଳୀନ ବ୍ୟବହାର ନେଇ ହୋଇଛି ଆଲୋଚନା । DCGIର ବିଶେଷଜ୍ଞ କମିଟି କୋଭିସିଲ୍ଡକୁ ଅନୁମତି ଦେବା ଉପରେ ଆଲୋଚନା କରିଛି । ଏହାକୁ ଦେଖି ସେରମ୍ ଇନଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷ ଖୁବ୍ ଶୀଘ୍ର ଅନୁମତି ମିଳିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

ଏହା ବି ପଢ଼ନ୍ତୁ | ଗଞ୍ଜାମ: ନବବଧୂର ହାତ ଗୋଡ଼ ବାନ୍ଧି ପଡ଼ିଶା ଘର ଡୋଲିରେ ଫିଙ୍ଗିଦେଲେ ଶାଶୁଘର ଲୋକେ

ବିଶ୍ବର ପ୍ରଥମ ଦେଶ ଭାବେ ଫାଇଜର୍ ଟିକାକୁ ଅନୁମତି ଦେଇଥିଲା ବ୍ରିଟେନ୍ । ସେଠାରେ ଟିକାକରଣ ମଧ୍ୟ ଆରମ୍ଭ ହୋଇଥିଲା । ତେବେ ଏବେ କରୋନା ଏକ ଭୟଙ୍କର ନୂଆ ଅବତାର ନେଇଛି ଓ ବ୍ରିଟେନରୁ ହିଁ ବାହାରିଛି ଭୂତାଣୁର ନୂଆ ଷ୍ଟ୍ରେନ୍ । ତେଣୁ ଆଉ ପାଦେ ଆଗକୁ ଯାଇ ପୁଣି ବିଶ୍ବର ପ୍ରଥମ ଦେଶ ଭାବେ ଅକ୍ସପୋର୍ଡ-ଆଷ୍ଟ୍ରାଜେନେକା ଟିକାକୁ ଅନୁମତି ଦେଇଛି ବ୍ରିଟେନ୍ ।

ବ୍ରିଟେନର Medicines and Healthcare products Regulatory Agency (MHRA) ଏହି ଟିକାକୁ ଅନୁମତି ଦେଇଛି  । ଆସନ୍ତା ଜାନୁଆରୀ ୪ ତାରିଖରୁ ଦେଶରେ ଆରମ୍ଭ ହେବ ଟିକାକରଣ । ଦୁଇଟି ଡୋଜରେ ଏହି ଟିକା ଦିଆଯିବାକୁ ଥିବା ବେଳେ ବ୍ରିଟେନ୍ ଶହେ ନିୟୂତ ଡୋଜ୍ ଅର୍ଡର ଦେଇଛି ।

ଏହା ବି ପଢ଼ନ୍ତୁ | ବ୍ରିଟେନରେ କରୋନାକୁ ନେଇ ରାଜ୍ୟରେ ଚିନ୍ତା: ୩୪ ବର୍ଷୀୟ ଯୁବକଙ୍କ ପରେ ବର୍ଷର ଶିଶୁ ପଜି଼ଟିଭ୍

ବ୍ରିଟେନର ସ୍ବାସ୍ଥ୍ୟ ବିଜ୍ଞାନୀମାନେ ମଧ୍ୟ ଅକ୍ସଫୋର୍ଟ-ଆଷ୍ଟ୍ରାଜେନେକା ଟିକାକୁ ଭଲ ମାର୍କ ଦେଇଛନ୍ତି । ‘‘ନୂଆ ଷ୍ଟ୍ରେନ୍‌ ବିରୋଧରେ ଏହା ଭଲ କାମ କରିବ ଓ ସପ୍ତାହକ ମଧ୍ୟରେ ଲୋକଙ୍କୁ ସୁରକ୍ଷା ଦେଇପାରିବ,’’ କହିଛନ୍ତି ବ୍ରିଟେନ୍ ସରକାରଙ୍କ Scientific Advisory Group for Emergenciesର ରେସପିରେଟୋରି ବିଶେଷଜ୍ଞ ପ୍ରଫେସର କାଲମ୍ ସେମ୍ପଲ୍ । ବ୍ରିଟେନ୍ ପ୍ରଧାନ ମନ୍ତ୍ରୀ ବୋରିସ୍ ଜନସନ୍ ମଧ୍ୟ ଟିକାକୁ ଅନୁମୋଦନ ମିଳିବା ପରେ ଖୁସି ବ୍ୟକ୍ତ କରିଛନ୍ତି ।

ଏହା ବି ପଢ଼ନ୍ତୁ | ଥର ଓଡ଼ିଶାରେ ବିଳମ୍ବରେ ହେବ ମାଟ୍ରିକ ଦ୍ବାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା; ପୂର୍ବ ଭଳି ଅଫଲାଇନରେ ହେବ

କିଛି ଦିନ ତଳେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ପୁଣେ ଯାଇ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ କୋଭିସିଲ୍ଡ ଟିକାର ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ । ତା’ ପରେ ଅଧିକାଂଶ ଦେଶର ରାଷ୍ଟ୍ରଦୂତ ମଧ୍ୟ ଆସିଥିଲେ  ।



କିଛି ଦିନ ହେବ ସରକାର ଖୁବ୍ ଶୀଘ୍ର ଟିକା ଆସିଯିବ ବୋଲି କହୁଥିବା ବେଳେ ନିକଟରେ ଚାରିଟି ରାଜ୍ୟରେ ଶେଷ ହୋଇଛି ଟିକାକରଣର ଡ୍ରାଏ ରନ୍  । ଏବେ ଆଶା ସଞ୍ଚାର କରିଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିସିଲ୍ଡ  ।
Published by: Anand Shankar Thankur Das
First published: December 30, 2020, 11:57 PM IST
corona virus btn
corona virus btn
Loading