କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
ବିଶ୍ୱରେ କରୋନା ଭାଇରସ୍ ରୋଗ କିପରି ଆରମ୍ଭ ହେଲା ସେ ନେଇ ଏକ ନିରପେକ୍ଷ ତଦନ୍ତ ଆରମ୍ଭ କରିବା ପାଇଁ ଗତ ମାସରେ ପ୍ରସ୍ତାବ ଦେଇଥିବା ପ୍ରଥମ ଦେଶ ଥିଲା ଅଷ୍ଟ୍ରେଲିଆ ।

(ପ୍ରତୀକାତ୍ମକ ଛବି)
- News18 Odia
- Last Updated: May 18, 2020, 9:40 PM IST
ନୂଆ ଦିଲ୍ଲୀ: ଭାରତ ସମେତ ୬୨ଟି ଦେଶ କରୋନା ଭାଇରସ୍ (COVID-19) ମହାମାରୀ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)ର ପ୍ରତିକ୍ରିୟା ସମ୍ପର୍କରେ ଏକ ନିରପେକ୍ଷ ତଦନ୍ତ ପାଇଁ ଅଷ୍ଟ୍ରେଲିଆ ଓ ୟୁରୋପୀୟ ୟୁନିଅନ ଦ୍ୱାରା ଆରମ୍ଭ ହୋଇଥିବା ମିଳିତ ପ୍ରୟାସକୁ ସମର୍ଥନ କରିଛନ୍ତି । ୭୩ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଆସିଥିବା ଏକ ଡ୍ରାଫ୍ଟ ପ୍ରସ୍ତାବରୁ ଏହାର ଖବର ମିଳିଛି ।
ଏହି ଡ୍ରାଫ୍ଟରେ କରୋନାଭାଇରସ୍ ସଙ୍କଟ ଉପରେ ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଦେଇଥିବା ସମୟ ସୀମା (ଟାଇମଲାଇନ୍) ଉପରେ ଏକ ‘‘ନିରପେକ୍ଷ, ସ୍ୱୀଧୀନ ଓ ବ୍ୟାପକ ଅନୁସନ୍ଧାନ’’ କରିବାକୁ ପ୍ରସ୍ତାବ ରଖାଯାଇଛି ।
ୟୁରୋପୀୟ ୟୁନିଅନ୍ ଓ ଅଷ୍ଟ୍ରେଲିଆ କରୋନା ଭାଇରସ୍ ସଙ୍କଟ ଆରମ୍ଭ ହେବା ପରେ WHO ଦ୍ୱାରା ସମନ୍ୱିତ ହୋଇଥିବା ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ପ୍ରତିକ୍ରିୟା ଉପରେ ଏକ ନିରପେକ୍ଷ ଓ ବ୍ୟାପକ ତଦନ୍ତ ପାଇଁ ବିଶ୍ୱବ୍ୟାପୀ ସମର୍ଥନ ସଂଗ୍ରହ କରିଆସୁଛନ୍ତି ।
ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ମରିସ ପେନ୍ କହିଛନ୍ତି ଯେ WHOକୁ ଏହି ଘଟଣାର ଅନୁସନ୍ଧାନ କରିବାକୁ ଅନୁମତି ଦେବା ତାଙ୍କୁ ଅନୁପଯୁକ୍ତ ଲାଗୁଛି ।
‘‘ପରବର୍ତ୍ତୀ ମହାମାରୀକୁ ଭଲ ଭାବରେ ରୋକିବା ବା ପ୍ରତିରୋଧ କରିବା ତଥା ସବୁ ନାଗରିକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆନ୍ତର୍ଜାତୀୟ ସମ୍ପ୍ରଦାୟକୁ ପ୍ରସ୍ତୁତ କରିବାରେ ସହଯୋଗ ହିଁ ଏହି ତଦନ୍ତର ଉଦ୍ଦେଶ୍ୟ,’’ କହିଛନ୍ତି ଶ୍ରୀମତୀ ପେନ୍ ।
ତେବେ ଏହି ପ୍ରସ୍ତାବରେ ଚୀନ୍ କିମ୍ବା ୱୁହାନ୍ ସହରj ଉଲ୍ଲେଖ ନାହିଁ । ୱୁହାନ ସହରରୁ ହିଁ କରୋନା ଭାଇରସ୍ ବିସ୍ଫୋରଣ ଆରମ୍ଭ ହୋଇଛି ବୋଲି ଅନେକ ବିଶ୍ୱାସ କରନ୍ତି ।
ୟୁରୋପିଆନ୍ ୟୁନିଅନ୍ ସମର୍ଥିତ ଏହି ଡ୍ରାଫ୍ଟ ପ୍ରସ୍ତାବରେ ନାମିତ ଅନ୍ୟାନ୍ୟ ପ୍ରମୁଖ ଦେଶ ମଧ୍ୟରେ ଅଛନ୍ତି ଜାପାନ, ବ୍ରିଟେନ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ କୋରିଆ, ବ୍ରାଜିଲ ଓ କାନାଡ଼ା ।
ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
ଏହା ବି ପଢ଼ନ୍ତୁ: ବୁଲା କୁକୁର ସହ ଯୌନ ସମ୍ପର୍କ! ଭୁବନେଶ୍ୱରରେ ସିକ୍ୟୁରିଟି ଗାର୍ଡ଼କୁ ପୋଲିସ ଅଟକ ରଖିଲା
ଏହା ବି ପଢ଼ନ୍ତୁ: ମେ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍; ଏହି ସବୁ କାମ କରିବାକୁ ଅନୁମତି ଅଛି
ଏହା ବି ପଢ଼ନ୍ତୁ: ଏମିତି ବି ହୋଇପାରେ: କରୋନା ବିଶ୍ୱକୁ କେବେ ବି ଛାଡ଼ି ଯାଇ ନ ପାରେ, କହିଲେ WHO ଅଧିକାରୀ
ଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳି