Exclusive: ଦେଶର GDP ସଙ୍କୋଚନ ସେତେଟା ହେବ ନାହିଁ; U-ଆକୃତିରେ ରିକଭରି ହେବ: କେଭି କାମଥ୍

କରୋନା ଭାଇରସ୍‌ ସଙ୍କଟ କାରଣରୁ ଭାରତର ଅର୍ଥନୀତିରେ ସଙ୍କୋଚନ ଘଟିବ, ମାତ୍ର ବିଭିନ୍ନ ଅର୍ଥନୀତିଜ୍ଞ ଯେତେ ସଙ୍କୋଚନ ହେବ ବୋଲି କହୁଛନ୍ତି ସେତେ ଅଧିକ ହେବ ନାହିଁ ବୋଲି ଅଭିଜ୍ଞ ବ୍ୟାଙ୍କର୍ କେ.ଭି କାମାଥ୍‌ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ।

ଭେଟେରାନ ବ୍ୟାଙ୍କର୍ କେ.ଭି କାମାଥ୍‌

ଭେଟେରାନ ବ୍ୟାଙ୍କର୍ କେ.ଭି କାମାଥ୍‌

  • Share this:
News18 Odia Digital

ନୂଆ ଦିଲ୍ଲୀ: ଭାରତର ଅର୍ଥନୀତିରେ (Indian economy) ସଙ୍କୋଚନ ଘଟିବ, ମାତ୍ର ବିଭିନ୍ନ ଅର୍ଥନୀତିଜ୍ଞ ଯେତେ ସଙ୍କୋଚନ ହେବ ବୋଲି କହୁଛନ୍ତି ସେତେ ଅଧିକ ହେବ ନାହିଁ ବୋଲି ଭେଟେରାନ ବ୍ୟାଙ୍କର୍‌ କେ.ଭି କାମାଥ (KV Kamath) CNBC-TV18 କୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ।

ଆଇସିଆଇସିଆଇ ବ୍ୟାଙ୍କ (ICICI Bank) ଓ ବ୍ରିକ୍ସ ଦେଶ ଦ୍ୱାରା ପ୍ରତିଷ୍ଠିତ ନୂତନ ବିକାଶ ବ୍ୟାଙ୍କକୁ (New Development Bank) ନେତୃତ୍ୱ ଦେଇଥିବା ୭୨ ବର୍ଷୀୟ କାମାଥଙ୍କୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଏକ ବରିଷ୍ଠ ଭୂମିକା ମିଳିପାରେ ବୋଲି କୁହାଯାଉଛି । ସେ ପ୍ରଶିକ୍ଷଣରେ ଜଣେ ଇଞ୍ଜିନିୟର ଆଉ ପ୍ରତିଷ୍ଠିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର (IIM)ରୁ ଉତ୍ତୀର୍ଣ ହୋଇଥିବା ଜଣେ ଅଭିଜ୍ଞ ବ୍ୟକ୍ତି । କରୋନା ଭାଇରସ୍‌ (Coronavirus) ମହାମାରୀ ଦ୍ୱାରା ଆଘାତ ପ୍ରାପ୍ତ ଭାରତୀୟ ଅର୍ଥନୀତିର ପୁନଃନିର୍ମାଣ କରିବାକୁ ଚେଷ୍ଟା କରୁଥିବା ବେଳେ ମୋଦି ସରକାର କାମାଥଙ୍କର ବିଶାଳ ଅଭିଜ୍ଞତା ଓ ଯୋଗାଯୋଗରୁ ଲାଭ ନେଇ ପାରିବେ ବୋଲି କୁହାଯାଉଛି ।

ଏହି ଆର୍ଥିକ ବର୍ଷରେ ଭାରତର ଜିଡିପି ୪.୫ ପ୍ରତିଶତ ସଙ୍କୁଚିତ ହେବ ବୋଲି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଆଶଙ୍କା କରିଛି । ଅଧିକାଂଶ ରେଟିଂ ଏଜେନ୍ସି ମଧ୍ୟ ଅର୍ଥନୀତିରେ ଏକ ତୀବ୍ର ସଙ୍କୋଚନ ହେବାର ପୂର୍ବାନୁମାନ କରିଛନ୍ତି ।

