News18 Odia Digital
ନୂଆ ଦିଲ୍ଲୀ: ଭାରତ ସରକାର ବର୍ତ୍ତମାନ ୫୦ମିଲିୟନ Pfizer କରୋନା ଟିକା କିଣିବା ପାଇଁ ଆଲୋଚନା କରୁଛନ୍ତି। ଆମେରିକାର ଖବରକାଗଜ ୱାଲ୍ ଷ୍ଟ୍ରିଟ୍ ଜେନେରାଲ୍ ଏହା ବିଷୟରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଆମେରିକୀୟ ଫାର୍ମା କମ୍ପାନୀ Pfizer Inc. ଓ ଜର୍ମାନ କମ୍ପାନୀ BioNTech ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରିଛନ୍ତି। ସ୍ୱାସ୍ଥ୍ୟ ଓ ପିଫାଇଜର ମନ୍ତ୍ରଣାଳୟ ଏ ସମ୍ପର୍କରେ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ମନା କରି ଦେଇଛନ୍ତି।
ଫାର୍ମାସ୍ୟୁଟିକାଲ କମ୍ପାନୀ ଏପର୍ଯ୍ୟନ୍ତ ଭାରତରେ ଏହାର ଟିକା ବ୍ୟବହାର କରିବାକୁ ଅନୁମତି ମାଗି ନାହିଁ। ଦୁନିଆର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଚଳାଉଥିବା ଭାରତ ଏପର୍ଯ୍ୟନ୍ତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକ ଟିକା ମାଧ୍ୟମରେ ଟିକାକରଣ କରୁଛି।
ଜନସନ ଆଣ୍ଡ ଜନସନଙ୍କ ସହ ସରକାର ମଧ୍ୟ ଆଲୋଚନା କରୁଛନ୍ତିୱାଲ ଷ୍ଟ୍ରିଟ ଜେନେରାଲ ରିପୋର୍ଟରେ କୁହାଯାଇଛି ଯେ ସରକାର ଜନସନ ଆଣ୍ଡ ଜନସନଙ୍କ ସହ ମଧ୍ୟ ଆଲୋଚନା କରୁଛନ୍ତି। ଜନସନ ଆଣ୍ଡ ଜନସନ ୬୦୦ ମିଲିୟନ ଡୋଜ ଉତ୍ପାଦନ ପାଇଁ ଭାରତରେ ବାୟୋଲୋଜିକ ଇ ସହିତ ଏକ ଉତ୍ପାଦନ ଚୁକ୍ତି କରିଛି।
ଜନସନ ଆଣ୍ଡ ଜନସନଙ୍କ ସିଙ୍ଗଲ ଡୋଜ ଟିକା ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛିଗତ ସପ୍ତାହରେ, ଜନସନ ଆଣ୍ଡ ଜନସନଙ୍କ ସିଙ୍ଗଲ ଡୋଜ ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ବର୍ତ୍ତମାନ ଦେଶରେ ୫ଟି ଟିକା ଦିଆଯାଇଛି। ବର୍ତ୍ତମାନ ଭାରତରେ SII, ଭାରତ ବାୟୋଟେକ, ସ୍ପୁଟ୍ନିକ ଓ ମୋଡର୍ନାକୁ ଅନୁମତି ଦିଆଯାଇଛି।
ଡେଲଟା ଭାରିଆଣ୍ଟର ଲହରକରୋନା ଜୀବାଣୁର ଡେଲଟା ଭାରିଆଣ୍ଟ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଯେଉଁ ଦେଶଗୁଡ଼ିକ କିଛି ମାସ ପୂର୍ବରୁ ସମସ୍ତ ପ୍ରତିବନ୍ଧକକୁ ହଟାଇଥିଲେ, ସେମାନଙ୍କୁ ପୁଣି ଥରେ ପ୍ରତିବନ୍ଧକ ଆରମ୍ଭ କରିବାକୁ ପଡ଼ିବ। ସବୁଠାରୁ ଶକ୍ତିଶାଳୀ ଦେଶ କୁହାଯାଉଥିବା ଆମେରିକାରେ ଗତ ୬ ମାସ ମଧ୍ୟରେ ସର୍ବାଧିକ ସଂଖ୍ୟକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ଏଥି ସହିତ ମଙ୍ଗଳବାର ଦିନ ଚାଇନାରେ ବହୁ ସଂଖ୍ୟକ ନୂଆ ମାମଲା ଆସିଛି। ଫ୍ରାନ୍ସ ଓ ଅଷ୍ଟ୍ରେଲିଆରେ ମଧ୍ୟ ହଠାତ ନୂଆ ମାମଲା ବୃଦ୍ଧି ପାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।