ଭାରତରେ କରୋନା ଭାଇରସରେ ପଞ୍ଚମ ମୃତ୍ୟୁ ହେଲା; ରାଜସ୍ଥାନରେ ଇଟାଲୀ ନାଗରିକ ଚାଲିଗଲେ

କରୋନା ଭାଇରସ୍ ପାଇଁ କିଛି ଦିନ ତଳେ ଚିକିତ୍ସା ହେବା ପରେ ଏହି ବ୍ୟକ୍ତି ‘‘ସୁସ୍ଥ’’ ହୋଇ ଫେରିଥିବା ଜଣାପଡ଼ିଛି । ସାରା ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୨୦୩ରେ ପହଞ୍ଚିଛି ।

ଭାରତରେ କରୋନା ଭାଇରସରେ ପଞ୍ଚମ ମୃତ୍ୟୁ ହେଲା; ରାଜସ୍ଥାନରେ ଇଟାଲୀ ନାଗରିକ ଚାଲିଗଲେ
ଆମେରିକାରେ କରୋନା ଭାଇରସର ବିସ୍ତାର ଜାରି ଥିବା ବେଳେ ବାଲେଟ୍ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ ଆଶଲି ମୋଣ୍ଟେଗ ମାସ୍କ ପିନ୍ଧି ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ନାଚୁଛନ୍ତି । (ରଏଟର୍ସ୍)
  • News18 Odia
  • Last Updated: March 20, 2020, 12:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ/ଜୟପୁର: ଭାରତରେ କରୋନା ଭାଇରସ୍‌ ଭୂତାଣୁ ଯୋଗୁଁ ପଞ୍ଚମ ମୃତ୍ୟୁ ହୋଇଛି । ଆଜି ରାଜସ୍ଥାନର ରାଜଧାନୀ ଜୟପୁରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏହି ୬୯ ବର୍ଷୀୟ ଇଟାଲୀ ନାଗରିକ କରୋନାରେ ସଂକ୍ରମିତ ହୋଇ ଫୋର୍ଟିସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିଛି ଦିନ ତଳେ କରୋନା ଭାଇରସ୍‌ ପାଇଁ ଚିକିତ୍ସା ହେବା ପରେ ସେ ‘‘ସୁସ୍ଥ’’ ହୋଇ ଫେରିଥିବା ଜଣାପଡ଼ିଛି ।

ଏହି ପୂର୍ବରୁ ଭାରତରେ ଚାରି ଜଣଙ୍କର (ସମସ୍ତେ ଭାରତୀୟ) କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ମୃତ୍ୟୁ ହୋଇ ସାରିଛି । ମୃତ ବ୍ୟକ୍ତିମାନେ କର୍ଣ୍ଣାଟକର କାଳବୁର୍ଗୀ, ମହାରାଷ୍ଟ୍ରର ଠାଣେ, ଦିଲ୍ଲୀ ଓ ପଞ୍ଜାବର ନୱାନସହରର ବାସିନ୍ଦା ଥିଲେ । ସମସ୍ତେ ୬୦ ବର୍ଷରୁ ଅଧିକ ବୟସର ଥିଲେ ।

ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶ ବର୍ତ୍ତମାନ କରୋନା ଭାଇରସ୍‌ ମହାମାରୀ ସହ ଲଢ଼ୁଛନ୍ତି। ସଂକ୍ରମିତ ଲୋକଙ୍କ ସଂଖ୍ୟା ବର୍ତ୍ତମାନ ଭାରତରେ ୨୦୩ରେ ପହଞ୍ଚିଛି । ଶୁକ୍ରବାର ଲକ୍ଷ୍ନୌରେ କରୋନା ଭାଇରସ ସଂକ୍ରମଣର ଚାରିଟି ନୂଆ ମାମଲା ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ବି ତିନୋଟି ନୂତନ ମାମଲା ରୁଜୁ ହୋଇଛି । ପଶ୍ଚିମ ବଙ୍ଗରେ ଆଉ ଏକ କରୋନା ପଜିଟିଭ୍‌ ମାମଲା ମିଳିଛି । ସେଠାରେ ନିକଟରେ ବ୍ରିଟେନରୁ ଫେରିଥିବା ଜଣେ ବ୍ୟକ୍ତି ଏହି ପରୀକ୍ଷାରେ କରୋନା ପଜିଟିଭ୍ ଥିବା ଜଣାପଡିଛି ।

କରୋନା ଭାଇରସ୍‌ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ଗୁରୁବାର ସନ୍ଧ୍ୟାରେ ଦେଶ ଉଦ୍ଦେଶ୍ୟରେ ନିଜ ସମ୍ବୋଧନରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ମାର୍ଚ୍ଚ ରବିବାର ଦିନ ସାରା ଦେଶରେ ‘‘ଜନତା କର୍ଫ୍ୟୁ’’ ପାଳନ କରିବା ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ବାହାରକୁ ନ ବାହାରିବାକୁ ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି ।

ଗଲ କିଛି ଦିନ ହେଲା କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ସାରା ଦେଶରେ ନାନା ପ୍ରକାର କଟକଣା ଲାଗୁ କରି ଲୋକଙ୍କୁ ସଂକ୍ରମଣରୁ ରକ୍ଷାକରିବାକୁ ଉଦ୍ୟମ ଚଳାଇଛନ୍ତି । ସାଧାରଣ ସଭା ଓ ବାହାଘର ଭୋସି ଆଦି ନିଷିଦ୍ଧ ହୋଇଛି, ସ୍କୁଲ୍‌ ଓ କଲୋଜ ସବୁ ବନ୍ଦ କରାଯାଇଛି, ଆଉ ରବିବାର ଠାରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବି ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି ।

ତାଜା ତଥ୍ୟ ଅନୁସାରେ କରୋନା ଭାଇରସ୍ ସଂକ୍ରମଣରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୯,୮୮୧ରେ ପହଞ୍ଚିଛି ଓ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨,୪୨,୦୦୦ରୁ ଅଧିକ ହୋଇଛି । ଏହି ସମସ୍ୟାକୁ ବର୍ତ୍ତମାନ ଦ୍ୱିତୀୟ ବିଶ୍ୱ ଯୁଦ୍ଧ, ୨୦୦୮ର ଆର୍ଥିକ ସଙ୍କଟ ଓ ୧୯୧୮ର ସ୍ପେନ୍ ଫ୍ଲୁ ଭଳି ଯନ୍ତ୍ରଣାଦାୟକ ସମୟ ସହିତ ତୁଳନା କରାଯାଉଛି ।

ଆମେରିକାରେ କରୋନା ଭାଇରସ କାରଣରୁ ମୃତ୍ୟୁ ସଂଖ୍ୟା ୨୦୦ ଅତିକ୍ରମ କରିଛି । ଏଭଳି ପରିସ୍ଥିତିରେ କାର୍‌ କମ୍ପାନୀ ଟେସଲା ବର୍ତ୍ତମାନ ଆମେରିକାରେ ଥିବା ସମସ୍ତ କାରଖାନା ବନ୍ଦ କରିବାକୁ ଘୋଷଣା କରିଛି ।
First published: March 20, 2020, 12:42 PM IST