ନେଟୱର୍କ୧୮ର ମୁଖ୍ୟ ସମ୍ପାଦକ ରାହୁଲ ଜୋଶୀଙ୍କ ସହ କଥାବାର୍ତ୍ତା କରି କାମାଥ କହିଛନ୍ତି ଯେ ଅଧିକାଂଶ ଲୋକ ଯେମିତି ଆଶଙ୍କା କରୁଥିଲେ ତାହା ତୁଳନାରେ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥନୀତିର ପୁନରୁଦ୍ଧାର ଦ୍ରୁତ ଗତିରେ ଚାଲିଛି ଓ ଅର୍ଥନୀତିରେ U (ୟୁ) ଆକାରର ପୁନରୁଦ୍ଧାର ହେବାର ସମ୍ଭାବନା ରହିଛି । ସେ ଏହାକୁ ଏକ ସଂଖ୍ୟାରେ ପ୍ରକାଶ କରିବାକୁ ଚାହୁଁନାହାଁନ୍ତି ବୋଲି କହିଛନ୍ତି, କିନ୍ତୁ ଅର୍ଥନୀତିର ପୁନରୁଦ୍ଧାର ହେବାଟା ସେତେ କଷ୍ଟକର ହେବ ନାହିଁ ବୋଲି ସେ କହିଛନ୍ତି ।

କାମାଥ କହିଛନ୍ତି ଯେ ଦେଶର ଅଟୋ କମ୍ପାନୀ, ପେଣ୍ଟ କମ୍ପାନୀ ଓ ଅନ୍ୟାନ୍ୟ ଶିଳ୍ପଗୁଡିକ ଜଣେଇଛନ୍ତି ଯେ କରୋନା ଭାଇରସ୍‌ ମହାମାରୀ ପୂର୍ବରୁ ହେଉଥିବା ଉତ୍ପାଦନ ସ୍ତରରୁ ଏବେକାର ଉତ୍ପାଦନ ତଳ ସ୍ତରରେ ଥିବା ବେଳେ ଗତ ବର୍ଷ ତୁଳନାରେ ଏକ ବ୍ୟାପକ ବ୍ୟବଧାନ ପ୍ରତିଫଳିତ ହେଉନାହିଁ ।

‘‘ବିଭିନ୍ନ ଶିଳ୍ପଦ୍ୟୋଗୀ ସେମାନଙ୍କ ଉତ୍ପାଦନ କାର୍ଯ୍ୟକଳାପ ବିଷୟରେ କହୁଛନ୍ତି ଯେ ୮୦-୯୦ ପ୍ରତିଶତ କ୍ଷମତାର ବ୍ୟବହାର, ଯୋଗାଣ ଶୃଙ୍ଖଳା ଓ ଲଜିଷ୍ଟିକ୍ ଚେନ୍ ସାଦାରଣ ଗତିକୁ ଫେରି ଆସୁଛି । ଆଉ ଆମର ଅନ୍ୟାନ୍ୟ ଆନୁଷଙ୍ଗିକ ତଥ୍ୟ ବି ଏହି କଥାକୁ ସମର୍ଥନ କରୁଛି, ଯଥା ବିଦ୍ୟୁତ୍ ଉତ୍ପାଦନ, ଯାହା ଏବେ ୯୦ ରୁ ୯୫ ପ୍ରତିଶତ ହେଲାଣି, ରେଳ ଦ୍ୱାରା ମାଲ ପରିବହନ, ଯାହା ପ୍ରାୟ ପୁରୁଣା ସ୍ତରକୁ ଫେରିବା ଆରମ୍ଭ କରିଛି,’’ କାମାଥ କହିଛନ୍ତି ।

‘‘ଉଦାହରଣ ସ୍ୱରୂପ ଦୁଇଚକିଆ ଯାନ କ୍ଷେତ୍ର ନିଜର ୭୦-୮୦ ପ୍ରତିଶତ କ୍ଷମତା ସ୍ତରକୁ ଫେରି ଆସିଛି । ଟ୍ରାକ୍ଟରଗୁଡିକ ବି ନିଜ ପୂର୍ବ ସ୍ତରର ୮୦-୯୦ ପ୍ରତିଶତ ଉତ୍ପାଦନ କ୍ଷମତାକୁ ଫେରି ଆସିଛନ୍ତି, ଆଉ ସହରାଞ୍ଚଳକୁ ଛାଡ଼ି ବାକି ଜାଗାରେ ବନ୍ଧକ (mortgage) ମଧ୍ୟ ପୂର୍ବ ଅବସ୍ଥାର ୭୦-୮୦ ପ୍ରତିଶତକୁ ଫେରିଆସିଛି,’’ ସେ କହିଛନ୍ତି । କାମାଥ କହିଛନ୍ତି ଯେ ଆର୍ଥିକ ନିଅଣ୍ଟକୁ (fiscal deficit) ବର୍ତ୍ତମାନ ଅଣଦେଖା କରାଯାଇପାରେ ।

କୃଷି ଶୀଘ୍ର ସୁସ୍ଥ ହୋଇଛି ଓ କୋଭିଡ-୧୯ (COVID-19) ମହାମାରୀ ଦ୍ୱାରା ଗ୍ରାମାଞ୍ଚଳ ଭାରତ କମ୍ ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି । ଏ ବର୍ଷ ଗତ ବର୍ଷ ତୁଳନାରେ ବିହନ ବୁଣା ପ୍ରାୟ ଦୁଇ ଗୁଣ ହୋଇଥିବାରୁ ଚାଷ ନିଯୁକ୍ତିକୁ ନେଇ ସେ ଅଧିକ ଆଶାବାଦୀ ଅଛନ୍ତି ବୋଲି କାମାଥ୍‌ କହିଛନ୍ତି ।

ଏହା ବି ପଢ଼ନ୍ତୁ: ସାବାଡ଼ ହେଲା ଡ୍ରାଗନ୍: ଲଦ୍ଦାଖରେ ସୀମାରୁ ୨ କିମି ପଛକୁ ହଟିଲା ଚୀନ୍ ସେନା; ଟେଣ୍ଟ୍ ଓ ସାମଗ୍ରୀ ହଟାଇଲା

ଏହା ବି ପଢ଼ନ୍ତୁ: ଆପ୍ ବନେଇବାରେ ଭାରତକୁ ଆତ୍ମନିର୍ଭର ହେବାକୁ ହେବ: ଚୀନକୁ ଟକ୍କର ଦେବାକୁ PM ମୋଦିଙ୍କ ଆହ୍ୱାନ

CMIE ତଥ୍ୟ ଅନୁଯାୟୀ ଜୁନ୍ ମାସରେ ପ୍ରାୟ ୭ କୋଟି ଚାକିରୀ ଯୋଡ଼ି ହୋଇଛି ଓ ସେଥି ମଧ୍ୟରୁ ୧.୨ କୋଟି ଚାକିରୀ ଚାଷ କ୍ଷେତ୍ରରେ ହିଁ ଯୋଡ଼ି ହୋଇଛି ।

କାମାଥ କହିଛନ୍ତି ଯେ ଶୀର୍ଷ ଭାରତୀୟ କର୍ପୋରେଟମାନେ ଅର୍ଥନୀତିର ଏହି ସାମୟିକ ମନ୍ଥରାବସ୍ଥା ଯୋଗୁଁ ବିଚଳିତ ହୋଇନାହାଁନ୍ତି । ‘‘ଯେହେତୁ କୋଭିଡ-୧୯ ଆମ ସହିତ ବେଶ୍‌ କିଛି ସମୟ ରହିବ, ଏକ ସମାଜ ଭାବରେ ଆମକୁ ଏହା ସହିତ ରହିବା ଶିଖିବାକୁ ପଡ଼ିବ,’’ ସେ କହିଛନ୍ତି ।
Published by:Anand Shankar Thankur Das
First published: